ଦଇତାପତି ସେବକଙ୍କ ସ୍ବାବ ସଂଗ୍ରହ

ପୁରୀ ଅଫିସ,୨୭ା୫: ଆସନ୍ତା ୫ରେ ଦେବସ୍ନାନ ପୂର୍ଣ୍ଣିମା। ରତ୍ନସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ମଣ୍ଡପ ଉପରେ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ମହାମାରୀ କରୋନାର ଭୟାବହତା ଭିତରେ ମହାପ୍ରଭୁଙ୍କ ଏହିସବୁ ନୀତିକାନ୍ତି କିପରି ସୁଚାରୁ ରୂପେ ସମ୍ପାଦନ କରାଯିବ ସେନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ନୀତି ସମ୍ପୃକ୍ତ ସେବକମାନଙ୍କୁ କିପରି କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରଖାଯିବ ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେବକମାନେ କ୍ବାରାଣ୍ଟାଇନରେ ରହିବା ସହ ସେମାନଙ୍କ କରୋନା ଟେଷ୍ଟ ଲାଗି ନିଷ୍ପତ୍ତି ହୋଇଛି। ଏହି କ୍ରମରେ ବୁଧବାର ଦଇତାପତି ସେବକଙ୍କ କରୋନା ଟେଷ୍ଟ ଲାଗି ସ୍ବାବ ସଂଗ୍ରହ ଆରମ୍ଭ ହୋଇଛି। ମୋଟ ୧୫୦ଦଇତାପତି ସେବକଙ୍କ କୋଭିଡ଼ ଟେଷ୍ଟ କରାଯିବ। ପ୍ରଥମ ଦିନରେ ୭୫ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଥିବାବେଳେ ବାକି ୭୫ଜଣଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ସେହିପରି ଆସନ୍ତା ୨୯ ଓ ୩୦ ତାରିଖ ଦୁଇଦିନ ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ କରାଯିବ। ସମସ୍ତଙ୍କ ରିପୋର୍ଟ ଜୁନ୍‌ ୩ ପୂର୍ବରୁ ମିଳିଯିବ। ତେଣୁ ଜୁନ୍‌ ୫ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସେବକମାନେ ସାମିଲ ହୋଇପାରିବେ ବୋଲି ସୂଚନା ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ରଙ୍କ ତତ୍ତ୍ବାବଧାନରେ ଦଇତାପତି ସେବକଙ୍କ ସ୍ବାବ ସଂଗ୍ରହ କରାଯାଇଛି।
କରୋନା ଟେଷ୍ଟ ପୂର୍ବରୁ ଦଇତାପତି ଏବଂ ଗରାବଡୁ ସେବକଙ୍କ ଲାଗି କରୋନା ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସେବକମାନଙ୍କୁ ମହାମାରୀ କରୋନା କେତେ ଭୟଙ୍କର, ଏହାଠାରୁ କିପରି ଦୂରେଇ ରହିହେବ, କ’ଣ କ’ଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର ଏବଂ ସଙ୍ଗରୋଧରେ କିପରି ରହିବେ ସେ ସବୁ ବିଷୟରେ ସଚେତନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ୟଶ୍‌ଓ୍ବନ୍ତ ସିହ୍ନା ଅଟକ

ନୂଆଦିଲ୍ଲୀ,୧୯।୫: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ବିରୋଧ କରି ଦିଲ୍ଲୀର ରାଜଘାଟଠାରେ ଧାରଣା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍‌ଓ୍ବନ୍ତ ସିହ୍ନାଙ୍କୁ ପୋଲିସ ସୋମବାର ଅଟକ ରଖିଛି। ଏହି...

ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା

ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍‌, ୩ା୪: ମହାମାରୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି...

ଦୟାନଦୀରେ କମିଲା ଜଳସ୍ତର

କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.):  ପୁରୀ ଜିଲା କଣାସ ବ୍ଲକର  ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା...

ବାୟୁ ଚଳାଚଳ କରୁ ନ ଥିବା ହସ୍ପିଟାଲରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଜେନେଭା,୧୧।୭: ପାଖାପାଖି ୩୨ ଦେଶର ୨୩୯ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ପ୍ରଥମେ ବିଶ୍ୱ ସ୍ବାସ୍ଥ୍ୟ...

ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ,...

କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲାରେ ଏବେ ଡାକ୍ତରମାନେ ପ୍ରକୃତ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବାଜିଲଗାଇ ସେମାନେ ରୋଗୀମାନଙ୍କର ସେବା କରୁଛନ୍ତି। ଏଥିପାଇଁ ଅଷ୍ଟ୍ରେଲିଆର ଦୁଇଜଣ...

ଲକ୍‌ଡାଉନ୍‌ ସମୟରେ ଘରେ ରୁଟି ତିଆରି କରୁଛନ୍ତି ହିମାଂଶୀ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ...

୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା...

Coronavirus Update


Archives

Model This Week

Why Dharitri