ଦିନ କେଇଟାରେ ଉଭେଇଗଲା ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ: ମାଟି କାମୁଡ଼ିଛି କଳାକୃତି

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ସ୍ମାର୍ଟସିଟି ମାନ୍ୟତା ପାଇବା ପାଇଁ ସମସ୍ତେ ଅଣ୍ଟା ଭିଡି ଦେଇଥିଲେ। ନୂଆ ଉତ୍ସାହ ଓ ସମ୍ଭାବନାକୁ ନେଇ ଭୁବନେଶ୍ୱରର ରୂପ ବଦଳାଇଦେଇଥିଲେ। ବିଶେଷକରି ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସର୍ବାଧିକ ଗୁରୁତ୍ୱ ଦେଇଥିଲା। ଏବାବଦକୁ ବିପୁଳ ଟଙ୍କା ଖର୍ଚ୍ଚ କରାଗଲା। ହେଲେ କିଛିବର୍ଷର ତତ୍ପରତା ପରେ ଏବେ ଅଧିକାରୀମାନେ ଶୋଇଗଲେ। ଆବଶ୍ୟକ ଯତ୍ନ ଓ ସୁରକ୍ଷା ଅଭାବରୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଧୀରେ ଧୀରେ ମାଟିରେ ମିଶିବାରେ ଲାଗିଛି। କେଉଁଠି ମତ୍ସ୍ୟକନ୍ୟା କଳାକୃତି ଘାସବୁଦାରେ ମିଶିଯାଇଛି ତ ଆଉ କେଉଁଠି ଭଗ୍ନ କାରୁକାର୍ଯ୍ୟ ମାସ ମାସ ଧରି ପଡି ରହିଛି। ବିଭାଗଗୁଡିକ ମଧ୍ୟରେ ତାଳମେଳ ଓ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରର ସୌନ୍ଦର୍ଯ୍ୟକରଣ ଉଭେଇ ଯାଇଛି।
ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଘରୋଇ ସଂସ୍ଥା ସହଯୋଗରେ ପିପିପି ମୋଡ୍‌ରେ କରାଯାଇଥିଲା। ସହରର ତିନିଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ସୌନ୍ଦର୍ଯ୍ୟକରଣ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ, ସଚିବାଳୟ ସାମ୍ନା ଏବଂ ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ ଛକ। ସୌନ୍ଦର୍ଯ୍ୟକରଣ ହେବା ପରେ ରାସ୍ତାରେ ଯାଉଥିବା ଲୋକ ଠିଆ ହୋଇ ଏହାର ଶୋଭାକୁ ଉପଭୋଗ କରୁଥିଲେ। ଏଥିପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ରେ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଯାଏ ରାସ୍ତା ପାର୍ଶ୍ୱ ଓ ଦୁଇ ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମତ୍ସ୍ୟକନ୍ୟା, ବିଭିନ୍ନ ରାଶିକୁ ଇଟାପଥର ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇ ଜୀବନ୍ତ ରୂପ ଦିଆଯାଇଥିଲା। ଏବେ ସେସବୁର ସ୍ଥିତି ନ ଥିବାଭଳି ଜଣାପଡୁଛି। ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ମତ୍ସକନ୍ୟା ଏବେ ଘାସ ଓ ଗୁଳ୍ମରେ ଭରି ଯାଇଛି। କିଛି ଅଂଶ ଫାଟି ଯାଇ ସେଥିରେ ଗଛ ଉଠିଛି। ସେହିପରି ରାଶି ସ୍ଥାପତ୍ୟର ସମଦଶା ଦେଖିବାକୁ ମିଳିଛି। ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଳାକୃତିର ମରାମତି କିମ୍ବା ପୁନରୁଦ୍ଧାର କରାଯାଉନାହିଁ। ଆଉ କିଛି କଳାକୃତି କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ ମାଟି ଓ ଗଛ ଯୋଗୁ ସୌନ୍ଦର୍ଯ୍ୟ ହରାଇଛି। ଚତୁଃପାର୍ଶ୍ୱ ସଫେଇ ନ ହେବାରୁ ସେଗୁଡ଼ିକ ଏବେ ଦୟନୀୟ ସ୍ଥିତିରେ ପଡ଼ିରହିଛି। ରାସ୍ତାକଡ଼ରେ ଶୋଭା ବର୍ଦ୍ଧନ କରୁଥିବା କଳସ ଓ ଝରଣା ସଦୃଶ କଳାକୃତି ମଧ୍ୟ ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ଟାଓ୍ବାର ଚାରିପଟେ ହୋଇଥିବା ସୌନ୍ଦର୍ଯ୍ୟକରଣ ମଧ୍ୟ ବିକୃତ ରୂପ ନେଇଛି।

ପରସ୍ପର ଉପରେ ଦୋଷ ଲଦାଲଦି
ପୁନରୁଦ୍ଧାର କାହିଁକି ହେଉନାହିଁ ବୋଲି ପଚାରିବାରୁ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ସହରର ମୁଖ୍ୟ ଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର ଏହାର କାର୍ଯ୍ୟ ବିଡିଏ କରୁଥିଲା ଓ ଏନେଇ ଅନ୍ୟ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ହେଲେ ବିଡିଏ କର୍ତ୍ତୃପକ୍ଷ ଏନେଇ ରୋକ୍‌ଠୋକ୍‌ ମନା କରିଛନ୍ତି। ରକ୍ଷଣାବେକ୍ଷଣ ସହ ପୁନରୁଦ୍ଧାର ଦାୟିତ୍ୱ ବିଏମ୍‌ସିକୁ ଦେଇଥିଲା ବୋଲି ବିଡିଏ ପ୍ରଶାସନିକ ଅଧିକାରୀ କହିଛନ୍ତି।
ଏନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ରଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଏପରିସ୍ଥଳେ ଏହି ସୌନ୍ଦର୍ଯ୍ୟକରଣ ଫେରିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri