ଦଦ୍‌ରା ଘରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୮ା୮ (ଡି.ଏନ୍‌.ଏ):  ସରକାର ରାଜ୍‌କୋଷରୁ କୋଟି କୋଟି ଟଁକା ଖରଚ୍‌ କରି ୫ଶହ ଲୋକ୍‌ ସଂଖ୍ୟାରେ ଗୁଟେ ଲେଖେଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। କେନ୍ଦ୍ରରେ ୩ରୁ ୬ ବଛର୍‌ର ଛୁଆମାନେ ପାଠ୍‌ ପଢ଼ୁଥିଲାବେଲେ ଗରଭବତୀ ଆର ପ୍ରସୂତି ମହିଲାମାନକୁ ସେବା ପରଦାନ କରାଯାଉଛେ। ହେଲେ ଅନେକ ଜାଗାରେ ବିଭାଗୀୟ ଅବହେଲାର ଲାଗି ହିତାଧିକାରୀମାନେ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁାରେ।
ସୂଚନା ହିସାବେ ଗଲା ୧୯୮୩ ସାଲୁ ଟଙ୍କପାଣିରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲି ଗଁାର ହିତାଧିକାରୀମାନକୁ ସେବା ଯୁଗେଇ ଆସୁଛେ। ଏହେଦେ ଇ କେନ୍ଦ୍ର ତରଫୁ ୧୨ ଝନ୍‌ ଗରଭବତୀ, ୧୫ ଝନ୍‌ ପ୍ରସୂତି, ୬ ମାସରୁ ୩ ବଛର୍‌ର ୭୨ ଛୁଆ ଆର ୪୦ ଝନ୍‌ ଛାତ୍ରୀଛାତ୍ରକୁ ପ୍ରିସ୍କୁଲ ଶିକ୍ଷା, ଏନ୍‌ଥେଇ ମୋଟ ୧୩୯ ଝନ୍‌ ହିତାଧିକାରୀକୁଁ ସେବା ଯୁଗେଇ ଦିଆଯାଉଛେ। ହେଲେ କେନ୍ଦ୍ରଟା ଆଏଜ୍‌ ବି ପୁରନାକାଲିଆ ଘରେ ଚାଲୁଛେ। କାଠ୍‌, ଖପରରେ ଛାଉନି ଥିବାର ଇ କେନ୍ଦ୍ରରର ଘରରଟା ଦିନୁ ଦିନ୍‌କେ ଦଦ୍‌ରା ହେଇ ଲାଗିଥିବାର କାଠ୍‌ ଯାକ ଲେଦ୍‌ନେଇ ଗଲାନ। ଯେନ୍‌ଟା ପ୍ରିସ୍କୁଲ ଛାତ୍ରୀଛାତ୍ରକଁର ଜୀବନ୍‌ ପରତି ବିପଦ ସୁରୁଷ୍‌ଟି କରୁଛେ। ଝରକା କବାଟ ବି ଭାଂଗି ଯାଇଛେ। ଫିମାସ ଇଠାନେ ଟୀକାକରନରୁ ମୂଲ କରି ସୁଆସ୍‌ତିଅ ସେବା କାଯ୍‌କରମ ମାନ ଚାଲୁଛେ। ଇ କାଯ୍‌କରମ ମାନକେ ଆସୁଥିବାର ଜନସାଧାରନ ବି ନାନା ସମସିଆର ସାମନା କରୁଛନ୍‌। ଏହେଦେ ବରଷା ମାସ ଚାଲିଥିଲାବେଲେ ଅଲପ୍‌ ବରଷାରେ ଦରୋ ଦରୋ ପାଏନ୍‌ ଗଲି ଘରଟା ଦହଲି ଛୁଟିଯାଉଛେ। ଫିମାସ କେନ୍ଦ୍ରର ଥିତି ବାବ୍‌ଦେ ଅଙ୍ଗନଓ୍ବାଡି କରମୀ ମାସିକ ପ୍ରଗତି ପତରରେ ଦରଶଉଛନ୍‌। ହେଲେ କେନ୍ଦ୍ରର ଲାଗି ନୂତନ ଘର ତିଆର କରବାର ଦିଗେ ପଦକ୍ଷେପ ନାଇଁ ନିଆଯିବାର। ଖାଲି ମରାମତିରେ କାମ୍‌ ଚଲାଯାଉଛେ। ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri