ଦକ୍ଷତା ବିକାଶ ଚିନ୍ତା ସିଙ୍ଗାପୁରର ସହାୟତା ନେବ ଓଡ଼ିଶା:ଆଇଟିଆଇ ପରେ ସିଙ୍ଗାପୁରରେ ପ୍ରଶିକ୍ଷଣ ନେବେ ପଲିଟେକ୍‌ନିକ୍‌ ପ୍ରଶିକ୍ଷକ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦକ୍ଷତା ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା ଏବଂ ସିଙ୍ଗାପୁର। ଧନ୍ଦାମୂଳକ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ସିଙ୍ଗାପୁର ସରକାରଙ୍କ ସାହାଯ୍ୟ ଲୋଡ଼ିବ ଓଡ଼ିଶା। ରାଜ୍ୟରେ ଥିବା ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ଗୁଡ଼ିକରେ ଯେପରି ପିଲାମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପରିଚିତ ହୋଇ ଦକ୍ଷ ହୋଇପାରିବେ, ସେଥିପାଇଁ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସିଙ୍ଗାପୁର ଗସ୍ତରେ ଯାଇଥିବା ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ ଏନେଇ ନିଷ୍ପତ୍ତି ହୋଇଛି।
ସିଙ୍ଗାପୁରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ୍‌ ଏବଂ ମନ୍ତ୍ରୀ ନାୟକ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ବିଷୟରେ ସମୀକ୍ଷା କରିଥିଲେ। ସିଙ୍ଗାପୁରସ୍ଥିତ ଆଇଟିଇଏସ୍‌ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମଧ୍ୟରେ ହୋଇଥିବା ଏକାଧିକ ଏମ୍‌ଓୟୁ ଓଡ଼ିଶାର ବୈଷୟିକ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ବିଶେଷ ଭାବେ ସହାୟ ହୋଇଛି। ଏହି ଅବସରରେ ମନ୍ତ୍ରୀ ନାୟକ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀଙ୍କୁ ୨୦୨୦ରେ ଓଡ଼ିଶା ଗସ୍ତ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ କୁଙ୍ଗ୍‌ ଆଗାମୀ ଦିନରେ ଓଡ଼ିଶାରେ ଦକ୍ଷତା ବିକାଶର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ।
ଓଡ଼ିଶାରେ ସିଙ୍ଗାପୁରର ୧୦୦ଜଣ ଶିକ୍ଷାର୍ଥୀଙ୍କୁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ନିମନ୍ତେ ଇଣ୍ଟର୍ନଶିପ୍‌ ପ୍ରଦାନ କରିବାକୁ ନାୟକ ପ୍ରସ୍ତାବ ଦେଇଥିଲେ। ଆଇଟିଆଇ ପ୍ରଶିକ୍ଷକମାନଙ୍କ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ସଫଳଭାବେ କାର୍ଯ୍ୟକାରୀ ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ପଲିଟେକ୍‌ନିକ୍‌ର ପ୍ରଶିକ୍ଷକମାନଙ୍କୁ ମଧ୍ୟ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ପାଇଁ ସିଙ୍ଗାପୁର ପଠାଯିବ। ଏନେଇ ଓଡ଼ିଶା ପକ୍ଷରୁ ସିଙ୍ଗାପୁରକୁ ପ୍ରସ୍ତାବ ଦିଆଯାଇଛି। ବୈଠକରେ ଭାରତର ରାଷ୍ଟ୍ରଦୂତ ଜାଭେଦ ଆଶ୍ରଫ୍‌, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଆଇଟିଇଏସ୍‌ ସିଇଓ ବ୍ରୁସ୍‌ ପୋ, ନିର୍ଦ୍ଦେଶକ ବୁନ୍‌ ଯିୟଙ୍ଗ୍‌, ଓଏସ୍‌ଡିଏ ସିଇଓ ରଶ୍ମିତା ପଣ୍ଡା ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri