ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ, ୫ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଦୁର୍ନୀତି ବିକାର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (ଜିରୋ ଟଲରାନ୍ସ) ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି। ତେଣୁ ଦୁର୍ନୀତି ବିରୋଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ସୋମବାର ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଚାକିରିରୁ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ, ସମ୍ବଲପୁର ଧନକଉଡ଼ା ବ୍ଲକ ପଞ୍ଚାୟତିରାଜ ବିଭାଗର ଜୁନିୟର ଇଞ୍ଜିନିୟର ବୁଦ୍ଧିରାମ ଶୁନିଆନି, ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରୋଗ୍ରେସ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର, ଅନୁଗୋଳ ଜିଲାର ଜଙ୍ଗଲ ବିଭାଗ ଓ୍ବାର୍କିଂ ପ୍ଲାନ୍‌ ଅଫିସର ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ କୁମାର ପଣ୍ଡା, ବ୍ରହ୍ମପୁର ପୂର୍ତ୍ତ ବିଭାଗ ଏନ୍‌ଏଚ୍‌ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ବୀରାଜ ଲେଙ୍କା ଏବଂ କେନ୍ଦୁଝର ଜିଲା ହାଟଡିହି ବ୍ଲକ ଜଳ ସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ।
ସ୍ଥାୟୀଭାବେ ପେନ୍‌ସନ ବନ୍ଦ ହୋଇଥିବା ୫ ଅଧିକାରୀଙ୍କ ମଧ୍ୟରେ ୩ଜଣ ଅବସରପ୍ରାପ୍ତ ଓଏଏସ୍‌ ଅଫିସର ରହିଛନ୍ତି। ସେମାନେ ହେଲେ ନବୀନ ସେଠ, ସନାତନ ସେଠୀ ଓ ପୁରନ୍ଦର ପୂଜାରୀ। ଅନ୍ୟ ୨ ଅଧିକାରୀ ହେଲେ ନିରଞ୍ଜନ ଜେନା ଓ ପୀତାମ୍ବର ପ୍ରତିହାରୀ।
ଗତ ୨ ମାସରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଦୁଇଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା...

ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ...

ଟିକା ନେବାକୁ ଆସି କଲବଲ

ଭୁବନ, ୨୪।୪(ଡି.ଏନ.ଏ.) କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଟିକା...

ଦଶରଥପୁର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଦଶରଥପୁର,୧୧-୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ...

ବଜ୍ରକାପ୍ତା ବିକ୍ରି ପାଇଁ କରିଥିଲେ ଅପେକ୍ଷା: ମାଡ଼ିବସିଲା ଏସ୍‌ଟିଏଫ୍‌

ସୋନପୁର,୧୭ା୫(ନି.ପ୍ର.): କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ତିଲେଇମାଲ-ଖେମୁଡିଆମୁଣ୍ଡା ରାସ୍ତାରେ ଚଢାଉ କରି ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଅଢେଇ ଫୁଟ୍‌...

ମୋବାଇଲ ଫାଟି ଶ୍ରମିକ ମୃତ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ୍‌ ଥାନା ଅଧୀନ ଅଠରବାଙ୍କି ଲକ୍‌ଫଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମୋବାଇଲ ଫାଟିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଛି। ମୃତକ ହେଲେ...

ହନୁମାନ ପଇସା ପାଇଁ ଦମ୍ପତିଙ୍କୁ ଅପହରଣ

ବରଗଡ଼ ଅଫିସ୍‌/ଝାରବନ୍ଧ,୧୩।୭: ହନୁମାନ ପଇସା ଲୋଭରେ ବରଗଡ଼ ଜିଲା ଝାରବନ୍ଧ ଥାନା ଭଇଁଷାଦର୍ହା ଗ୍ରାମର ଏକ ଦମ୍ପତିଙ୍କୁ ଅପହରଣ କରାଯାଇଥିଲ। ଅପହୃତ ଦମ୍ପତି ଉକ୍ତ ଗ୍ରାମର...

ଭୁବନେଶ୍ୱର-ବାରାଣସୀ ବିମାନ ସେବା ଫେବୃୟାରୀ ୨୯ରୁ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ଲାଗି ଖୁସି ଖବର। ଫେବୃୟାରୀ ୨୯ରୁ ଆରମ୍ଭ ହେଉଛି ଭୁବନେଶ୍ୱର-ବାରାଣସୀ ବିମାନ ସେବା। ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ଏହି ସେବା...

Advertisement
Archives

Model This Week