ଦଳିତ ନେତାଙ୍କୁ ଆକ୍ରମଣ ମାମଲା: ଶ୍ରମିକ ନେତା, ୨ଖଣି ଅଧିକାରୀ ନିର୍ଦ୍ଦୋଷରେ ଖଲାସ

ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍‌.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ ନେତା ଓ ଖଣି ଅଧିକାରୀଙ୍କ ଆକ୍ରମଣ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଅଭାବରୁ ଯାଜପୁର ରୋଡ୍‌ ଅତିରିକ୍ତ ଜିଲା ଦୌରାଜଜ୍‌ ଦେବଦତ୍ତ ଦାସ ମହାପାତ୍ର ୩ ଜଣ ଅଭିଯୁକ୍ତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ପ୍ରବୀର କୁମାର ରାୟ ପରିଚାଳନା କରିଥିଲେ।
କି, ୨୦୦୯ ନଭେମ୍ବର ୯ ତାରିଖରେ ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ କାଳିଆପାଣି ଖଣି ଅଞ୍ଚଳର କେତେଜଣ ଶ୍ରମିକ ନେତା ଓ ସମର୍ଥକ ଆକ୍ରମଣ କରିଥିଲେ। ଏ ନେଇ ସେ ତକତ୍ାଳୀନ ଏସ୍‌ପି, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦରଖାସ୍ତ ପ୍ରେରଣ କରିଥିଲେ। ଏହାର ତଦନ୍ତ ପାଇଁ ତତ୍କାଳୀନ ଏସ୍‌ପି କାଳିଆପାଣି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଖଣି ନିଗମ ପକ୍ଷରୁ ଅନୁଷ୍ଠିତ ଜନଶୁଣାଣି ସଭାରେ ନିଗମ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ କରା ନଯିବା ଓ ବହୁ ପରିମାଣର ପରିବେଶ ପ୍ରଦୂଷଣ ସମ୍ପର୍କରେ ଦଳିତ ନେତା ପାତ୍ର ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତି ପ୍ରମୁଖ ତାଙ୍କୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ। ସର୍ବସାଧାରଣରେ ମାଡ ମାରିବା ଓ ଜାତିକୁ ଆକ୍ଷେପ କରିଥିବା ନେଇ ପାତ୍ର ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଇବା ସହିତ ଶ୍ରମିକ ନେତା ସମ୍ରାଟ ଗୁପ୍ତା ଓ ଖଣି ନିଗମର ସାଧାରଣ ପରିଚାଳକଙ୍କ ନାମରେ ମଧ୍ୟ ଅଭିଯୋଗ କରିଥିଲେ। କଳିଙ୍ଗନଗର ଥାନା ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ନଂ. ୫୧/୨୦୦୯ ଓ ହରିଜନ ଆଦିବାସୀ ନିର୍ଯାତନା ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri