ଦିନକୁ ୨ଟି ଆସ୍ପ୍ରିନ୍‌ କ୍ୟାନସରରୁ ରଖେ ଦୂରେଇ !

ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍‌ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍‌ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶରୀରରେ ଯନ୍ତ୍ରଣା, ଜଳାପୋଡ଼ା ଅବା ଜ୍ୱରରୁ ମୁକ୍ତି ପାଇଁ ପ୍ରାୟତଃ ଏହାର ବ୍ୟବହାର କରାଯାଇଥାଏ। ତେବେ ଏହା ଅନ୍ତଃନଳୀ କ୍ୟାନସର, ଗର୍ଭାଶୟ କ୍ୟାନସର, କ୍ଷୁଦ୍ରାନ୍ତ୍ର ଏବଂ ବୃହଦାନ୍ତ୍ର ଆଦି କ୍ୟାନସର ଆଶଙ୍କା କମ୍‌ କରିଥାଏ ବୋଲି ମେଡିକାଲ ପତ୍ରିକା ଲାନ୍ସେଣ୍ଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଆସ୍ପ୍ରିନ୍‌ କ୍ୟାନସରକୁ କିପରି ଦୂରେଇ ରଖୁଛି ସେନେଇ ଅହମଦାବାଦର ଡାକ୍ତର ହର୍ଷ ସେଠ୍‌, ବ୍ରିଟେନ୍‌ର ଡାକ୍ତର ପ୍ରଫସେର ଟିମୋଥି ବିଶପ୍‌ ଏବଂ ପ୍ରଫେସର ସାର୍‌ ଜନ୍‌ ବୁର୍ନଙ୍କ ଦ୍ୱାରା ଅଧ୍ୟୟନ କରାଯାଇଥିଲା। ୨ରୁ ଅଢ଼େଇ ବର୍ଷ ଏଭଳି କରୁଥିବା ୫୦ରୁ ୭୦ ବର୍ଷ ବୟସ୍କଙ୍କ ଲୋକଙ୍କ କ୍ଷେତ୍ରରେ କ୍ୟାନସର ଆଶଙ୍କା କମିଯାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗବେଷକ ୪୨୭ଜଣ ଲୋକଙ୍କୁ ଆସ୍ପ୍ରିନ୍‌ ଏବଂ ୪୩୪ ଲୋକଙ୍କୁ ଅନ୍ୟ ଔଷଧ ସେବନ କରିବାକୁ ଦେଇଥିଲେ। ଆସ୍ପ୍ରିନ୍‌ ସେବନ କରୁଥିବା ଲୋକଙ୍କଠାରେ ଅନ୍ତଃନଳୀ କ୍ୟାନସର, ଗର୍ଭାଶୟ କ୍ୟାନସର, କ୍ଷୁଦ୍ରାନ୍ତ୍ର ଏବଂ ବୃହଦାନ୍ତ୍ର ଆଦି କ୍ୟାନସର ଆଶଙ୍କା କମି ଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦାର୍ଥ ବିଜ୍ଞାନର ପରିଚୟ

ଆଜିକୁ ୫୫ ଲକ୍ଷ ବର୍ଷ ତଳେ ମଣିଷ ଜାତି ପୃଥିବୀପୃଷ୍ଠରେ ଜନ୍ମ ନେଲା। ସେବେଠାରୁ ଆମର ଗବେଷଣା ଜାରି ରହିଛି। କିନ୍ତୁ ଆଜି ଯେଉଁ ଯୁଗକୁ...

ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ମହାକାଶ ଯାନ

”ସୂର୍ଯ୍ୟ ଅଭିଯାନରେ ଅନେକ ମହାକାଶ ଯାନ ଯିବା ସତ୍ତ୍ୱେ ସୂର୍ଯ୍ୟଙ୍କୁ ନେଇ କେତେକ ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ସୌର ପରିମଣ୍ଡଳର ସର୍ବଶେଷ ସ୍ତରକୁ କୋରୋନା...

ଘର କିଣିବା ସମୟରେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ...

ବାରମ୍ବାର ଗରମ କରନ୍ତୁ ନାହିଁ ଏସବୁ ଖାଦ୍ୟ

କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଅବା ଦୁଇଥର ଗରମ କଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି।...

କରୋନା ମୃତ୍ୟୁର ୫ ବଡ଼ କାରଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର...

ବରଫରେ ଡିମ୍ବାଣୁ ସଂରକ୍ଷଣ

‘କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡାଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ...

ବିବାହ ପୂର୍ବରୁ ଜୀବନସାଥିଙ୍କୁ ପଚାରନ୍ତୁ ଏହି ସବୁ ପ୍ରଶ୍ନ

  ପ୍ରାୟ ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ବିବାହ କେବଳ ଦୁଇଟି ଦୃଦୟର ମିଳନ ନୁହେଁ ମାତ୍ର ଏହା ୨ ପରିବାର ମିଶ୍ରଣ।...

ସୁନିଦ୍ରା ପାଇଁ ସ୍ମାର୍ଟ ପାଇଜାମା

ଆଜିକାଲି ଅନେକେ ନିଦ୍ରାଜନିତ ସମସ୍ୟା ସହ ଜଡ଼ିତ। ଆମେ ଆବଶ୍ୟକ ସମୟ ମୁତାବକ ନିଦ୍ରା ନ ଗଲେ ବିଭିନ୍ନ ପ୍ରକାର ଶାରୀରିକ ଅସୁବିଧାର ସମ୍ମୁଖୀନ ହୋଇଥାଉ।...

Advertisement


Archives

Model This Week