ଦିଲ୍ଲୀ ଜଗଜୀବନ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ ବାବୁ ଜଗଜୀବନ ରାମ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଉକ୍ତ ହସ୍ପିଟାଲରେ ଆଉ ୭ଜଣ ଜଣ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଉକ୍ତ ହସ୍ପିଟାଲର ଡାକ୍ତର ଓ ହସ୍ପିଟାଲର ଷ୍ଟାଫ୍‌ ମୋଟ ୧୪ ଜଣ ସଂକ୍ରମିତ ହୋଇସାରିଛନ୍ତି। ସେହିପରି ଛତରପୁର ନିକଟ ଚନ୍ଦନ ହୋଲା ଗାଁରେ ରହୁଥିବା ଜଣେ ଏମ୍ସ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯେଉଁ ବିଲ୍ଡିଂରେ ସଂକ୍ରମିତ ରୋଗୀ ରହୁଥିଲେ ସେଠାରେ ଏମ୍ସରେ କାମ କରୁଥିବା ଆହୁରି ୧୦୦ କର୍ମଚାରୀ ମଧ୍ୟ ରହୁଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏତଦ୍‌ ବ୍ୟତୀତ ନର୍ଥ ଦିଲ୍ଲୀ ନଗର ନିଗମରେ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାପରେ ୩୯ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସୂଚନା ମୁତାବକ ଦିଲ୍ଲୀରେ ଏପର୍ଯ୍ୟନ୍ତ ସର୍ବାଧିକ ୨୫୦୦ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୫୦ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ କୋରଡ଼ା

ନୂଆଦିଲ୍ଲୀ,୩୦ା୪: ଭାରତରେ କରୋନା ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ବୁଧବାର ସଂକ୍ରମିତଙ୍କ ସଂଖ୍ୟା ୩୨,୮୯୧କୁ ବୃଦ୍ଧି ପାଇଥିବା ବେଳେ ୧,୦୭୭ ଜଣଙ୍କ ଜୀବନ ଗଲାଣି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧.୭୦ ଲକ୍ଷ ଦାନ

ନୟାଗଡ ଅଫିସ,୯ା୪: କରୋନା ମହାମାରୀର ମୁକାବିଲା ପାଇଁ ନୟାଗଡ ଜିଲା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଓ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୧.୭୦...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ...

ସୋମବାର ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ

ନୂଆଦିଲ୍ଲୀ,୨୯ା୧୧: ରାଜଧାନୀ ଦିଲ୍ଲୀରେ ସୋମବାର(ନଭେମ୍ବର ୩୦)ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ସହିତ ଏନ୍‌ସିଆରର ସମସ୍ତ ସହରରେ ମଦ ଦୋକାନ ବନ୍ଦ ରହିବ।...

ପଶ୍ଚିମବଙ୍ଗ ହିଂସା: ସ୍ଥିତି ପରଖିବାକୁ ପହଞ୍ଚିଲେ ଭାଜପାର ୩ ଜଣିଆ ଟିମ୍‌

କୋଲକାତା,୨୨।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ଏବେ ଏଠାକାର ସ୍ଥିତି ପରଖିବା ଲାଗି ଶନିବାର ଭାଜପାର ଏକ ୩ ଜଣିଆ ପ୍ରତିନିଧି ମଣ୍ଡଳ...

୨ ଦିନିଆ ଭୁଟାନ ଗସ୍ତରେ ମୋଦି

ନୂଆଦିଲ୍ଲୀ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୨ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି। ଏହାସହିତ...

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଜିଲାକୁ

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି।...

ନିର୍ଭୟା ମାମଲା: ନୂଆ ଓକିଲଙ୍କୁ ଭେଟିବାକୁ ମନାକଲେ ପବନ

ନୂଆଦିଲ୍ଲୀ,୨୨।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିଜ ଆଇନ ପରାମର୍ଶଦାତା ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ପୁର୍ବରୁ ଏହି ମାମଲାରେ...

Advertisement


Archives

Model This Week

Why Dharitri