ଦିବ୍ୟାଙ୍ଗ ଭାଇଭହେନ୍‌ ଘଟ୍‌ନା:ସାହାଯ୍‌ର ହାତ ବଢ଼ାଲା ପରଶାସନ

କୋକସରା, ୨୬ା୬ (ଡି.ଏନ୍‌.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍‌ମୁ ଦିବ୍ୟାଙ୍ଗ। ଅଭାବ ଅନାଟନ ଲାଗି ମା’ବାପ୍‌ ଦିବ୍ୟାଙ୍ଗ ପୁଓ ଝି’କେ ଠିକ୍‌ସେ ଚିକିସତ୍ା କରେଇ ନାଇଁପାରି। ଏହେଦେ ଦୁଇ ଭାଇବହେନ୍‌ ଯୁଆନ ଅବସ୍‌ତାକେ ଆସିଥିଲେ ବି ଅସାହା ଜୀବନ୍‌ ବିତଉଛନ୍‌। ମକରନ୍ଦ ମାସିକ ୫ଶହ ଟଁକା ଦିବ୍ୟାଙ୍ଗ ଭତା ପାଉଥିଲାବେଲେ ବହେନ୍‌ ଭୂମିସୂତା ଭିନ୍ନକ୍ଷମ ପରମାନପତର ଅଭାବୁ ଯୋଜନାରୁ ବାଦ୍‌ ପଡ଼ିଛନ୍‌। ସେନ୍‌ତା ପରିବାରକେ ସରକାରୀ ସାହାଯ୍‌ କହେଲେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ। ଇ ବାବ୍‌ଦେ ଗଲା ଶନିବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ପରଶାସନର ଚେତା ପଶିଥିଲା। ସୋମବାର କୋକସରା ବିଡିଓ ବସନ୍ତ କୁମାର ସେଠି, ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଦୀପକ କୁମାର ବେହେରା ପୀଡ଼ିତ ଦିବ୍ୟାଙ୍ଗ ଭାଇଭହେନ୍‌କଁର ପାସେ ପୁହୁଁଚିଥିଲେ। ଦୁଇ ଭାଇଭହେନ୍‌କୁ ଦୁଇଟା ହୁଇଲଚେୟାର ଦେଇଥିଲେ। ସେନ୍‌ତା ଆଏବା ମାସଠାନୁ ମକରନ୍ଦର ଭତା ୫ଶହରୁ ୭ଶହ ଟଁକାକେ ବଢ଼ାଯିବା, ଭୂମିସୂତାକଁର ଭିନ୍ନକ୍ଷମ ପରମାନପତର ଅନ୍‌ଲାଇନ୍‌ ଆବେଦନ କରାଯାଇଥିଲାବେଲେ ତାହାକୁ ବି ବହୁତ୍‌ ଜଲଦି ଭତା ଯୁଗେଇ ଦିଆଯିବା ବଲି ଦୁଇ ଅଧ୍‌କାରୀ କଥା ଦେଇଥିଲେ। ଇତାର ବାହାରେ ନିଲାମ୍ବରକୁଁ ଆବାସ ଯୋଜନାରେ ସାମିଲ କରାଯିବାକେ ପରଶାସନ କଥା ଦେଇଛେ। ଭୂମିସୂତାକୁଁ ଆଏବା ମାସ ୧ ତାରିଖ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକେ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ପଠାଯିବାର ଲାଗି ଥିର ହେଇଥିବାର ଦୁଇ ଅଧ୍‌କାରୀ ସୂଚନା ଦେଇଛନ୍‌। ବ୍ଲକ ପରଶାସନର ଇ ମହତ୍‌ କାଯ୍‌କେ ଗଁାବାସୀ ବଡ଼ଭାରି ପରଶଁସା କରବାର ସଂଗେ ଧରିତ୍ରୀ ପରିବାରକେ ଧଏନ୍‌ବାଦ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri