ଦୁର୍ଘଟଣାଗ୍ରସ୍ତଙ୍କୁ କଟକ ନେବାକୁ ମିଳିଲାନି ୧୦୮ ଆମ୍ବୁଲାନ୍ସ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୨୯।୮:  ଅନୁଗୋଳ ଥାନା କୁମଣ୍ଡ ଭଣ୍ଡୁବର ଠାରେ ବୁଧବାର ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ୨ ଯୁବକଙ୍କୁ କଟକ ପଠାଯିବା ପାଇଁ ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ହୋହଲ୍ଲା କରିବାରୁ କିଛି ସମୟ ପାଇଁ ମେଡିକାଲରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ଘରୋଇ ଆମ୍ବୁଲାନ୍ସରେ ଗୁରୁତରଙ୍କୁ କଟକ ପଠାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଥିବା ସମ୍ବଲପୁର ଅଞ୍ଚଳର ଦେବରାଜ ଭୋଇ (୨୬) ଓ କାନପୁର ଅଞ୍ଚଳର ମନୋଜ କୁମାର ସୋନି (୨୮) ଅପରାହ୍ନରେ ଭଡ଼ା ଘରକୁ ଫେରୁଥିଲେ। ଏହି ସମୟରେ କୁମଣ୍ଡ ଅଞ୍ଚଳର ତ୍ରିଲୋଚନ ନାଏକ(୨୦) ଓ କରନ ନାଏକ(୧୮) ପଛପଟୁ ଆଉ ଏକ ବାଇକ୍‌ରେ ଆସି ଶିକ୍ଷକଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣା ପରେ ଭଣ୍ଡୁବରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ୪ ଆହତଙ୍କୁ ଅନୁଗୋଳ ମେଡିକାଲକୁ ଆଣିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ତ୍ରିଲୋଚନ ଓ କରନଙ୍କୁ ଡାକ୍ତର କଟକ ରେଫର କରିଥିଲେ। କିନ୍ତୁ ସେତେବେଳେ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭଣ୍ଡୁବରରୁ ଆସିଥିବା ଲୋକମାନେ ପାଟିତୁଣ୍ଡ କରିବାରୁ ବହିର୍ବିଭାଗ ସୁରକ୍ଷାକର୍ମୀ ବାଧ୍ୟ ହୋଇ ଭିତରୁ କବାଟ କିଳି ଦେଇଥିଲେ। ଫଳରେ ଦୂର ଦୂରାନ୍ତରୁ ଆସିଥିବା ଅନ୍ୟ ରୋଗୀମାନେ କିଛି ସମୟ ପାଇଁ ଚିକିତ୍ସା ସେବା ପାଇପାରି ନ ଥିଲେ। ପାଟିତୁଣ୍ଡ ବେଳେ କାର୍ଯ୍ୟରତ ଦୁଇ ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିଲେ ବି ମେଡିକାଲରେ ଥିବା ମ୍ୟାନେଜର କିମ୍ବା ଅନ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିବା ଅଭିଯୋଗ ହେଉଛି। ତେବେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଦୁଇ ଗୁରୁତରଙ୍କୁ ଘରୋଇ ଆମ୍ବୁଲାନ୍ସରେ କଟକ ପଠାଇଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଆହତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମେଡିକାଲରେ ଏପରି ଅବ୍ୟବସ୍ଥାକୁ ନେଇ ଭଣ୍ଡୁବରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି। ସେହିପରି ଦୁର୍ଘଟଣାକୁ ନେଇ ଅନୁଗୋଳ ଥାନାରେ ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଛି।
ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା କହିଛନ୍ତି, ଲୋକମାନେ ତୁରନ୍ତ ସରକାରୀ ଆମ୍ବୁଲାନ୍ସ ସେବା ଖୋଜୁଥିବାରୁ ତାହା ଯୋଗାଇବା ଅନେକ ସମୟରେ ସମ୍ଭବ ହୋଇପାରୁନି। ଯେତିକି ୧୦୮ ଆମ୍ବୁଲାନ୍ସ ରହିଛି, ସେତିକିରେ ସମସ୍ତ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଦୁଇ ଗୁରୁତରଙ୍କୁ କଟକ ରେଫର ବେଳେ ୧୦୮ ଆମ୍ବୁଲାନ୍ସ ନ ଥିଲା। ରୋଗୀଙ୍କୁ ଆଣିବାକୁ ଗାଡ଼ିଗୁଡ଼ିକ ଅନ୍ୟତ୍ର ଯାଇଥିଲା। ତେବେ ଘରୋଇ ଆମ୍ବୁଲାନ୍ସରେ ଉଭୟଙ୍କୁ କଟକ ପଠା ଯାଇଥିବା ବେହେରା ପ୍ରକାଶ କରିଛନ୍ତି। ଉତ୍ତେଜନା ବେଳେ ମ୍ୟାନେଜର ଲୋକଙ୍କ ନିକଟରେ ପହଞ୍ଚି ନ ଥିବା ଘଟଣାର ଅନୁଧ୍ୟାନ କରାଯିବ। ସେଭଳି କିଛି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri