ଦିଲ୍ଲୀରେ ଜଣେ ହେଡ୍‌ କନଷ୍ଟେବଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୧୧ ପୋଲିସ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ଅଲିପୁର ଥାନାରେ ଜଣେ ହେଡ୍‌ କନଷ୍ଟେବଳ କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଥାନାରେ ଅନ୍ୟ ୧୧ ପୋଲିସକର୍ମୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସକର୍ମୀଙ୍କ ମଧ୍ୟରେ କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ମାମଲାକୁ ଦେଖି ପୋଲିସ କମିଶନରଏସ୍‌.ଏନ୍‌. ଶ୍ରୀବାସ୍ତବ ଏକ ୬ଜଣିଆ କମିଟି ଗଠନ କରିଛନ୍ତି। ପ୍ରତି କମିଟିରେ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ମୁଖ୍ୟ ରହିବେ। ଏହି କମିଟି ପୋଲିସ ଥାନା, ପୋଲିସ କଲୋନୀ ଯାଇ ଫିଲ୍ଡରେ କାମ କରୁଥିବା ପୋଲିସ କର୍ମୀଙ୍କ ସହ ଭେଟିି କରୋନାରୁ ତାଙ୍କୁ ବଞ୍ଚାଇବା ପାଇଁ ଉପାୟ କରିବେ। ଆଉ ଏହି ୬ ଅଧିକାରୀ ପ୍ରତିଦିନ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବେ। ତେବେ ଯେଉଁ ପୋଲିସକର୍ମୀ କରୋନା ସହ ଲଢ଼େଇ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ଭଲ ଉପାୟ ବାହାର କରିବ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଗ୍ରାରୁ ହଟିଲେ ଭାରତ, ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୭।୮: ପୂର୍ବ ଲଦାଖର ଗୋଗ୍ରା ଫ୍ରିକ୍ସନ ପଏଣ୍ଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିର ପ୍ରାୟ ୧୫ ମାସ ପରେ ଉଭୟ...

ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ଏଆଇସିସି ବୈଠକ

ନୂଆଦିଲ୍ଲୀ,୩୦ ।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି ତା’ର ବୈଠକ ଖୁବ୍‌ଶୀଘ୍ର କରିବ ବୋଲି ଜଣାପଡିଛି । କଂଗ୍ରେସ ପକ୍ଷରୁ ଏହାର ତାରିଖ ଘୋଷଣା କରାଯାଇ...

ବାଇପାସ୍‌ ସର୍ଜରୀ ପରେ ଏମ୍ସରୁ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୪: ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଏମ୍ସରୁ ଫେରିଛନ୍ତି। ରାଷ୍ଟ୍ରପତି ଭବନରେ ପହଞ୍ଚତ୍ବା ପରେ କୋବିନ୍ଦ ତାଙ୍କର ଆଶୁ...

ପିଲା ଜନ୍ମର ୧୦ ଦିନ ପୂର୍ବରୁ ଆସିଲା ପିତାଙ୍କ ମୃତ୍ୟୁ ଖବର

ମଥୁରା,୮।୮: ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଦୁର୍ଘଟଣାରେ ମଥୁରା ନିବାସୀ କୋ-ପାଇଲଟ ଅଖିଳେଶ କୁମାର ଭରଦ୍ୱାଜଙ୍କ ମୃତ୍ୟୁ ହୋଇଛି। ଏହି ଖବର ଆସିବା ପରେ ତାଙ୍କ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଚଳିତ ବଜେଟ୍‌: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ...

କଂଗ୍ରେସ ଜାରି କଲା ଘୋଷଣା ପତ୍ର: ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା

ନୂଆଦିଲ୍ଲୀ,୨।୨: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହାର ଘୋଷଣା ପତ୍ର ଜାରି କରାଯାଇଛି। ସମସ୍ତଙ୍କୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ...

କୃଷି ଋଣ ଛାଡ଼ ଘୋଷଣା କଲେ ଉଦ୍ଧବ

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ।...

Advertisement
Archives

Model This Week