ଦାରିଦ୍ର୍ୟ ନେଲା ଜୀବନ: ୩ ଭଉଣୀ ଏବେ ଅନାଥ, ଅସହାୟ

ଝୁମ୍ପୁରା, ୭।୧୨(ଡି.ଏନ.ଏ.)- ବର୍ଷକ ପୂର୍ବରୁ ମା’ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଥିଲେ। ଏବେ ବେକରେ ଦଉଡ଼ି ଲଗାଇ ବାପା ରାମ ମୁଣ୍ଡା (୫୩) ଆତ୍ମହତ୍ୟା କରିବା ପରେ କେନ୍ଦୁଝର ଜିଲା ଝୁମ୍ପୁରା ଥାନା, ଖେଣ୍ଡରା ପଞ୍ଚାୟତର ପାଟବିଲା ଗ୍ରାମରେ ତାଙ୍କ ୩ ଝିଅ ମନୀଷା (୧୪), ସାବିତ୍ରୀ (୧୨) ଏବଂ ସୁଚିସ୍ମିତା (୪ବର୍ଷ) ଅନାଥ, ଅସହାୟ ହୋଇପଡ଼ିଛନ୍ତି। ଅଭାବ ଅନଟନରେ ଦିନ ବିତାଉଥିବା ରାମ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ଲିଙ୍କ୍‌ କରାଇ ନ ପାରି ୪ ମାସ ହେବ ଚାଉଳ ନ ପାଇ ଶେଷରେ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଇଥିବା ତାଙ୍କ ପଡ଼ୋଶୀଙ୍କ ସମେତ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଝୁମ୍ପୁରା ପୋଲିସ ମୃତଦେହ ଉଦ୍ଧାର କରି ଗତ ୪ ତାରିଖରେ ବ୍ୟବଚ୍ଛେଦ କରାଇବା ପରେ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୧୯) ରୁଜୁକରି ତଦନ୍ତ କରୁଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ରାମ ମୁଣ୍ଡାଙ୍କ ସ୍ତ୍ରୀଙ୍କର ବର୍ଷକ ତଳେ ମୃତ୍ୟୁ ଘଟିବାରୁ ରାମ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ମୂଲମଜୁରି ଲାଗି ୩ ଝିଅଙ୍କ ମୁହଁରେ ଆହାର ଦେଉଥିଲେ। ମନୀଷା ଏବଂ ସାବିତ୍ରୀ ପାଠପଢ଼ା ଛାଡ଼ି ବାପାଙ୍କୁ ସାହାଯ୍ୟ କରିବା ସହିତ ଘରକାମ କରୁଥିଲେ। ସୁଚିସ୍ମିତା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିଲେ। ରାମ ମଜୁରି ଲାଗି ଯାହା ଆଣୁଥିଲେ ସେତିକିରେ ପରିବାର ଚଳାଇବା ସମ୍ଭବ ହେଉ ନ ଥିଲା। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଗରୁ ମିଳୁଥିବା ଚାଉଳ ତାଙ୍କ ଲାଗି ଭରସା ଥିଲା। ଆଧାର ଲିଙ୍କ୍‌ ନିୟମ ପରଠାରୁ ରାମ ପିଡିଏସ୍‌ ସାମଗ୍ରୀ ପାଇ ନ ଥିଲେ। ଏଭଳି ସ୍ଥିତିରେ ଅସହାୟ ହୋଇ ଗତ ୩ ତାରିଖରେ ରାମ ଆତ୍ମହତ୍ୟା କରିଥିବା ପଡ଼ୋଶୀମାନେ କହିଛନ୍ତି। ଗତ କିଛିଦିନ ହେବ ରାମ ତାଙ୍କ ବଡ଼ଭାଇଙ୍କ ଘରୁ ଚାଉଳ ଧାର ଆଣି ରୋଷେଇ କରିବାକୁ ଦେଉଥିଲେ ବୋଲି ତାଙ୍କ ବଡ଼ଝିଅ ମନୀଷା କହିଛନ୍ତି। ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ପଞ୍ଚାୟତବାସୀ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ରାମଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ତାଙ୍କ ୩ ଝିଅଙ୍କ ସମ୍ପର୍କରେ ଖବର ପାଇ ଚାଇଲ୍ଡଲାଇନ ପକ୍ଷରୁ ଦମୟନ୍ତୀ ମହାନ୍ତ, ଜଗଦୀଶ କାରୁଆ ପ୍ରମୁଖ ଯାଇ ସେମାନଙ୍କୁ ଭେଟିଥିବା ଜଣାପଡିଛି। ଏ ଦିଗରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରା କହିଛନ୍ତି। ଖେଣ୍ଡରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫୁଲମଣି ନାଏକଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri