ଦାଦାବଟି ଆଦାୟ ଅଭିଯୋଗ: ଯୁବ କଂଗ୍ରେସ ନେତା ଗିରଫ

କଟକ ଅଫିସ, ୯ା୧୨: ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ବକ୍ସିବଜାର ଅଞ୍ଚଳରେ ଆତଙ୍କରାଜ ଚଳାଇବା ଏବଂ ଦାଦାବଟି ଆଦାୟ କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଯୁବ କଂଗ୍ରେସ ନେତା ସେକ୍‌ ଗୁଲଜାର(୩୪)ଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଏହାସହ ତାଙ୍କ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁଲଜାରଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୬.୭ ଏମ୍‌ଏମ୍‌ ଗୁଳି ଜବତ କରିଛି। ଗୁଲ୍‌ଜାର କଟକ ଲୋକ ସଭା ଯୁବ ନିର୍ବାଚନୀମଣ୍ଡଳୀର ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ସେ ଏବେ କଂଗ୍ରେସର କୌଣସି ପଦପଦବୀରେ ନ ଥିବା ନଗର କଂଗ୍ରେସ ସଭାପତି ତଥା ବିଧାୟକ ମହମ୍ମଦ ମୋକିମ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ ଗୁଲଜାର ଖ୍ରୀଷ୍ଟ ମହାବିଦ୍ୟାଳୟ ଛାତ୍ରମାନଙ୍କୁ ଭୟଭୀତ କରି ସେମାନଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ। ଶନିବାର ସେଲଟର ଛକ ଅଞ୍ଚଳର ଛାତ୍ର ଅଭିଜିତ ଦାସ ଗୁଲଜାରଙ୍କ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅଭିଜିତ୍‌ଙ୍କ ଅଭିଯୋଗ ମୁତାବକ ଗୁଲଜାର ଓ ତାଙ୍କ ସହଯୋଗୀମାନେ ଆସନ୍ତା ନୂଆବର୍ଷ ପାଳନ ପାଇଁ ତାଙ୍କୁ ଦାଦାବଟି ମାଗିଥିଲେ। ଦାଦାବଟି ଦେବାକୁ ମନା କରିବାରୁ ଗୁଲଜାର ଓ ତାଙ୍କ ସାଥୀ ଅଭିଜିତଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ବକ୍ସିବଜାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ଫଳରେ ସ୍ଥାନୀୟ ଦୋକାନବଜାର ବନ୍ଦ ହୋଇଯାଇଥିଲା। ଅଭିଜିତଙ୍କ ଅଭିଯୋଗ ପରେ ପୋଲିସ ଗୁଲଜାରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। କିନ୍ତୁ ଜଣେ ମହିଳା ଡିସିପିଙ୍କ ଅଫିସକୁ ଫୋନ କରି ନିଜକୁ କଟକର ଜଣେ ପୂର୍ବତନ ଏମ୍‌ପିଙ୍କ ବୋହୂ ବୋଲି ପରିଚୟ ଦେଇ ଗୁଲଜାରଙ୍କୁ ନ ଧରିବା ପାଇଁ ନାନା ଧମକଚମକ ଦେଇଥିଲେ। ଏ ନେଇ ଡିସିପିଙ୍କ କାର୍ଯ୍ୟାଳୟର କନଷ୍ଟେବଳ ଜ୍ୟୋତିର୍ମୟୀ ପଣ୍ଡାଙ୍କ ଅଭିଯୋଗ କ୍ରମେ ପୋଲିସ ପୁରୀଘାଟ ଥାନା ପୋଲିସ କାଠଗଡ଼ାସାହିର ଗୀତାଞ୍ଜଳି ପଣ୍ଡା(୪୦)ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଲଜାରଙ୍କ ଅନ୍ୟ ୩ଜଣ ସହଯୋଗୀ ଅଭିଜିତଙ୍କ ଭାଇଙ୍କୁ ଧମକ ଦେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଅଭିଜିତ ଏତଲା ପ୍ରତ୍ୟାହାର କରିବା ଓ ଆପୋସ ସମାଧାନ ପାଇଁ ସେମାନେ ତାଙ୍କ ଭାଇଙ୍କୁ ଧମକ ଦେଇଥିଲେ। ଏ ନେଇ ଅଭିଜିତଙ୍କ ଭାଇ ପ୍ରସନ୍ନଜିତ ବିଡ଼ାନାସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଫିରିଙ୍ଗି ବଜାର ଅଞ୍ଚଳର ସାହିଲ ପରଭେଜ, ବକ୍ସିବଜାର ଅଞ୍ଚଳର ସେକ୍‌ ଇମ୍ରାନ ଅହମ୍ମଦ ଏବଂ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅମରଜିତ୍‌ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଲଜାରଙ୍କ ବିରୋଧରେ କଟକ ସହରର ବିଭିନ୍ନ ଥାନାରେ ୧୭ଟି ଆପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri