ଥ୍ରୀ ଲେୟାର ଝୁମୁକା

ଥ୍ରୀ ଲେୟାର ଝୁମୁକାରେ ସାଧାରଣତଃ ଥାକ ଥାକ ହୋଇ ତିନି ଥାକରେ ଝୁମୁକା ତଳକୁ ଓହଳି ରହିଥାଏ, ଯାହା ଚେହେରାକୁ ଟିକେ ହେଭି ଲୁକ୍‌ ଦେଇଥାଏ। ତେଣୁ ପୂଜାପାର୍ବଣ ହେଉ କିମ୍ବା ଘରୋଇ ଫଙ୍କ୍‌ସନରେ ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ଏହି ଇୟର ରିଂକୁ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ…
ନାରୀଙ୍କ ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରିଥାଏ ଝୁମୁକା ଇୟର ରିଂ। ସେଥିପାଇଁ ଏହାର ଟ୍ରେଣ୍ଡ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେବେ ଆଜିକାଲି ମାର୍କେଟ୍‌ରେ ଅନେକ ସୁନ୍ଦର ସୁନ୍ଦର ଡିଜାଇନର ଝୁମୁକା ଇୟର ରିଂ ମିଳୁଥିବା ଦେଖିବାକୁ ମିଳୁଛି। ତନ୍ମଧ୍ୟରୁ ଥ୍ରୀ ଲେୟାର ଝୁମୁକାର ଫ୍ୟାଶନ ଏବେ ଖୁବ୍‌ ଚାଲିଛି। ଇଣ୍ଡିଆନ୍‌ ହେଉ ବା ଓ୍ବେଷ୍ଟର୍ନ ସବୁ ପ୍ରକାର ଆଉଟ୍‌ ଫିଟ୍‌ ସହ ଥ୍ରୀ ଲେୟାର ଝୁମୁକା ବେଶ୍‌ ଭଲ ମାନିବା ସହ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ସେଥିପାଇଁ ଯୁବତୀମାନଙ୍କ ଗହଣରେ ଏହାର କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ତାକୁ ହିଁ ଲକ୍ଷ୍ୟକରି ମାର୍କେଟ୍‌ରେ ଏବେ କେତେକ ଲାଟେଷ୍ଟ ଡିଜାଇନର ଥ୍ରୀ ଲେୟାର ଝୁମୁକା ମିଳୁଛି। ଆସନ୍ତୁ , ଜାଣିବା ସେ ସମ୍ପର୍କରେ…
ଗୋଲ୍‌ଡେନ ଝୁମୁକା: ଗୋଲ୍‌ଡେନ ବା ସୁନେଲି ରଙ୍ଗର ଥ୍ରୀ ଲେୟାର ଝୁମୁକା ଶାଢ଼ି, ଲେହେଙ୍ଗା କିମ୍ବା ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ। ଖାସ୍‌କରି ପୂଜାପାର୍ବଣ ସମୟରେ ଚୁଟିରେ ଖୋସାକରି ସେଥିରେ ଗଜରା ଲଗାଇବା ସହ ଏହି ଇୟର ରିଂକୁ ପିନ୍ଧିଲେ ଲୁକ୍‌ ଗର୍ଜିୟସ୍‌ ଲାଗିଥାଏ। ଆପଣ ଚାହିଁଲେ ସୁନାରେ ତିଆରି ହୋଇଥିବା ଏହି ଇୟର ରିଂ ପିନ୍ଧିପାରିବେ ନଚେତ୍‌ ମାର୍କେଟ୍‌ରେ ମିଳୁଥିବା ଆର୍ଟିଫିସିଆଲ୍‌ ଗୋଲ୍‌ଡେନ ଥ୍ରୀ ଲେୟାର ଝୁମୁକାକୁ ବି ଟ୍ରାଏ କରିପାରିବେ।

ସିଲ୍‌ଭର ଝୁମୁକା: ସିଲ୍‌ଭର ବା ରୁପାରେ ତିଆରି ଥ୍ରୀ ଲେୟାର ଝୁମୁକା ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ। କିନ୍ତୁ ଏହାକୁ ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ନ ପିନ୍ଧି ଟିକେ ଲାଇଟ୍‌ କାମ ହୋଇଥିବା ତଥା ହାଲ୍‌କା ରଙ୍ଗର ଶାଢ଼ି, ଲେହେଙ୍ଗା କିମ୍ବା ଅନାରକଲି ଡ୍ରେସ୍‌ ସହ ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।

ପର୍ଲ ଖଚିତ ଝୁମୁକା: ପର୍ଲ ଖଚିତ ଜୁଏଲେରି ମଧ୍ୟ ମହିଳାମାନଙ୍କୁ ଖୁବ୍‌ ମାନେ। ଏପରିକି ମାର୍କେଟ୍‌ରେ ବି ଏବେ ଅନେକ ଥ୍ରୀ ଲେୟାର ଝୁମୁକାରେ ମଧ୍ୟ ପର୍ଲ ଖଚିତ ହୋଇ ଆସୁଥିବା ଦେଖିବାକୁ ମିଳୁଛି। ଖାସ୍‌କରି ଧଳାରଙ୍ଗର ଆଉଟ୍‌ଫିଟ୍‌ ସହ ପର୍ଲ ଖଚିତ ଏହି ଝୁମୁକା ସୁନ୍ଦର ଦେଖାଯାଇଥାଏ।

ଷ୍ଟୋନ ଖଚିତ ଝୁମୁକା: ଗୋଲ୍‌ଡେନ କଲରର ଥ୍ରୀ ଲେୟାର ଝୁମୁକାରେ ଯଦି କେବଳ ଧଳା ରଙ୍ଗର ଷ୍ଟୋନ ଲାଗିଥିବ, ତା’ହେଲେ ଜରି ବର୍ଡର ବାଲା ଯେକୌଣସି ଆଉଟ୍‌ଫିଟ୍‌ ସହ ଏହାକୁ ମ୍ୟାଚିଂ କରି ପିନ୍ଧିହେବ। ଆଉ ଯଦି ଝୁମୁକାରେ ମଲ୍ଟି କଲରର ଷ୍ଟୋନ ଲାଗିଥିବ, ତା’ହେଲେ ଏହାକୁ କଲରଫୁଲ୍‌ ଆଉଟ୍‌ଫିଟ୍‌ ସହ ପିନ୍ଧିଲେ ବେଶ୍‌ ଭଲ ମାନିବ।

ବିଡ୍ସ ଖଚିତ ଝୁମୁକା: ବିଡ୍ସ ବା ମାଳି ଖଚିତ ଥ୍ରୀ ଲେୟାର ଝୁମୁକାରେ ଯେଉଁ ରଙ୍ଗର ମାଳି ବ୍ୟବହାର ହୋଇଥାଏ ସେହି ରଙ୍ଗର ଆଉଟ୍‌ଫିଟ୍‌କୁ ମ୍ୟାଚିଂକରି ପିନ୍ଧିଲେ ସୋବର୍‌ ଲୁକ୍‌ ମିଳେ। ଆଉ ଯଦି ଝୁମୁକାରେ ମଲ୍ଟି କଲରର ମାଳି ଲାଗିଥିବ, ତା’ହେଲେ ତାକୁ ଯେ କୌଣସି ରଙ୍ଗର ପୋଷାକ ସହ ପିନ୍ଧିହେବ।

ଅକ୍ସିଡାଇଜ୍ଡ ଝୁମୁକା: ଉଭୟ ଟ୍ରାଡିସନାଲ ତଥା ମଡର୍ନ ଆଉଟ୍‌ଫିଟ୍‌ ସହ ଅକ୍ସିଡାଇଜ୍ଡ ଜୁଏଲେରି ବେଶ୍‌ ମାନିଥାଏ। କିନ୍ତୁ ଅକ୍ସିଡାଇଜ୍ଡ ଥ୍ରୀ ଲେୟାର ଝୁମୁକା ଖାସ୍‌କରି ପାରମ୍ପରିକ ଶାଢ଼ି, ଲେହେଙ୍ଗା ତଥା ସାଲଓ୍ବାର୍‌ ସହ ଅଧିକ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri