ଦିବ୍ୟାଙ୍ଗ ହୋଇ ବି ଜଳସେବା ଯୋଗାଉଛନ୍ତି ପ୍ରଣତୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସେବା କରିବାର ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ତୁଷାର୍ଥ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। ଦୀର୍ଘ ୭ବର୍ଷ ଧରି ଏପରି ସେବାରେ ନିଜକୁ ନିୟୋଜିତ କରି ଆନନ୍ଦ ପାଉଥିବା ଏହି ମହିଳା ଜଣକ ହେଉଛି ପ୍ରଣତୀ ସ୍ବାଇଁ(୪୧)।
ପ୍ରଣତୀଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାଠାରୁ ୪୦ କିିମି ଦୂର ଅଢ଼ାଙ୍ଗର ସିଙ୍ଘାଳୋ। ପ୍ରଣତୀ ପୋଲିଓ ରୋଗରେ ପୀଡ଼ିତ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ତାଙ୍କର ବାମ ଗୋଡ଼ ଠିକ୍‌ ଭାବେ କାର୍ଯ୍ୟ କରୁନି। ହେଲେ ତାଙ୍କର ସେବା କରିବାର ଇଚ୍ଛା କେବେବି ଅଟକି ଯାଇନି। ପାଟକୁରା ବ୍ଲକ୍‌ ଅନ୍ତର୍ଗତ କୋରୁଆ ମହିଳା ମହାବିଦ୍ୟାଳୟରୁ ଯୁକ୍ତ୩ ପଢ଼ା ଶେଷ କରିବା ପରେ ଭୁବନେଶ୍ୱର ଚାଲି ଆସିଥିଲେ ପ୍ରଣତୀ। ଏବେ ସେ ପୁରୁଣା ଭୁବନେଶ୍ୱରର ପୁନାମାଗେଟ୍‌ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଛନ୍ତି। ସେ ସାମାଜିକ ସେବାକୁ ଜୀବନର ବ୍ରତ କରିଛନ୍ତି। ଗତ ୭ବର୍ଷ ହେବ ପୋଖରୀପୁଟ ଓ ପଳାଶପଲ୍ଲୀକୁ ସଂଯୋଗ କରୁଥିବା କାର୍ଗିଲ ରୋଡ୍‌ରେ ଲୋକଙ୍କୁ ପିଇବା ପାଣି ଯୋଗାଉଛନ୍ତି। ତାଙ୍କର ଏପିରି ସେବା ମନୋବୃତ୍ତି ପାଇଁ ବିଏମ୍‌ସି ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ, ୨୦୧୩ରୁ ପ୍ରଣତୀ ଚିଲିକା ଡେଭ୍‌ଲପ୍‌ମେଣ୍ଟ ଅଥୋରିଟି(ସିଡିଏ) ଓ ଶୁଶ୍ରୁଷା କାର୍ଯ୍ୟାଳୟ ନିକଟରେ ମଧ୍ୟ ଜଳସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏକ୍ଷେତ୍ରରେ ଏସ୍‌ଟି ଜନ୍‌ ଆମ୍ବୁଲାନ୍ସ ସେବା ପକ୍ଷରୁ ତାଙ୍କୁ ମଧ୍ୟ ସହଯୋଗ ମିଳିଛି। ପ୍ରଣତୀଙ୍କୁ ଏହି କାର୍ଯ୍ୟରେ ବିକାଶ ନାମକ ଜଣେ ଛାତ୍ର ସହଯୋଗ କରୁଥିଲେ। ବାତ୍ୟାପରଠାରୁ ବିକାଶ ଆଉ ଜଳସେବା ଶିବିରକୁ ଆସୁନାହାନ୍ତି। ତେଣୁ ପ୍ରଣତୀ ଏକୁଟିଆ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। କେବଳ ଜଳସେବା ନୁହେଁ, ପ୍ରଣତୀ ବୃକ୍ଷରୋପଣ ସହ ବିଭିନ୍ନ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବାତ୍ୟା ପରେ ଗଛଗୁଡିକ ନଷ୍ଟ ହୋଇଯାଇଛି। ଯାତ୍ରୀମାନେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ପ୍ରଣତୀଙ୍କ ଜଳସେବା ଜୀବନଦାନ ସଦୃଶ ହୋଇଛି। ତାଙ୍କର ଏଭଳି ସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ। ସୂଚନାଯେଗ୍ୟ, ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୦୩ ଜଳସେବା ଶିବିର ଚାଲିଥିବାବେଳେ ୩୫ଟି ଓ୍ବାଟର ଏଟିଏମ୍‌ ଚାଲିଛି। ତେବେ ପ୍ରଣତୀଙ୍କ ଜଳସେବା ପ୍ରଦାନରେ ଉତ୍ସାହକୁ ନେଇ ବିଏମ୍‌ସି ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଆଖି ବୁଜିଲେ ଦିଗପହଣ୍ଡି ବିଜୁ ଯୁବ ବାହିନୀ ସଦସ୍ୟ

ଦିଗପହଣ୍ଡି,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ...

ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ...

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମକରନ୍ଦ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କୁ ସମର୍ଥନ...

ଆଜି ଶପଥ ଗ୍ରହଣ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବାବେଳେ...

ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ଅନୁମତି

ଭୁବନେଶ୍ୱର,୮ା୪(ବ୍ୟୁରୋ): ବିଦ୍ୟୁତ୍‌ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରୀ ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ...

କାମକୁ ନୁହେଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୨୦୦୫ରେ କେନ୍ଦ୍ର ସରକାର ଯାନବାହନଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ତଦୁନଯାୟୀ ଏହି...

ସୁନ୍ଦରଗଡ଼ରେ ଅଭିବାଦନ ରଖିଲେ ମୁଖ୍ୟମନ୍ତ୍ରୀ: ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ହକି ଷ୍ଟାଡିୟମ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ...

ନୂଆ ଟ୍ରେଣ୍ଡ୍‌ : ଟ୍ରାଇବାଲ ଆର୍ଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍‌ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍‌ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ...

Advertisement
Archives

Model This Week