ଦଲାଲଙ୍କ ମସୁଧା

କୋରାପୁଟ ଜିଲାରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକିଣା ପାଇଁ ପ୍ରଶାସନ ୪୪ଟି ମଣ୍ଡି ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସାଢ଼େ ୧୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଥିଲା। ପରବର୍ତ୍ତୀ ୩ଟି ପର୍ଯ୍ୟାୟକୁ ମିଶାଇ ମୋଟ ୨୦ ଲକ୍ଷ ୪୫ ହଜାର କୁଇଣ୍ଟାଲ ଧାନକିଣା ଲକ୍ଷ୍ୟ ରହିଥିଲା। କିନ୍ତୁ ଧାନ କିଣା ପରେ ଗତ ଫେବୃୟାରୀ ୬ରେ ହଠାତ ମଣ୍ଡି ବନ୍ଦ କରାଯାଇଥିଲା। ସେଯାବତ୍‌ ଜିଲାରେ ୨୬,୦୦୫ ଜଣ ପଞ୍ଜିକୃତ ଚାଷୀଙ୍କ ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୨୩,୪୪୧ ଜଣ ଚାଷୀଙ୍କ ୨୦ ଲକ୍ଷ ୯ ହଜାର ୬୨୪ କୁଇଣ୍ଟାଲ ୪୧ କିଲୋଗ୍ରାମ ଧାନ କିଣାଯାଇଛି। ଅବଶିଷ୍ଟ ୩୫ ହଜାର କୁଇଣ୍ଟାଲରୁ ଅଧିକ ଧାନ ମଣ୍ଡି ବନ୍ଦ ହେବା ଯୋଗୁ କିଣାଯାଇ ପାରି ନ ଥିଲା। ଅନ୍ୟପକ୍ଷରେ କାଁ ଭାଁ ଚାଷୀଙ୍କ ଧାନ ରହିଥିବା ବେଳେ ଅଧିକାଂଶଙ୍କ ଧାନ ବିକ୍ରି ହୋଇଛି। ଅବଶିଷ୍ଟ ୩୫ ହଜାର କୁଇଣ୍ଟାଲ ଧାନକିଣା ପାଇଁ ପ୍ରଶାସନ ମଣ୍ଡି ଖୋଲିଥିଲେ। କିନ୍ତୁ ଆଶାନୁସାରେ ଚାଷୀଙ୍କ ଅମଳଧାନ ମଣ୍ଡିକୁ ବିକ୍ରି ପାଇଁ ଆସୁ ନ ଥିଲା। ତେଣୁ ପ୍ରଶାସନ ଓ କ୍ରୟକାରୀ ସଂସ୍ଥାର ରିପୋର୍ଟ ଯାଞ୍ଚ ପରେ ସରକାର ମଣ୍ଡିରେ ଧାନକିଣା ବନ୍ଦ କରିଥିଲେ। ଏବେ ପୁନର୍ବାର ମଣ୍ଡି ଖୋଲାଯାଇ ଧାନକିଣା ଆରମ୍ଭ ହେଲେ ପ୍ରକୃତ ଚାଷୀଙ୍କ ବଦଳରେ ଦଲାଲ ଓ ବ୍ୟବସାୟୀଙ୍କ ଧାନ ବିକ୍ରି ହେବାର ଆଶଙ୍କା ଅଧିକ ରହିଛି। କିଛି ମଣ୍ଡି କମିଟିର ସଭାପତି ଭାବେ ମନୋନୀତ ଚାଷୀମାନେ ମଧ୍ୟ ନାମ ପ୍ରକାଶ ନ କରିବା ସର୍ତ୍ତରେ ପୁନର୍ବାର ମଣ୍ଡି ଖୋଲିବା ସହ ଚାଷୀଙ୍କ ନାମରେ ଧାନ ବିକ୍ରି କରିବାକୁ ଦଲାଲ ଓ ବେପାରୀ ମସୁଧା କରୁଥିବା ଅଭିଯୋଗ କରିଛନ୍ତି। ବିଧାନସଭାରେ ବିଧାୟକମାନେ ଚାଷୀ ଧାନ ବଳି ପଡ଼ିଥିବା ଦାବି କରିବା ପରେ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ୨୯ ତାରିଖରେ ଜିଲାସ୍ତରୀୟ ପ୍ରୋକ୍ୟୁରମେଣ୍ଟ କମିଟି (ଡିଏଲ୍‌ପିସି) ବୈଠକ ପୁନର୍ବାର କରିବା ପାଇଁ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କ ଧାନ ବିକ୍ରି ନ ହୋଇ ମଣ୍ଡିରେ ମହଜୁଦ ରହିଛି କି ନା, ମିଲ ମାଲିକ ମଣ୍ଡିରେ ଠିକ୍‌ ସମୟରେ ଉପସ୍ଥିତ ରହୁଛନ୍ତି କି ନା, କେଉଁ ମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଅଧିକ ଧାନ ରହିଛି, ସେ ସବୁର ତଦାରଖ କରାଯିବ। ଏନେଇ ଜିଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି, ଜିଲାରେ ପ୍ରକୃତରେ ଚାଷୀଙ୍କ ଧାନ ଥିଲେ ସରକାରଙ୍କ ନିୟମ ଓ ନିର୍ଦ୍ଦେଶ ଅନୁଯାୟୀ ମଣ୍ଡି ଖୋଲାଯାଇ ଧାନ କିଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପିନଙ୍କ ପରିବାରଙ୍କୁ ସୁରଜ ଆୱାର୍ଡ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.): ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ପଞ୍ଚାୟତ ଭାତପଡା ଗାଁର ସ୍ବର୍ଗତ ବିପିନ ପ୍ରଧାନଙ୍କ ପରିବାରକୁ ସୁରଜ ଆୱାର୍ଡ...

ଜୀବନ ଚାଲିଗଲା, ହେଲେ ଆବାସ ଯୋଜନାରେ ଅଗସ୍ତିଙ୍କୁ ମିଳିଲାନି ଘର

କେସିଙ୍ଗା,୧୫।୮(ଡି.ଏନ୍‌.ଏ.): ଜୀବନ ଚାଲିଗଲା ସିନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡା ହିଁ ତାଙ୍କର ଶେଷ ଠିକଣା...

ସ୍ବାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନ ଅବିସ୍ମରଣୀୟ

ନୟାଗଡ ଅଫିସ,୨୬।୧: ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,...

ଥାନାରେ ନାବାଳିକାଙ୍କୁ ରଖି ବଳାତ୍କାର ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୩୦।୬: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ନାବାଳିକାଙ୍କୁ ରଖି ଥାନା ଅଧିକାରୀ ବଳାତ୍କାର କରିବା ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ...

ବିନା ଭକ୍ତରେ ହେବ ସାଗରସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୪।୪(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳର ଅନ୍ୟତମ ପ୍ରସିଦ୍ଧ ମେଳା ସାଗରସ୍ନାନ ଯାତ୍ରା ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ବିନାଭକ୍ତରେ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ...

ବିପଜ୍ଜନକ ସ୍ଥିତିରେ କାମ କରୁଛନ୍ତି ମହିଳା ବିଡ଼ି ଶ୍ରମିକ

ଏମ୍‌ଭି ୭୯,୪।୩(ଡି.ଏନ୍‌.ଏ.): ଏବେ ପ୍ରତ୍ୟେକ ଜିନିଷର ଦାମ ବଢୁଥିବା ବେଳେ ବିଡ଼ି ଦାମ କମୁଛି । ହଜାରେ ବିଡ଼ି ପାଇଁ ମିଳୁଛି ୧୨୦ଟଙ୍କା। ଟଙ୍କା ପାଇଁ...

ନାରାୟଣପାଟଣା ବିଡିଓ ନିଲମ୍ବିତ

କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ...

ଭୈରବ ଦେବଙ୍କ ଝାମୁଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଳିଶି

ଭବାନୀପାଟଣା/କୋକସରା,୧୬।୯(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ତଥା ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ପୀଠରେ ତାନ୍ତ୍ରିକ ଓ...

Advertisement
Archives

Model This Week