ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା; ମାମଲାର ତଦନ୍ତ କରିବ ଦିଲ୍ଲୀ ସିବିଆଇ

ଫୁଲବାଣୀ ଅଫିସ, ୨୮ା୧୧ -ଦିଲ୍ଲୀ ଏମ୍‌ସ (ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣାକୁ ନେଇ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ଜୋରଦାର କରିଛନ୍ତି। ଘଟଣାରେ ସାମିଲ ଓ ସନ୍ଦେହ ପରିସରକୁ ଆସିଥିବା ଅଧିକାରୀଙ୍କୁ ପଚରାଉଚରା ପ୍ରାୟ ଶେଷ ହୋଇଛି। ସମସ୍ତ ରିପୋର୍ଟ ଏବଂ ଏ ସଂକ୍ରାନ୍ତ ଅଭିଯୋଗ ନେଇ ଦିଲ୍ଲୀ ସିବିଆଇରେ ଦାଖଲ କରାଯିବ। ସିବିଆଇ ଖୁବ୍‌ ଶୀଘ୍ର ଫୁଲବାଣୀ ଆସି ମାମଲାର ତଦନ୍ତ କରିବ। ସେପଟେ ଚେକ୍‌ ଲଗାଇ ଟଙ୍କା ଉଠାଣ ଏବଂ ଟ୍ରାନ୍ସଫର କରିଥିବା ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା ବେଲ୍‌ ପାଇଁ ହାଇକୋର୍ଟରେ ଚକ୍କର କାଟୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀ ଘଟଣାରେ ସମ୍ପୂର୍ଣ୍ଣ ସାମିଲ ଥିବା ପଣ୍ଡା କହୁଥିବା (ଯାହାର ଅଡିଓ ଟେପ ହସ୍ତଗତ ହୋଇଛି)ବେଳେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ପଣ୍ଡାଙ୍କ ସମେତ ଏକ ରାକେଟ ଏଥିରେ ଜଡିତ ଥିବା କହୁଛନ୍ତି। ସିବିଆଇ ତଦନ୍ତ ପରେ ସବୁକଥା ପଦାକୁ ଆସିବ ବୋଲି ଆଞ୍ଚଳିକ ପ୍ରବନ୍ଧକ(ଆର୍‌ଏମ୍‌) ବିକ୍ରମ କେଶରୀ ମାନ୍ଧାତା କହିଛନ୍ତି।
ବ୍ୟାଙ୍କ ଶାଖାର ଚେକ୍‌ ବ୍ୟତୀତ ନନ୍‌ ହୋମ ଚେକ୍‌(ବାହାରର) ଆସିଲେ ତାହା ସାଧାରଣତଃ ସନ୍ଦେହ ପରିସରଭୁକ୍ତ ହୋଇଥାଏ। ଯାହାର ଅନେକ କାରଣ ରହିଛି। ଯଥା ଏହା ଦିଲ୍ଲୀର ଚେକ୍‌ ହୋଇଥିବାରୁ ସେଠାରେ ଚେକ୍‌ ଡ୍ରପ କରାଯାଇ ପାରିଥାନ୍ତା। ଯଦି ଏମ୍‌ସରୁ ପଣ୍ଡା କୌଣସି ବାବଦରେ ଟଙ୍କା ପାଇବାର ଥିଲା ଏମ୍‌ସ୍‌
କତ୍ତୃର୍ର୍ପକ୍ଷ ଆର୍‌ଟିଜିଏସ୍‌ କରିପାରି ଥାନ୍ତେ। ଦିଲ୍ଲୀ ଏମ୍‌ସର ଚିଠି ଅନୁଯାୟୀ ସେହି ନଂ. ଚେକ୍‌ ତାଙ୍କ ପାଖରେ ରହିଛି। ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନାମରେ ସେଭଳି କିଛି ଚେକ୍‌ ପ୍ରଦାନ କରାଯାଇ ନ ଥିବା ଫୁଲବାଣୀ ଶାଖା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ସେହି ଚେକ୍‌କୁ ସିଲ କରାଯାଇଛି। ଯାହା ଜଣାପଡିଛି ସେହି ଚେକ୍‌ର କ୍ଲୋନିଂ(ଅବିକଳ ନକଲ) କରାଯାଇଛି। ତେଣୁ ଏଥିରେ ଏକ ବଡ ଧରଣର ରାକେଟ ସାମିଲ ଅଛି। ପଣ୍ଡା ବ୍ୟାଙ୍କକୁ ଯିବା, ଚେକ୍‌ ଡ୍ରପ୍‌ କରିବା, ଟଙ୍କା ଉଠାଇବା, ଚେକ୍‌ରେ ଦସ୍ତଖତ କରିବାର ସବୁ ସିସିଟିଭି ଫୁଟେଜ୍‌ ରହିଛି। ମାମଲା ସିବିଆଇ ନେଲା ପରେ ଖବରଦାତା ସମ୍ମିଳନୀ କରାଯାଇ ଘଟଣା ବିଷୟରେ ଜଣାଯିବ ବୋଲି ଆର୍‌ଏମ୍‌
ମାନ୍ଧାତା କହିଛନ୍ତି।
ସୁଚନାଯୋଗ୍ୟ, ଗତ ଅକ୍ଟୋବର ୨୩ରେ ଫୁଲବାଣୀ ମୁଖ୍ୟ ଷ୍ଟେଟ ବ୍ୟାଙ୍କରେ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନଂ. ୩୨୮୮୦୪୭୯୪୦୧ରେ ନୂଆଦିଲ୍ଲୀ ସ୍ଥିତ ଏମସ୍‌ର ଏକ ଚେକ୍‌ ଜମା କରା ଯାଇଥିଲା। ଏହାପରେ ଆକାଉଣ୍ଟକୁ ୪ କୋଟି ୭୬ ହଜାର ୬୨୫ ଟଙ୍କା କ୍ରେଡିଟ ହୋଇଥିଲା। ପଣ୍ଡା ଏହାପରେ ଟ୍ରାନଜାକସନ କରି ଟଂକା ଉଠାଣ ସହ ଟ୍ରାନ୍ସଫର କରି ଚାଲିଥିଲେ। ସେଥିରୁ ଗୋଟିଏ ଟ୍ରାନଜାକସନ ୪ କୋଟି ୧୦ ଲକ୍ଷ ଟଂକା ଚେନାଇର ଭିଏମ୍‌ଏକ୍ସ
ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri