ଥାନାକୁ ନ ଯାଇ ଫୋନ୍‌ରେ କରିହେବ ଅଭିଯୋଗ

କଟକ ଅଫିସ୍‌,୨୯ା୩: ଲକ୍‌ଡାଉନ୍‌ ଯୋଗୁ ଜନସାଧାରଣ ଯେମିତି ହଇରାଣ ନ ହୁଅନ୍ତି, ସେ ଦିଗରେ ପୋଲିସ ବିଭାଗ ତରଫରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଥାନା କିମ୍ବା ଜିଲା ପୋଲିସ କାର୍ଯ୍ୟାଳୟକୁ ନ ଯାଇ ଲୋକମାନେ ଅଭିଯୋଗ ରୁଜୁ କରିପାରିବା ପାଇଁ ଟେଲିଫୋନ୍‌ ହେଲ୍ପଲାଇନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଶନିବାର ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ବିବୃତିରେ କୁହାଯାଇଛି, ରାଜ୍ୟବ୍ୟାପୀ ଲକ୍‌ଡାଉନ ଫଳରେ ଲୋକେ ସେମାନଙ୍କ ଅଭିଯୋଗ ଦାଖଲ ପାଇଁ ଥାନା କିମ୍ବା ଜିଲା ପୋଲିସ କାର୍ଯ୍ୟାଳୟକୁ ଯିବା ସମ୍ଭବ ହେଉନାହିଁ। ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଟେଲିଫୋନ୍‌ ହେଲ୍ପଲାଇନ୍‌ ମାଧ୍ୟମରେ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। ଏ ନେଇ ଶୁକ୍ରବାର ସମସ୍ତ ଏସ୍‌ପି ଏବଂ ଡିସିପିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହାପରେ ଡିଜିପିଙ୍କ କାର୍ଯ୍ୟାଳୟରୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ, ରାଜ୍ୟରେ ୫ଶହରୁ ଊର୍ଦ୍ଧ୍ୱ ଟେଲିଫୋନ୍‌ ନମ୍ବରକୁ ନେଇ ଏକ ହେଲ୍ପଲାଇନ୍‌ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲା ପୋଲିସ ସଦର ମହକୁମାରେ ଏକ କିମ୍ବା ଏକାଧିକ ଫୋନ୍‌କୁ ନେଇ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଲୋକେ ଏହି ନିୟନ୍ତ୍ରଣ କକ୍ଷରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ। ଜିଲା କଣ୍ଟ୍ରୋଲ୍‌ ରୁମ୍‌ ଟେଲିଫୋନ୍‌ ନମ୍ବର, ସବୁ ଥାନାର ଲ୍ୟାଣ୍ଡଫୋନ୍‌ ଓ ସିୟୁଜି ମୋବାଇଲ୍‌ ନମ୍ବରଗୁଡ଼ିକ ସଂପୃକ୍ତ ଜିଲାର ଟୁଇଟର୍‌, ଫେସ୍‌ବୁକ୍‌ ଓ ଗଣମାଧ୍ୟମରେ ପ୍ରକାଶ କରାଯାଇଛି। ଏସ୍‌ପି ଏବଂ ଡିସିପିମାନେ ବ୍ୟକ୍ତିଗତ ଭାବେ ଥାନାଗୁଡ଼ିକର ଏହି ଟେଲିଫୋନ୍‌ ନମ୍ବରରେ ଆସିଥିବା ଅଭିଯୋଗର ସମୀକ୍ଷା କରିବେ। ସମସ୍ତ ନିୟନ୍ତ୍ରଣ କକ୍ଷର ଫୋନ୍‌ ନମ୍ବର ଓଡ଼ିଶା ପୋଲିସ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?