ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପଞ୍ଜୀକରଣ କରାଯିବା ପରେ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଥାଣେରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ(ନଂ.୦୧୯୨୫) ଖୋର୍ଦ୍ଧାରୋଡ ଷ୍ଟେଶନରେ ପୂର୍ବାହ୍ନ ୯ଟା୦୮ ମିନିଟରେ ପହଞ୍ଚତ୍ଥିଲା। ଏଥିରେ ୯ଟି ଜିଲାର ୧୯୯ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ଅନୁଗୋଳର ୯, କଟକ ୧୨, ଢେଙ୍କାନାଳ ୪୨, ଜଗତ୍‌ସିଂହପୁର ୪୪, କେନ୍ଦ୍ରାପଡ଼ା ୬୩, ଖୋର୍ଦ୍ଧା ୧୨, ନୟାଗଡ଼ ୩, ପୁରୀ ୭ ଏବଂ ସୁନ୍ଦରଗଡ଼ର ୭ଜଣ ରହିଛନ୍ତି। ଏହି ଟ୍ରେନ ଖୋର୍ଦ୍ଧା ରୋଡ୍‌ରେ ଲାଗିବା ପରେ କୋଭିଡ- ୧୯ ଗାଇଡ୍‌ଲାଇନ ଅନୁସାରେ ମାସ୍କ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ଷ୍ଟେଶନ ବାହାରକୁ ବାହାରିଥିଲେ। ଆରପିଏଫ, ଜିଆରପି ଏବଂ ସ୍ଥାନୀୟ ପୋଲିସ, ପ୍ରଶାସିନକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସେହିପରି କୋଏମ୍ବାଟୁରରୁ ବାହାରିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ (ନଂ.୦୬୧୩୨) ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ଅପରାହ୍ନ ସାଢେ ୨ଟାରେ ପହଞ୍ଚତ୍ଥିଲା। ଏହି ଟ୍ରେନରେ୧୭ ଜିଲାର ୫୬୪ଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବଲାଙ୍ଗୀରର ୨୮, କଟକ ୭୯, ଢେଙ୍କାନାଳ୪, ଜଗତ୍‌ସିଂହପୁର୧୭, କେନ୍ଦ୍ରାପଡ଼ା ୧୪, ଖୋର୍ଦ୍ଧା ୨୭, ନୟାଗଡ଼ ୧୬୦, ପୁରୀ ୫୮, ସୁନ୍ଦରଗଡ଼ ୪, ବାଲେଶ୍ୱର୨୦, ବରଗଡ଼ ୧୪, ଭଦ୍ରକ ୪୦, ଦେବଗଡ଼ ୭, ଯାଜପୁର ୧୬, କଳାହାଣ୍ଡି ୧୬, ମୟୂରଭଞ୍ଜ ୨୦, ସମ୍ବଲପୁର ୧୧ ଏବଂ ସୁବର୍ଣ୍ଣପୁରର ୪୫ଜଣ ରହିଛନ୍ତି। ପ୍ଲାଟଫର୍ମରେ ଏହି ଟ୍ରେନ ଲାଗିବା ପରେ ୩ଟା ୫୫ ସୁଦ୍ଧା ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଳାଇ ସାମାଜିକ ଦୂରତ୍ୱ ବଜାୟ ରଖି କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାହାରକୁ ବାହାରିଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସ୍କ୍ରିନିଂ ପରେ ସେମାନଙ୍କ ଜିଲାରୁ ଆସିଥିବା ବସ୍‌ରେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri