ଦିଲ୍ଲୀ ପ୍ରଦୂଷଣକୁ ନେଇ ଫିଲ୍ମ ହେବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଏକ ଗମ୍ଭୀର ସମମ୍ୟାର ସମାଧାନ ଦିଗରେ ସ୍ବର ଉତ୍ତୋଳନ କରିବାକୁ ଏକାଠି ହୋଇଛନ୍ତି ଅନ୍ତର୍ଜାତୀୟସ୍ତରୀୟ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ସମୂହ। ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ନିକଟରେ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛନ୍ତି ବିଶ୍ୱର ୧୧ଜଣ ବିଶିଷ୍ଟ ଫିଲ୍ମମେକର। ତେବେ ବଡ଼କଥା ହେଲା ଏହି ୧୧ଜଣ ନିର୍ମାତାଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାଜନ୍ମିତ ଅନ୍ତର୍ଜାତୀୟସ୍ତରୀୟ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଭାରତରୁ ଏକମାତ୍ର ଫିଲ୍ମମେକର୍‌ଭାବେ ଶ୍ରୀ ପଣ୍ଡା ଏଥିରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।ପାଣିପାଗର ପରିବର୍ତ୍ତନ ହେତୁ ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବକୁ ଆଧାରକରି ଏହି ଚଳଚ୍ଚିତ୍ର ନିର୍ମାତାମାନେ ୫ ରୁ ୯ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯେଉଁଥିରେ ଡକ୍ୟୁ-ଫିକ୍ସନ, ଡକ୍ୟୁ-ଡ୍ରାମା, କମେଡି, ସାଇନ୍ସ ଫିକ୍ସନ ଓ ଭିଡ଼ିଓ ଆର୍ଟ ଭଳି କନ୍‌ସେପ୍ଟ ରହିଛି। ପୃଥିବୀକୁ ପ୍ରଦୂଷଣମୁକ୍ତ କରିବା ତଥା ଆମ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ପାଇଁ ବିଶ୍ୱବାସୀଙ୍କୁ ସଚେତନତ କରିବା ଏହି ଫିଲ୍ମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଫ୍ରାନ୍ସ, ଆଇସଲାଣ୍ଡ୍‌, ପର୍ତ୍ତୁଗାଲ, ସ୍ବିଜରଲାଣ୍ଡ୍‌, ଆଫଗାନିସ୍ତାନ, ଛାଦ୍‌, ଚୀନ୍‌, ଭାରତ, ବ୍ରାଜିଲ, ଇଟାଲୀ ଏବଂ ନ୍ୟୁଜିଲାଣ୍ଡ୍‌ ଭଳି ଦେଶର ଫିଲ୍ମ ନିର୍ମାତାମାନେ ନିଜ ନିଜର ଆଞ୍ଚଳିକ ଭାଷାରେ ଏହି ଫିଲ୍ମ ପ୍ରସ୍ତୁତ କରିବେ। ୧୧ଟି ଦେଶ ସହ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ଫିଲ୍ମର ସୁଟିଂ କରାଯିବ। ଏହାପରେ ସମସ୍ତ ୧୧ଟି ଯାକ ଫିଲ୍ମକୁ ଏକାଠି କରି ୧ଘଣ୍ଟା ୩୦ ମିନିଟର ଏକ ଲମ୍ବା ଫିଚର ଫିଲ୍ମ ପ୍ରସ୍ତୁତ କରାଯିବ। ଯେଉଁଥିରେ ଇଂଲିଶ, ଫ୍ରେଞ୍ଚ୍‌ ଏବଂ ଇଟାଲିଆନ୍‌ ସବ୍‌ଟାଇଟଲ୍‌ ରହିବ। ତେବେ ନୀଳମାଧବ ପଣ୍ଡା ‘ଦିଲ୍ଲୀ ପ୍ରଦୂଷଣ’କୁ ଆଧାରକରି ‘ମେଘାସ୍‌ ଡିଭୋସ୍‌’ ନାମରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବେ। ଦିଲ୍ଲୀରେ ବଢୁଥିବା ପରିବେଶ ପ୍ରଦୂଷଣକୁ ସେ ନିଜ ଫିଲ୍ମର ମୁଖ୍ୟ ଖଳନାୟକଭାବେ ଉପସ୍ଥାପନ କରିବେ। ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଉପରେ ନୀଳମାଧବ ପଣ୍ଡା ଏକାଧିକ ଫିଲ୍ମ କରିଥିବାବେଳେ ତାଙ୍କର ‘କଡବୀ ହାଓ୍ବା’ ଏବଂ ‘କୌନ୍‌ କିତ୍‌ନେ ପାନି ମୈ’ ଫିଲ୍ମ ବିଶେଷ ଲୋକପ୍ରିୟତା ହାସଲ କରିଥିଲା। ଆସନ୍ତା ୨୦୧୯ ଅକ୍ଟୋବର ୨୨ରେ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ରୋମ୍‌ରେ ଏହି ଫିଲ୍ମର ଓ୍ବାର୍ଲଡ ପ୍ରିମିୟର୍‌ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri