ଦରମା ନ ଦେଇ ଛଟେଇ

ଅନୁଗୋଳ ଅଫିସ,୧୭ା୫ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ହେଲ୍ପଡେସ୍କ ମ୍ୟାନେଜର ଓ ଭଲ୍ୟୁଣ୍ଟରମାନଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏପରି କି ୭ମାସ ହେବ ସେମାନଙ୍କୁ ଦରମା ମଧ୍ୟ ପ୍ରଦାନ କରାଯାଇ ନ ଥିବା ଶନିବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ଛଟେଇ ହୋଇଥିବା ସମ୍ପୃକ୍ତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ଏକ ଠିକା ସଂସ୍ଥା ଅଧୀନରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ। ଇତିମଧ୍ୟରେ ଚୁକ୍ତି ଅବଧି ଶେଷ ହୋଇଯାଇଥିବାରୁ ଅନ୍ୟ ଏକ ଠିକା ସଂସ୍ଥା ମେଡିକାଲରେ କାର୍ଯ୍ୟ ପାଇଥିଲା। କିନ୍ତୁ ପୁରୁଣା ଠିକା ସଂସ୍ଥା କର୍ମଚାରୀମାନଙ୍କ ବକେୟା ଟଙ୍କା ପଇଠ ନ କରି ଚାଲିଯାଇଥିଲା। ନୂଆ ଠିକା ସଂସ୍ଥା ନିକଟରେ ଆବେଦନ କରିବା ପରେ ସେମାନଙ୍କୁ ଚୟନ କରାଯାଇଥିଲା। ହେଲେ ମୁଣ୍ଡ ପିଛା ୪୫ ହଜାର ଟଙ୍କା ଦେବାକୁ ମେଡିକାଲ ମ୍ୟାନେଜର ଦାବି କରିଥିଲେ। ଏପରି କି ନୂଆ କରି ଠିକା ନେଇଥିବା ସଂସ୍ଥା ମଧ୍ୟ ଅନ୍ୟ କେତେଜଣଙ୍କ ନିକଟରୁ ଅର୍ଥ ନେଇ ନିଯୁକ୍ତି ଦେଇଥିବା ମେଘନାଦ ସାହୁ, ନରସିଂହ ମହାପାତ୍ର, ବିଜୟ କୁମାର ନାୟକ, ନରେଶ ଚନ୍ଦ୍ର ସାହୁ, ସାଗରିକା ସାହୁ, ମୋନାଲିସା ପୃଷ୍ଟି, ଜ୍ୟୋତିର୍ମୟୀ ନାୟକ, ଅଜିତ ସାହୁ, ଶାନ୍ତନୁ ଦାସ, ଅଙ୍ଗଦ ସାହୁ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ହେବ ଦରମା ପାଇ ନ ଥିବାରୁ ସେମାନଙ୍କ ପରିବାରର ଅସୁବିଧାରେ ଥିବା କର୍ମଚାରୀମାନେ କହିଛନ୍ତି। ଅର୍ଥ ମାଗିବା ସମ୍ପର୍କରେ ମେଡିକାଲ ମ୍ୟାନେଜର କହିଛନ୍ତି, ଅଭିଯୋଗ ଭିତ୍ତିହୀନ। କାହାକୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଟଙ୍କା ମାଗି ନାହିଁ। ଅନ୍ୟପକ୍ଷରେ ନୂଆ ଠିକା ସଂସ୍ଥା ମାଲିକ କହିଛନ୍ତି, ୧୦ ଜଣ କର୍ମଚାରୀଙ୍କୁ ସମୟ ଦିଆଯାଇଥିଲା। କିନ୍ତୁ ସେମାନେ କାର୍ଯ୍ୟରେ ଯୋଗ ନ ଦେବାରୁ ଅନ୍ୟମାନଙ୍କୁ ନିୟୋଜିତ କରାଯାଇଛି। କାହାରି ନିକଟରୁ ଅର୍ଥ ନିଆଯାଇ ନାହିଁ ବୋଲି ଠିକା ସଂସ୍ଥା ମାଲିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ନାବାଳିକାଙ୍କୁ ଗର୍ଭବତୀ କରିଥିଲେ ୭୦ ବର୍ଷର ବୃଦ୍ଧ: ମା’ ହେବା ପରେ ସିଲ୍‌ ହେଲା ଲକ୍ଷ୍ମୀ ହସ୍ପିଟାଲ

ଯାଜପୁରରୋଡ଼/ଧର୍ମଶାଳା,୨୧।୨(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି): ନାବାଳିକା ପ୍ରସବ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ଯାଜପୁର ରୋଡସ୍ଥିତ ଲକ୍ଷ୍ମୀ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି । ଏହା…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

ଯନ୍ତ୍ରୀ-ଠିକାଦାରଙ୍କୁ ଏକାଠି ବସାଇ ବୁଝାମଣା ପ୍ରୟାସ: ୩ ଘଣ୍ଟା ପରେ ବି କେସ୍‌ ରୁଜୁ କରିନି ପୋଲିସ

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri