ଫୁଲବାଣୀ ଅଫିସ, ୨୭ା୧୧-ଦିଲ୍ଲୀ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣା ଚର୍ଚ୍ଚା ଜୋର ଧରିଛି। ଏ ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କେଉଁଠି ଅଭିଯୋଗ ନ କରିବା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରୁଛି। ସବୁଠୁ ବଡ କଥା, ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟର ଲିମିଟ ୭ ଲକ୍ଷ ଟଙ୍କା। ୪.୭୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚେକ୍ ଏହି ଆକାଉଣ୍ଟରେ କ୍ରେଡିଟ ହେଲା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଜାଣି ପାରିଲେନି ତାହା ସନ୍ଦେହ ସୃଷ୍ଟି ହେଉଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜାଣତରେ ଏହା ହୋଇଥିବା ଓ ଚେକ୍କୁ ଇନ କ୍ୟାଶ କରିବା ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କା କାରବାର ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ବ୍ୟାଙ୍କରେ କେଉଁ ଆକାଉଣ୍ଟଧାରୀ କେତେଟଙ୍କା ଟ୍ରାଞ୍ଜାକସନ କରନ୍ତି ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ଭଲ ଭାବେ ଜାଣନ୍ତି। ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା ଯେତେବଳେ ୪.୭୬ କୋଟି ଟଙ୍କାର ଚେକ ଡିପୋଜିଟ କଲେ ସେତବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଥମେ ଉକ୍ତ ଟଙ୍କା ବିଷୟରେ ତାଙ୍କ ସହ ଆଲୋଚନା କରିବା କଥା। ଅନ୍ୟପକ୍ଷରେ ଯେଉଁ ପାର୍ଟି ଚେକ ଦେଇଛନ୍ତି ତାଙ୍କୁ ପଚାରି ଅବଗତ ହେବା କଥା। ତାହା କରାଯାଇନାହିଁ। ସର୍ବୋପରି ୭ ଲକ୍ଷ କ୍ରେଡିଟ ଲିମିଟ ଥିବା ଆକାଉଣ୍ଟରେ ଏତେ ଟଙ୍କାର ଚେକ୍ ଯଦି ବି କ୍ୟାଶ ପାଇଁ ପଡିଲା, ସେତେବେଳେ ତାହାକୁ ଲକ କରି ଆକାଉଣ୍ଟଧାରୀଙ୍କୁ ଡାକି ତର୍ଜମା କରିବା କଥା ଏବଂ ସନ୍ତୁଷ୍ଟ ନ ହେଲେ ଅପରାଧ ଶାଖାର ଆଶ୍ରୟ ନେବାକୁ ବ୍ୟାଙ୍କ ନିୟମାବଳୀ ରହିଛି। ଯାହାକୁ ଏହି କ୍ଷେତ୍ରରେ ଅନୁସରଣ କରାଯାଇନାହିଁ। ସେହିପରି ଚେନ୍ନାଇର ଭିଏମ୍ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ୪ କୋଟି ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ଘଟଣାକୁ ଆହୁରି ରହସ୍ୟାବୃତ କରୁଛି। ଏ ନେଇ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଦୀପକ ମଲ୍ଲିକ ଘଟଣା ବିଷୟରେ ସେ କହି ପାରିବେ ନାହିଁ, ଭୁବନେଶ୍ୱରରେ ଥିବା କର୍ତ୍ତୃପକ୍ଷ କହି ପାରିବେ ବୋଲି କହିଛନ୍ତି।
ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ସୂଚନା
Posted inଆମ ଜିଲା ଖବର, ଗଞ୍ଜାମ View All
ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…
ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ
ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…
ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି
ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…
ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…
ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…
ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…
ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…
ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…
ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ
ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…
ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…
ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…
Archives

