ଦିଲ୍ଲୀ ପ୍ରଦୂଷଣକୁ ନେଇ ଫିଲ୍ମ ହେବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଏକ ଗମ୍ଭୀର ସମମ୍ୟାର ସମାଧାନ ଦିଗରେ ସ୍ବର ଉତ୍ତୋଳନ କରିବାକୁ ଏକାଠି ହୋଇଛନ୍ତି ଅନ୍ତର୍ଜାତୀୟସ୍ତରୀୟ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ସମୂହ। ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ନିକଟରେ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛନ୍ତି ବିଶ୍ୱର ୧୧ଜଣ ବିଶିଷ୍ଟ ଫିଲ୍ମମେକର। ତେବେ ବଡ଼କଥା ହେଲା ଏହି ୧୧ଜଣ ନିର୍ମାତାଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାଜନ୍ମିତ ଅନ୍ତର୍ଜାତୀୟସ୍ତରୀୟ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଭାରତରୁ ଏକମାତ୍ର ଫିଲ୍ମମେକର୍‌ଭାବେ ଶ୍ରୀ ପଣ୍ଡା ଏଥିରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।ପାଣିପାଗର ପରିବର୍ତ୍ତନ ହେତୁ ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବକୁ ଆଧାରକରି ଏହି ଚଳଚ୍ଚିତ୍ର ନିର୍ମାତାମାନେ ୫ ରୁ ୯ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯେଉଁଥିରେ ଡକ୍ୟୁ-ଫିକ୍ସନ, ଡକ୍ୟୁ-ଡ୍ରାମା, କମେଡି, ସାଇନ୍ସ ଫିକ୍ସନ ଓ ଭିଡ଼ିଓ ଆର୍ଟ ଭଳି କନ୍‌ସେପ୍ଟ ରହିଛି। ପୃଥିବୀକୁ ପ୍ରଦୂଷଣମୁକ୍ତ କରିବା ତଥା ଆମ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ପାଇଁ ବିଶ୍ୱବାସୀଙ୍କୁ ସଚେତନତ କରିବା ଏହି ଫିଲ୍ମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଫ୍ରାନ୍ସ, ଆଇସଲାଣ୍ଡ୍‌, ପର୍ତ୍ତୁଗାଲ, ସ୍ବିଜରଲାଣ୍ଡ୍‌, ଆଫଗାନିସ୍ତାନ, ଛାଦ୍‌, ଚୀନ୍‌, ଭାରତ, ବ୍ରାଜିଲ, ଇଟାଲୀ ଏବଂ ନ୍ୟୁଜିଲାଣ୍ଡ୍‌ ଭଳି ଦେଶର ଫିଲ୍ମ ନିର୍ମାତାମାନେ ନିଜ ନିଜର ଆଞ୍ଚଳିକ ଭାଷାରେ ଏହି ଫିଲ୍ମ ପ୍ରସ୍ତୁତ କରିବେ। ୧୧ଟି ଦେଶ ସହ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ଫିଲ୍ମର ସୁଟିଂ କରାଯିବ। ଏହାପରେ ସମସ୍ତ ୧୧ଟି ଯାକ ଫିଲ୍ମକୁ ଏକାଠି କରି ୧ଘଣ୍ଟା ୩୦ ମିନିଟର ଏକ ଲମ୍ବା ଫିଚର ଫିଲ୍ମ ପ୍ରସ୍ତୁତ କରାଯିବ। ଯେଉଁଥିରେ ଇଂଲିଶ, ଫ୍ରେଞ୍ଚ୍‌ ଏବଂ ଇଟାଲିଆନ୍‌ ସବ୍‌ଟାଇଟଲ୍‌ ରହିବ। ତେବେ ନୀଳମାଧବ ପଣ୍ଡା ‘ଦିଲ୍ଲୀ ପ୍ରଦୂଷଣ’କୁ ଆଧାରକରି ‘ମେଘାସ୍‌ ଡିଭୋସ୍‌’ ନାମରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବେ। ଦିଲ୍ଲୀରେ ବଢୁଥିବା ପରିବେଶ ପ୍ରଦୂଷଣକୁ ସେ ନିଜ ଫିଲ୍ମର ମୁଖ୍ୟ ଖଳନାୟକଭାବେ ଉପସ୍ଥାପନ କରିବେ। ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଉପରେ ନୀଳମାଧବ ପଣ୍ଡା ଏକାଧିକ ଫିଲ୍ମ କରିଥିବାବେଳେ ତାଙ୍କର ‘କଡବୀ ହାଓ୍ବା’ ଏବଂ ‘କୌନ୍‌ କିତ୍‌ନେ ପାନି ମୈ’ ଫିଲ୍ମ ବିଶେଷ ଲୋକପ୍ରିୟତା ହାସଲ କରିଥିଲା। ଆସନ୍ତା ୨୦୧୯ ଅକ୍ଟୋବର ୨୨ରେ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ରୋମ୍‌ରେ ଏହି ଫିଲ୍ମର ଓ୍ବାର୍ଲଡ ପ୍ରିମିୟର୍‌ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri