ଥରେଇଲା ବର୍ଷା, କୋହଲା ପବନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କୋହଲା ପବନ ସାଙ୍ଗକୁ ବର୍ଷା ଦେହ ମୁଣ୍ଡ ଥରାଇ ଦେଇଛି। ଗତ ଦୁଇଦିନ ହେବ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶରେ ବାଦଲ ଘୋଡ଼ାଇ ରଖିବା ସହ ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବୁଧବାର ସକାଳୁ ଆରମ୍ଭ ହୋଇଯାଇଥିଲା ବର୍ଷା। କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୋଳ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଆଦି ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି। ଏପରି କି କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଏହି ବର୍ଷା ଯୋଗୁ ବିରି, ମୁଗ ଓ ପନିପରିବା ଫସଲ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଅଧିକାଂଶ ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ଭାଗର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ ତାରିଖରେ କନ୍ଧମାଳ , ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବାଧିକ ୨୨.୮ ମିଲିମିଟର ବର୍ଷା ହୋଇଥିବାବେଳେ ତାଳଚେରରେ ୧୩, ଚାନ୍ଦବାଲି ୯, କଟକ ୧୪, ଅନୁଗୋଳ ୧୦, ପୁରୀ ୬, ଭବାନୀପାଟଣା ୪.୪, ବଲାଙ୍ଗୀର ୧୧.୪, ଟିଟିଲାଗଡ଼ ୯, ନୟାଗଡ଼ ୭.୨, ଭୁବନେଶ୍ୱର ୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ କେତେକ ସ୍ଥାନରେ ଦିନର ତାପମାତ୍ରା ୫ରୁ ୭ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ଦୁଇଦିନ ତଳେ ଦିନର ତାପମାତ୍ରା ୨୨ରୁ ୩୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଥିବାବେଳେ ବର୍ଷା ଓ କୋହଲା ପବନ ଯୋଗୁ ହଠାତ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ତଳକୁ ଖସି ଯାଉଛି। ମାତ୍ର ରାତ୍ରୀର ତାପମାତ୍ରାରେ ସେଭଳି ହ୍ରାସ ହୋଇ ନାହିଁ। ଆସନ୍ତା ୯ ତାରିଖଠାରୁ ବର୍ଷା ଅପସରୀ ଯିବା ସହ ସର୍ବ ନିମ୍ନ ତାପମତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଲ୍ୟବୋଧ ସହ ସାଲିସ କରି ନ ଥିଲେ ପ୍ରଦ୍ୟୁମ୍ନ: ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସମାଜବାଦୀ ନେତା ତଥା ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ...

ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ହେବ ଆବେଦନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହର ପରିଚୟ ପାଇବା ନେଇ କମିଶନରେଟ ପୋଲିସ ପ୍ରୟାସ ଜାରି ରଖିଛି। କୋଲ୍‌କାତା...

ଆଉ ନିର୍ବାଚନ ଲଢିବେନି ଦାମ ରାଉତ: କହିଲେ, ଲୋକଙ୍କ ପାଇଁ କାମ ଜାରି ରହିବ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମ ରାଉତ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଫଳରେ ତାଙ୍କ ୪୫ ବର୍ଷ ରାଜନୀତି କ୍ୟାରିୟର ସମାପ୍ତ ହୋଇଛି। ନିର୍ବାଚନ ଲଢିବାକୁ...

ଭାଜପା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର, ୬।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ନେଇ ପ୍ରଚାର ଚାଲିଥିବା ବେଳେ ସୋମବାର ପୋଲିସ ଦୁଇ ଜଣ ଯୁବକଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଜବତ କରିଛି।...

ଷ୍ଟିଚ୍‌ ବେଳେ ରହିଗଲା ଛୁଞ୍ଚି

କେନ୍ଦ୍ରାପଡା ଅଫିସ, ୧୮ା୭: ଏକ ଅଭାବନୀୟ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ। ପ୍ରସୂତିକାଳୀନ ଷ୍ଟିଚ୍‌ ପରେ ମହିଳାଙ୍କ ଗୋପନୀୟ ଅଙ୍ଗରେ...

ଚିଲିକାରେ ହେବ ଫ୍ଲୋଟିଂ ରେସ୍ତୋରାଁ, ହାଉସ୍‌ବୋଟ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ଖୁବ୍‌ଶୀଘ୍ର ଏସିଆ ମହାଦେଶର ସର୍ବବୃହତ୍‌ ଲୁଣାହ୍ରଦ ଚିଲିକାରେ ଆରମ୍ଭ ହେବ ‘ଫ୍ଲୋଟିଂ ରେସ୍ତୋରାଁ’ ବା ‘ଭାସମାନ ଭୋଜନାଳୟ’। ଚିଲିକାର ରମ୍ଭା ଏବଂ ବଡ଼କୂଳରେ ରାଜ୍ୟ...

ନିର୍ବାଚନ ପରବର୍ତ୍ତୀ ହିଂସା: କାର୍‌ ଜାଳିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪ା୩: ଖୋର୍ଦ୍ଧା ବ୍ଲକ କାଇପଦର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବିଜୟୀ ସରପଞ୍ଚଙ୍କ ସମ୍ପର୍କୀୟ ମାନସ ରଞ୍ଜନ ରାଉତରାୟଙ୍କ କାର୍‌ରେ ବୁଧବାର...

ଏସ୍‌ଟିଏଫ୍‌ ଜାଲରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୮।୫(ବ୍ୟୁରୋ): କେତେବେଳେ ଚାକିରି ଦେବାକୁ କହି ଫସାଉଥିଲେ ତ ଆଉ କେତେବେଳେ ଭିଜିଲାନ୍ସ ଅଧିକାରୀ ପରିଚୟରେ ବ୍ଲାକ୍‌ମେଲ କରି ଟଙ୍କା ଲୁଟୁଥିଲେ। ଏକାଧିକ ଚାକିରି ଆଶାୟୀ,...

Advertisement
Archives

Model This Week