ଦିଶାଙ୍କ ପ୍ରତି ଫଟୋ-ଭିଡିଓରେ କମେଣ୍ଟ କରନ୍ତି ଟାଇଗରଙ୍କ ପରିବାର ସଦସ୍ୟ

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ତାଙ୍କ ବୋଲ୍ଡ ନେସ୍‌ ପାଇଁ ବେଶ୍‌ ପରିଚିତ। ଫିଲ୍ମ କୁହନ୍ତୁ ଅବା ସୋସିଆଲ ମିଡିଆ ତାଙ୍କ ବୋଲ୍ଡ ଫଟୋ ସବୁବେଳେ ଥାଏ ଚର୍ଚ୍ଚାରେ। ନିକଟରେ ଏମିତି ଏକ ଫଟୋ ଦିଶା ସୋସିଆଲ ମିଡିିଆରେ ଶେୟାର କରିଥିଲେ ଯାହାକୁ ଦେଖୁ ଦେଖୁ କମଣ୍ଟେ କରିଥିଲେ ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ। କିଛିଦିନ ହେବ ଦିଶା ଓ କ୍ରିଷ୍ଣାଙ୍କ ମଧ୍ୟରେ ଏମିତି ସୋସିଆଲ ମିଡିଆ ସମ୍ପର୍କ ଦେଖିବାକୁ ମିଳିଛି। ଦିଶା ଯେ କୌଣସି ଫଟୋ ଅବା ଭିଡିଓ ଶେୟାର କଲେ ତା’ ଉପରେ କ୍ରିଷ୍ଣା କମେଣ୍ଟ କରି ଦର୍ଶକଙ୍କୁ ଏକ ପ୍ରକାର ଚମକାଇ ଦେଇଥାଆନ୍ତି। ଏବେ କରୋନା ପାଇଁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଦିଶା ଘରେ ରହି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଫିଲ୍ମ ‘ବାଗି ୩’ର ଶୁଟିଂ ସେଟ୍‌ର। ଏଥିରେ ଦିଶାଙ୍କ ଡ୍ୟାନ୍ସ ମୁଭ୍ସ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଉଛି। ଏହି ଭିଡିଓକୁ ଦେଖିବା ପରେ କ୍ରିଷ୍ଣା କମେଣ୍ଟରେ ଲେଖିଛନ୍ତି ଲଭ…। ଏହାସହ ତାଙ୍କ ମା’ ଆୟଶା ଶ୍ରଫ ମଧ୍ୟ ଦିଶାଙ୍କ ଭିଡିଓ ଦେଖି କମେଣ୍ଟରେ ଲେଖିଛନ୍ତି, ‘ୟେ ତୋ କମାଲ କା ହୈ।’ ଦିଶା ଓ ଟାଇଗରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉଭୟ କେବେ ଖୋଲାଖୋଲି ଭାବେ କହି ନ ଥିଲେ ମଧ୍ୟ ଟାଇଗରଙ୍କ ପରିବାର ଲୋକେ ଦିଶାଙ୍କ ସହ ଯେଭଳି ଭାବେ ସମ୍ପର୍କ ରଖିଛନ୍ତି ଲାଗେ ଟାଇଗର ଓ ଦିଶାଙ୍କ ମଧ୍ୟରେ କିଛି ତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ ଖାନଙ୍କ ଘରେ କ୍ରାଇମବ୍ରାଞ୍ଚ୍‌ ଚଢାଉ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଘରେ କ୍ରାଇମବ୍ରାଞ୍ଚ୍‌ ଚଢାଉ କରିଛି। ସଲମାନଙ୍କ ପରିବାର କୌଣସି ସଦସ୍ୟ ନାଁରେ ଅଭିଯୋଗ ନାହିଁ ବରଂ ୨୦ ବର୍ଷ ହେବ...

ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ...

ଶାଶୁଙ୍କୁ ସେକ୍ସି ଡାକନ୍ତି ଏହି ବଲିଉଡ୍‌ ଅଭିନେତା

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ଙ୍କୁ ଚିରସବୁଜ ଯୋଡି ବୋଲି କୁହାଯାଏ। ଶାହରୁନିଜ କ୍ୟାରିଅର ଆରମ୍ଭରୁ ଶାହରୁଖ ଗୌରୀଙ୍କୁ ଭଲ ପାଇବସିଥିଲେ। ୧୯୮୪...

ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ...

ହଙ୍ଗାମା ସିକ୍ୱିଏଲରେ ନଜର ଆସିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟୀ ହଙ୍ଗାମା ସିକ୍ୱିଏଲରେ ପରେଶ ରାଓ୍ବଲଙ୍କ ସହ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ଶିଳ୍ପା ଏକ ମେଜର ରୋଲ୍‌ରେ...

ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼...

ଏହି ଅଭିନେତାଙ୍କ ସହ କିସିଂ ସିନ୍‌ ଦେବାକୁ ମନା କରିଥିଲେ ଅମ୍ରିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଅବ୍‌ କେ ବରଷ’ରେ ଡେବ୍ୟୁ କରିଥିବା ନାୟିକା ଅମ୍ରିତା ରାଓ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହାପରେ ଏହି ଅଭିନେତ୍ରୀ ଫିଲ୍ମ...

ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର...

Coronavirus Update


Archives

Model This Week

Why Dharitri