ଦିବ୍ୟାଙ୍ଗ ପୁଓର ଚିକିଛା ଲାଗି ଟଁକା ଅଭାବ: ଗରିବ୍‌ ମା’ବାପ୍‌ ହଟହଟା, ପରଶାସନ ଚୁପ୍‌

 

ଧମା, ୬।୧୨ (ଡି.ଏନ.ଏ.)-
ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଇଥିର ଲାଭ ନାଇଁ ପାଏବାର। ଏନ୍‌ତାଥି ନିଜର ଦିବ୍ୟାଙ୍ଗ ଛୁଆପିଲାକର ଚିକିଛା, ସରକାରୀ ସୁବିଧା ସୁଯୋଗ ଲାଗି ଗରିବ୍‌ ମା’ବାପ୍‌ମାନେ ହଇରାନ ହରକତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଁଚେତ୍‌ ୬ ନମ୍ବର ୱାର୍ଡରେ।
ସୂଚନା ଅନ୍‌ସାରେ ଲିପିଣ୍ଡା ପଁଚେତ୍‌ ୬ ନମ୍ବର ଓ୍ବାର୍ଡର ରବୀନ୍ଦ୍ର ପଧାନ(୪୦)କଁର ପରିବାର କହେଲେ ମାଏକିନା କୁମୁଦିନୀ(୩୫) ଆର ଦୁଇ ପୁଓ ଆୟୁଷ(୭), ଅଭିଷେକ(୪)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କଛି ନାଇଁ। ରବୀନ୍ଦ୍ର କୁଲିମଜୁରି କରି ନିଜର କୁଟୁମ ପୁଷୁଛନ୍‌। ଅଭାବ ଅନାଟନ ଲାଗି ନିଜର ବଡ଼ପୁଓ ଆୟୁଷକେ ତାକର ମାମୁ ଘରେ ଛାଡ଼ିଦେଇଛନ୍‌। ସେନ୍‌ତା ସାନପୁଓ ଅଭିଷେକ ଜନ୍‌ମୁ ଦିବ୍ୟାଙ୍ଗ। ସେ ଚାଲବୁଲ, କଥା କହି ନାଇଁ ପାରବାର। ସେ ୪ ବଛ୍‌ରର ହେଲା ଉତାରୁ ବି ତାକର ହାତ ବେଭାର କରି ନାଇଁ ପାରବାର। ଗରିବ୍‌ ମା’ବାପ୍‌ ପୁଓକେ ସମ୍ବଲପୁର ସଦର ଡାକ୍‌ତରଖାନାରେ ଅନେକ ଥର ଚିକିଛା କରେଇଛନ୍‌। ସବୁଥର ଡାକ୍‌ତର କେତେ ବ୍ୟାୟାମ ଶିଖେଇ ଦେଇ ଘରେ ଅଭିଆସ କରାବାକେ କହି ଛାଡ଼ି ଦେଉଛନ୍‌। ହେଲେ ସେଥ୍‌ରେ କିଛି ଲାଭ୍‌ ନାଇଁ ହେବାର ବଲି ଅଭିଷେକକଁର ମା’ କୁମୁଦିନୀ କହିଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଗରିବ୍‌ ମା’ବାପ୍‌ ପୁଓର ଉଚ ଚିକିଛା କରେଇ ନାଇଁପାରବାର। ରବୀନ୍ଦ୍ର ପୁଓର ଚିକିଛା ସାହାଯ୍‌ ଆର ଦିବ୍ୟାଙ୍ଗ ପରମାନପତର ଲାଗି ବ୍ଲକରେ ଅନେକ ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ଅଭିଶେଷକୁଁ କୁମୁଦିନୀ ଘରେ ଏକଲା ଛାଡ଼ି କାହିଁ କାମ୍‌ବୁତା କରିଯାଇ ନାଇଁପାରବାର। ଏନ୍‌ତାଥି ରବୀନ୍ଦ୍ର କୁଲିମଜୁରି କରି ଯାହା କମଉଛନ୍‌ ସେଟା ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଅଭାବ ଅନାଟନ, ସରକାରୀ ସାହାଯ୍‌ ଅଭାବୁ ଆଏଜ୍‌ ବି କୁଟୁମଟା ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଅଭିଷେକକୁଁ ଚିକିଛା ସାହାଯ୍‌ ଆର ପରିବାରକେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri