ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

 

ଗୁଡ଼ଭେଲିପଦର, ୧୧।୧ (ଡି.ଏନ.ଏ)-
ରାଏଜର ଭିନେ ଭିନେ ଜିଲାରେ ଅନେକ ଅଙ୍ଗନଓ୍ବାଡି ଘର ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ଥିବାର ରାଏଜ୍‌ ସରକାରକଁର ନଜରକେ ଆସିଥିଲା। ସେ ଘରଯାକ ଭାଂଗି ତାର ଜାଗାରେ ନୂତନ କୁଠା ତିଆରବାକେ ରାଏଜ୍‌ ସରକାର ଅନୁଦାନ ଯୁଗେଇ ଦେଇଥିଲେ। ସେ ହିସାବେ କଣ୍ଟାମାଳ ବ୍ଲକ ଗୁଡ଼ଭେଲିପଦର ଗଁାର ଅଙ୍ଗନଓ୍ବାଡି ୨ରେ ଥିବାର ଆଜ୍‌ବେଷ୍ଟସ୍‌ ଘର ଭାଂଗି ସେଠାନେ ନୂତନ କୁଠା ତିଆରି କାମ୍‌ ଆରମ୍‌ ହେଇଥିଲା। ହେଲେ ଦୁଖର କଥା ଇ କୁଠା ତିଆରି ମୂଲ ହେବାର ଆଏଜ୍‌କେ ୨ ବଛର ବିତିଯାଇଥିଲେ ବି ଦରଖଁଡ଼ିଆ ହେଇ ପଡ଼ିରହିଛେ। ଏନ୍‌ତାଥି ଇ କେନ୍ଦ୍ର ଅଧୀନରେ ଥିବାର ଛାତ୍ରୀଛାତ୍ର ଥାନୀଅ ପ୍ରାଥମିକ ସ୍କୁଲର ଗୁଟେ କୁଠିଥି ବସି ପାଠ୍‌ପଢ଼ୁଛନ୍‌। ଇତାକେ ନେଇ ଗଁାବାସୀ ଆର ଅଭିଭାବକମାନକର ଭିତରେ ଅସନ୍‌ତୋଷ ଭାବ୍‌ ଦେଖ୍‌ବାକେ ମିଲିଛେ। ଗଁାବାସୀ ଅଙ୍ଗନଓ୍ବାଡି କୁଠା ତିଆରି କାମ୍‌ ଯେତେ ଜଲ୍‌ଦି ହେବା ସାରବାକେ ଦାବି କରିଛନ୍‌। ନାଇଁହେଲେ ଆଏବାର ଦିନେ ଗଁାବାସୀ ଆଂଦୋଲନକେ ଉତିରମୁ ବଲି ଚେତାବନୀ ଦେଇଛନ୍‌। ଇ ବାବ୍‌ଦେ ଗୁଡ଼ଭେଲିପଦର ଗଁାର ଓ୍ବାର୍ଡ ମେମର ବିଷ୍ଣୁ ମହଲାକୁଁ ପଚ୍‌ରାଲାରୁ ଇ ଅଙ୍ଗନଓ୍ବାଡି କୁଠା ତିଆରି କାମ୍‌ ସାରବାକେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆର ବିଡିଓକୁଁ ଅଭିଯୋଗ କରିଛୁଁ। ସେମାନେ ବି କାମ୍‌ ଜଲ୍‌ଦି ସାରବାକେ କଥା ଦେଇଛନ୍‌ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ କନିଷ୍ଠ ଯନ୍ତ୍ରୀ ସେଠୀ ବାବୁକୁଁ ପଚ୍‌ରାଲାରୁ ମୁଇଁ ଠିକାଦରକେ କହିଛେଁ, ସେ ଯେତେ ଜଲ୍‌ଦି ହେବା ତିଆରି କାମ୍‌ ସାରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri