![](https://www.dharitri.com/wp-content/uploads/2019/04/7-3.jpg)
ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଡୋପ୍ ଟେଷ୍ଟରେ ଧରାପଡ଼ିଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଦିଲ୍ଲୀ ଡାଇନାମସ ଖେଳାଳି ରାଣା ଘରାମିଙ୍କୁ ସାମୟିକ ସସ୍ପେଣ୍ଡ କରିଛି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର କୌଣସି ଫୁଟବଲର ଡୋପ୍ ଟେଷ୍ଟରେ ଧରାପଡ଼ିବା ଏହା ପ୍ରଥମ ଦୃଷ୍ଟାନ୍ତ। ୨୮ବର୍ଷୀୟ ଘରାମିଙ୍କର ଏକ ପ୍ରତିଯୋଗିତା ସମୟରେ ଜାନୁୟାରୀ ୩୧ରେ ନୂଆଦିଲ୍ଲୀରେଏକ ଆଇଏସଏଲ୍ ମ୍ୟାଚ ବେଳେ ଡୋପ୍ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ନିଷିଦ୍ଧ ଉପାଦାନ ପ୍ରେଡ୍ନିସୋନ୍ ଏବଂ ପ୍ରେଡ୍ନିସୋଲୋନ ମେଟାବୋଲିଟିଜର ମାତ୍ରା ରହିଥିଲା। ପଶ୍ଚିମବଙ୍ଗର ଏହି ଡିଫେଣ୍ଡର ୨୦୧୮-୧୯ ସିଜନରେ ଦିଲ୍ଲୀ ଡାଇନାମୋସରେ ଯୋଗଦାନ କରିବା ପୂର୍ବରୁ ୨୦୧୭-୧୮ ସିଜନରେ ମୋହନ ବାଗାନ ପାଇଁ ଖେଳୁଥିଲେ।