ଦାନା ଯୋଗାଉଛି ଖଲିପତ୍ର

ଯୋଡ଼ା, ୧୪।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସାଧାରଣତଃ ଖଣିଖାଦାନ ତଥା ଜଙ୍ଗଲଭରା ଅଞ୍ଚଳ। ଏଠାକାର ଅଧିବାସୀ ପୂର୍ବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି, ବିକି ନିଜର ଜୀବିକା ନିର୍ବାହ କରୁଥିଲେ। ଖଣି ଅଞ୍ଚଳ ହୋଇଥିବାରୁ ଲୋକଙ୍କ ପାଖରେ କୃଷିକାର୍ଯ୍ୟ ପାଇଁ ସେପରି ଜମି ଉପଲବ୍ଧ ନାହିଁ। ଯୋଡ଼ା ପୌରପାଳିକାର ୨ନଂ. ଓ୍ବାର୍ଡ ତଥା ବନେଇକଳା ଭୂୟାଁ ବସ୍ତିରେ ରହୁଥିବା ୧୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ ଖାଲିପେଟକୁ ଦାନା ଦେଉଛି ଏହି ଖଲିପତ୍ର ା ଖଲିପତ୍ର ତିଆରି କରିବା ଏବଂ ଦାନ୍ତକାଠି ସଂଗ୍ରହ କରିବା ଏମାନଙ୍କର ମୁଖ୍ୟ ବୃତ୍ତି। ଏହି କାର୍ଯ୍ୟକୁ ଦୀର୍ଘ ୬ ପୁରୁଷ ଧରି କରିଆସୁଥିବା ବସ୍ତିର ମହିଳା ଉପାସୀ ନାଏକ, ନିରାଶ ନାଏକ, ମାଣିକ ନାଏକ, ପଞ୍ଚମୀ ନାଏକ, ଲିଚୁ ନାଏକ, ସୁଲୋଚନା ନାଏକ, ଦମୟନ୍ତୀ ନାଏକ ଓ ସଞ୍ଜୁ ନାଏକ ପ୍ରମୁଖ କହିଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ଦିନ ବଡ଼ିଭୋର୍‌ରୁ ଉଠି ସେମାନେ ଶାଳପତ୍ର ଓ ଦାନ୍ତକାଠି ସଂଗ୍ରହ ପାଇଁ ବସ୍ତିଠାରୁ ୬ କି.ମି. ଦୂର ଘଞ୍ଚ ଜଙ୍ଗଲକୁ ଚାଲି ଚାଲି ଯାଇଥାନ୍ତି। ପରେ ଘରକୁ ଫେରି ଶାଳପତ୍ରକୁ ବାଉଁଶ କାଠି ମାଧ୍ୟମରେ ସିଲେଇ କରି ଖଲି ଓ ଚଉପଦି ପ୍ରସ୍ତୁତ କରିଥାନ୍ତି। ଶାଳପତ୍ର ସିଲେଇ ପାଇଁ ଆବଶ୍ୟକ ବାଉଁଶ କାଠି ସେମାନେ ଅନ୍ୟ ସ୍ଥାନରୁ କିଣି ଆଣିଥାନ୍ତି ବୋଲି ଭୂୟାଁ ବସ୍ତିର ମହିଳା ଉପାସୀ ନାଏକ କହିଛନ୍ତି। ସେହିପରି ନିରାଶ ନାଏକ କହିଛନ୍ତି ଯେ, ବସ୍ତିର ମହିଳାମାନେ ପ୍ରତିଦିନ ଜଣକା ୪୦ରୁ ୫୦ଟି ଖଲି ଚଉପଦି ପ୍ରସ୍ତୁତ କରି ଗ୍ରାହକଙ୍କୁ ୧ ଶହ ଖଲିକୁ ୬୦ରୁ ୭୦ ଟଙ୍କା ଓ ଦାନ୍ତକାଠି ବିଡ଼ା ୧୦ ଟଙ୍କାରେ ବିକ୍ରି କରିଥାନ୍ତି। ଏହାସତ୍ତ୍ୱେ ଗ୍ରାହକମାନେ ସେମାନଙ୍କ ସହିତ ମୂଲଚାଲ କରୁଥିବାରୁ ଏହା ସେମାନଙ୍କୁ ବ୍ୟଥିତ କରିଥାଏ। ଖଲିର ଚାହିଦା ଥିବା ସତ୍ତ୍ୱେ ପ୍ରୋତ୍ସାହନ ଅଭାବ ହେତୁ ଏହାକୁ ଠିକ୍‌ ଭାବେ ବଜାର ପରିଚାଳନା କରାଯାଇପାରୁନାହିଁ। ଖଲି ଓ ଚଉପଦିର ଚାହିଦା ସ୍ଥାନୀୟ ବଜାରରେ କମ୍‌ ଥିବାରୁ ଗୁଜରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଖଣିଖାଦାନ ଲାଗି ବ୍ୟାପକ ଗଛ କଟାଯାଉଥିବାରୁ ଶାଳପତ୍ରର ଅଭାବ ଯୋଗୁ ସେମାନଙ୍କୁ ଏଥିପାଇଁ ଅଧିକ ଦୂର ଯିବାକୁ ପଡୁଛି ା ଏହା ଦ୍ୱାରା ସେମାନଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡୁଛି। ବର୍ତ୍ତମାନ ମେଶିନ ସିଲେଇ ଓ ପ୍ଲାଷ୍ଟିକ୍‌ ନିର୍ମିତ ଖଲି ଚଉପଦିର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକେ ଶାଳପତ୍ର ଖଲି ଚଉପଦିକୁ କ୍ରୟ କରୁନାହାନ୍ତି। ଫଳରେ ହାତତିଆରି ଖଲି ଚଉପଦିର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ା ତଥାପି ଭାଗ୍ୟକୁ ଆଦରି ନିଜ କୌଳିକ ବୃତ୍ତିକୁ ଛାଡ଼ିପାରି ନ ଥିବା ସେମାନେ କୋହଭରା କଣ୍ଠରେ କହିଛନ୍ତି।
ବିପିଏଲ୍‌ କାର୍ଡ ଥିବାରୁ ଚାଉଳ ଗଣ୍ଡେ ମିଳିଯାଉଛି। ହେଲେ ତେଲଲୁଣ ଓ ପରିବା ପାଇଁ ପଇସା ଅଣ୍ଟୁ ନାହିଁ ବୋଲି ସେମାନେ କହିଛନ୍ତି। ଦେଶୀ ଜିନିଷ ବ୍ୟବହାର ପାଇଁ ସରକାର ପ୍ରଚାର ପ୍ରସାର କରୁଥିବା ବେଳେ ଏବେ ବି ପରିବେଶକୁ ପ୍ରଦୂଷିତ କରୁଥିବା ତଥା ନଷ୍ଟ ହୋଇପାରୁ ନ ଥିବା ପ୍ଲାଷ୍ଟିକ ଓ ଥର୍ମୋକୁଲ ଖଲି, କାଗଜ ପଟି ଖଲିର ବହୁଳ ବ୍ୟବହାର ହେଉଛି। ଯୋଡ଼ାର ପୂର୍ବତନ ଶିକ୍ଷକ ତଥା ବୁଦ୍ଧିଜୀବୀ ସୋମନାଥ ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପ୍ରାୟ ୪୦ ବର୍ଷ ଧରି ସେ ଏହି ଖଲିପତ୍ର ସିଲେଇ କରି ବ୍ୟବସାୟ କରୁଥିବା ଭୂୟାଁ ବସ୍ତିକୁ ଯାଆନ୍ତି ଏବଂ ବିଭିନ୍ନ ସମୟରେ ସେଠାରୁ ଖଲିପତ୍ର କ୍ରୟ କରନ୍ତି। ଖଲିପତ୍ରର ଚାହିଦା ଯୋଡ଼ା ଏବଂ ଆଖପାଖ ଅଞ୍ଚଳରେ ଥିବା ସତ୍ତ୍ୱେ ଏମାନଙ୍କ ବ୍ୟବସାୟକୁ ପ୍ଲାଷ୍ଟିକ ନଷ୍ଟ କରିଦେଇଛି। ଏଣୁ ଯଦି ପ୍ରଶାସନିକସ୍ତରରେ ଏମାନଙ୍କୁ ପ୍ରୋତ୍ସାହନ ଦିଆଯାଆନ୍ତା ତେବେ ଗରିବ ମହିଳାମାନେ ଏହି ବ୍ୟବସାୟରୁ କିଛି ଅଧିକ ଆୟ କରିପାରନ୍ତେ ବୋଲି ସେ କହିଥିଲେ। ଯୁବ ସଂଗଠକ ତଥା ବିଜେଡି ଦଳ ଯୁବମୋର୍ଚ୍ଚାର ସଭାପତି ମାନସ ଦାସ କହନ୍ତି, ପିଲାବେଳୁ ଏହି ଖଲି ଚଉପଦିରେ ଆମେ ଖାଇଆସୁଥିଲୁ। କାଳକ୍ରମେ ଏହାର ସ୍ଥାନ ପ୍ଲାଷ୍ଟିକ୍‌, ଥର୍ମୋକୁଲ ନେବା ଫଳରେ ବ୍ୟବସାୟ କମିଲା। ପ୍ରଶାସନିକ ପ୍ରୋତ୍ସାହନ ମିଳିଲେ ଏମାନେ ଏହି କୌଳିକ ବୃତ୍ତିକୁ ବ୍ୟାପକ କରିପାରନ୍ତେ। ତେଣେ ଖଣିଖାଦନ ପାଇଁ ଶାଳଗଛ କମୁଛି। ଶାଳପତ୍ର ମିଳୁ ନ ଥିବାରୁ ଏମାନଙ୍କୁ ବହୁ ଦୂର ଅତିକ୍ରମ କରିବାକୁ ପଡୁଛି ା ଏ ସଂକ୍ରାନ୍ତରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ଏଣିକି ପୌରପାଳିକାରେ ହେଉଥିବା ସଭାସମିତିରେ ଏହି ହାତତିଆରି ଖଲିପତ୍ରର ବ୍ୟବହାର କରାଯିବ ଏବଂ ଏମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ପ୍ରୋତ୍ସାହନ ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଜାଲିଆତି କରି ଘରୋଇ ହସ୍ପିଟାଲ କର୍ମଚାରୀ ଗିରଫ

ଭୁବନେଶ୍ୱର,୩୧।୮: ଜାଲ କାଗଜପତ୍ର କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)ରୁ ଅର୍ଥ ଆତ୍ମସାତ୍‌ ଉଦ୍ୟମ କରିଥିବା ଅଭିଯୋଗରେ କମିଶନରେଟ୍‌ ପୋଲିସ ସୋମବାର ଏକ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ...

ଏଣିକି ଛୋଟ ଜାଗା ପାଇଁ ବିଲ୍ଡିଂ ପ୍ଲାନ୍‌: ୪୮ ଘଣ୍ଟାରେ ଅନ୍‌ଲାଇନରେ ମିଳିବ ଅନୁମୋଦନ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ସହରବାସୀଙ୍କ ପାଇଁ ଖୁସି ଖବର। ଛୋଟ ଜାଗା (୫୦୦ ବର୍ଗ ମିଟରରୁ କମ୍‌)ରେ ଘର କରିବାକୁ ଚାହୁଁଥିଲେ ବିଡିଏ ପକ୍ଷରୁ ଆବେଦନର ୪୮...

କେନ୍ଦୁଝର-ଭଦ୍ରକ ଜିଲା ସୀମାରେ ବଢ଼ିଲା ସୁରକ୍ଷା: ପହରା ଦେଉଛି ପୋଲିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): ରାଜ୍ୟରେ ଭଦ୍ରକ ଜିଲା କରୋନା ସଂକ୍ରମଣରେ ଦ୍ୱିତୀୟ ସମସ୍ୟା ବହୁଳ ଜିଲା ଭାବରେ ପରିଗଣିତ ହେଉଛି। ତେବେ ଭୟରେ ବହୁଲୋକ ରାତି ଅଧରେ ବିଭିନ୍ନ...

ରାଜ୍ୟରେ ଆଉ ୭ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି କରୋନାଜନିତ ୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୪୮ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ...

୩୦୦ କୋଟି ବନ୍ୟା ପ୍ୟାକେଜ ଘୋଷଣା କଲେ ନବୀନ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ୩୩ ପ୍ରତିଶତ...

ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ

ଭୁବନେଶ୍ୱର,୧୯।୬: ବିଏମ୍‌ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ...

ସାମୁଦ୍ରିକ ମାଛ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ସମୁଦ୍ର ଉପକୂଳରେ ଟ୍ରଲର ଦ୍ବାରା ମାଛ ବାସସ୍ଥାନ ପ୍ରଭାବିତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର...

ବାଲିର ପୂର୍ବତନ ଗଭର୍ନରଙ୍କ ଓଡ଼ିଶା ଗସ୍ତ: ୧୦ ଜଣଙ୍କୁ ‘କଳିଙ୍ଗ-ବାଲି ସଙ୍ଗମ’ ସମ୍ମାନ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଇଣ୍ଡୋନେସିଆ ବାଲିର ପୂର୍ବତନ ଗଭର୍ନର ଆଇ ମେଡ୍‌ ମଙ୍ଗ୍‌କୁ ୧୦ଜଣିଆ ପ୍ରତିନିଧି ଦଳ ସହ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ...

Advertisement
Archives

Model This Week