ଦିବ୍ୟାଙ୍ଗ ହୋଇ ବି ଜଳସେବା ଯୋଗାଉଛନ୍ତି ପ୍ରଣତୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସେବା କରିବାର ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ତୁଷାର୍ଥ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। ଦୀର୍ଘ ୭ବର୍ଷ ଧରି ଏପରି ସେବାରେ ନିଜକୁ ନିୟୋଜିତ କରି ଆନନ୍ଦ ପାଉଥିବା ଏହି ମହିଳା ଜଣକ ହେଉଛି ପ୍ରଣତୀ ସ୍ବାଇଁ(୪୧)।
ପ୍ରଣତୀଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାଠାରୁ ୪୦ କିିମି ଦୂର ଅଢ଼ାଙ୍ଗର ସିଙ୍ଘାଳୋ। ପ୍ରଣତୀ ପୋଲିଓ ରୋଗରେ ପୀଡ଼ିତ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ତାଙ୍କର ବାମ ଗୋଡ଼ ଠିକ୍‌ ଭାବେ କାର୍ଯ୍ୟ କରୁନି। ହେଲେ ତାଙ୍କର ସେବା କରିବାର ଇଚ୍ଛା କେବେବି ଅଟକି ଯାଇନି। ପାଟକୁରା ବ୍ଲକ୍‌ ଅନ୍ତର୍ଗତ କୋରୁଆ ମହିଳା ମହାବିଦ୍ୟାଳୟରୁ ଯୁକ୍ତ୩ ପଢ଼ା ଶେଷ କରିବା ପରେ ଭୁବନେଶ୍ୱର ଚାଲି ଆସିଥିଲେ ପ୍ରଣତୀ। ଏବେ ସେ ପୁରୁଣା ଭୁବନେଶ୍ୱରର ପୁନାମାଗେଟ୍‌ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଛନ୍ତି। ସେ ସାମାଜିକ ସେବାକୁ ଜୀବନର ବ୍ରତ କରିଛନ୍ତି। ଗତ ୭ବର୍ଷ ହେବ ପୋଖରୀପୁଟ ଓ ପଳାଶପଲ୍ଲୀକୁ ସଂଯୋଗ କରୁଥିବା କାର୍ଗିଲ ରୋଡ୍‌ରେ ଲୋକଙ୍କୁ ପିଇବା ପାଣି ଯୋଗାଉଛନ୍ତି। ତାଙ୍କର ଏପିରି ସେବା ମନୋବୃତ୍ତି ପାଇଁ ବିଏମ୍‌ସି ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ, ୨୦୧୩ରୁ ପ୍ରଣତୀ ଚିଲିକା ଡେଭ୍‌ଲପ୍‌ମେଣ୍ଟ ଅଥୋରିଟି(ସିଡିଏ) ଓ ଶୁଶ୍ରୁଷା କାର୍ଯ୍ୟାଳୟ ନିକଟରେ ମଧ୍ୟ ଜଳସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏକ୍ଷେତ୍ରରେ ଏସ୍‌ଟି ଜନ୍‌ ଆମ୍ବୁଲାନ୍ସ ସେବା ପକ୍ଷରୁ ତାଙ୍କୁ ମଧ୍ୟ ସହଯୋଗ ମିଳିଛି। ପ୍ରଣତୀଙ୍କୁ ଏହି କାର୍ଯ୍ୟରେ ବିକାଶ ନାମକ ଜଣେ ଛାତ୍ର ସହଯୋଗ କରୁଥିଲେ। ବାତ୍ୟାପରଠାରୁ ବିକାଶ ଆଉ ଜଳସେବା ଶିବିରକୁ ଆସୁନାହାନ୍ତି। ତେଣୁ ପ୍ରଣତୀ ଏକୁଟିଆ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। କେବଳ ଜଳସେବା ନୁହେଁ, ପ୍ରଣତୀ ବୃକ୍ଷରୋପଣ ସହ ବିଭିନ୍ନ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବାତ୍ୟା ପରେ ଗଛଗୁଡିକ ନଷ୍ଟ ହୋଇଯାଇଛି। ଯାତ୍ରୀମାନେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ପ୍ରଣତୀଙ୍କ ଜଳସେବା ଜୀବନଦାନ ସଦୃଶ ହୋଇଛି। ତାଙ୍କର ଏଭଳି ସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ। ସୂଚନାଯେଗ୍ୟ, ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୦୩ ଜଳସେବା ଶିବିର ଚାଲିଥିବାବେଳେ ୩୫ଟି ଓ୍ବାଟର ଏଟିଏମ୍‌ ଚାଲିଛି। ତେବେ ପ୍ରଣତୀଙ୍କ ଜଳସେବା ପ୍ରଦାନରେ ଉତ୍ସାହକୁ ନେଇ ବିଏମ୍‌ସି ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri