ଥମୁନି ହାତୀ ଉପଦ୍ରବ

ଔପଦା, ୨୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମ ସନ୍ନିକଟ ପଶ୍ଚିମାଘାଟି ରାସ୍ତା ନିକଟସ୍ଥ ଅଞ୍ଚଳରେ କୁଲଡ଼ିହା ହାତୀପଲ ତାଣ୍ଡବ ଚଳାଇଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ପାହାଡ଼ ତଳକୁ ଆସି ଚାଷୀଙ୍କ ଫସଲ ଖାଇବା ସହ ମାଡ଼ି ଦଳି ନଷ୍ଟ କରିବା ଏକ ସାଧାରଣ ଘଟଣା ପାଲଟିଛି। ଏପରିକି ରାତିରେ ଗାଁରେ ପଶି ଆଦିବାସୀଙ୍କ ଝାଟିମାଟି ଘରୁ ଚାଉଳ, ଧାନ, ପନିପରିବା ଖାଇବା ସହ ବାଡ଼ିରେ ଫସଲ ଉଜାଡିଦେଇଥିଲେ। ଏବେ ହାତୀପଲ ଆଉ ସନ୍ଧ୍ୟା ବା ରାତିକୁ ଅପେକ୍ଷା ନ କରି ସ୍ପଷ୍ଟ ଦିବାଲୋକରେ ପାହାଡ଼ ତଳେ ବୁଲୁଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ଅପରାହ୍ନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ହାତୀ ଔପଦା କପ୍ତିପଦା ରାସ୍ତା ନିକଟରେ ମେଳି ବାନ୍ଧିଥିଲେ। ଏଣୁ ପ୍ରାୟ ଅଧଘଣ୍ଟାକାଳ ଗାଡ଼ିମୋଟର ବନ୍ଦ କରି ଯାତ୍ରୀ ତଥା ଆରୋହୀମାନେ ହାତୀମାନଙ୍କୁ ଖୁବ୍‌ ନିକଟରୁ ଦେଖିବା ସହ ଫଟୋ ଉଠାଇଥିଲେ। ହାତୀମାନେ ଉକ୍ତସ୍ଥାନକୁ ବେଶ୍‌ ସୁରକ୍ଷିତ ମଣୁଥିବାରୁ ବୋଧହୁଏ ସେ ସ୍ଥାନ ଛାଡ଼ିଯିବାକୁ ନାରାଜ। ଏଣୁ ବନବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଦୁଇ ଛାତ୍ର୍ରଙ୍କ ପ୍ରାଣ ଗଲା

ରେମୁଣା,୧୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ନିକଟ ମେଗା ଫୁଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍‌ରେ ଏକ ମର୍ମନ୍ତୁଦ ସଡ଼କ...

ତୁଟୁନି ସମସ୍ୟା : ରୋଗୀ ହଇରାଣ

କେନ୍ଦୁଝର, ୨୫ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ଓ ଅନୁପସ୍ଥିତିକୁ ନେଇ କୌଣସି ସୂଚନା ଦିଆଯାଉ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି।...

ଲୁଚିଯାଉଛି ପ୍ରତ୍ନବିଭବ

ଖଇରା, (ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ଗଁ। ମଝିରେ ରହିଛି ଏଭଳି ଏକ ପ୍ରାଚୀନ ମନ୍ଦିର, ଯାହାକୁ ବେଢ଼ିରହିଛି ଏକ ବରଗଛ।...

ଆଶାକର୍ମୀଙ୍କୁ ମାଡ଼ମାରି ଜଣେ ଗିରଫ: ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଜିଲାପାଳ

ବାଲେଶ୍ୱର ଅଫିସ, ୨୪।୪: ବାଲେଶ୍ୱର ଜିଲା ବାରବାଟି ଗ୍ରାମର ଆଶାକର୍ମୀ ସୁଭଦ୍ରା ଭଞ୍ଜ ପ୍ରଶାସନ ପକ୍ଷରୁ ନେଳିଆବାଗ୍‌ କଣ୍ଟେନମେଣ୍ଟ ଅଞ୍ଚଳରେ ସର୍ଭେ କାମରେ ନିୟୋଜିତ ଅଛନ୍ତି।...

ବିପଦସଂକେତ ଟପିଲା ଜଳକା

ବସ୍ତା,୧୯ା୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ବିଭିନ୍ନ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଗଙ୍ଗାହାର ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା...

ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍‌ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ...

ଗୋପାଳପୁର ଅନୁକୂଳଚନ୍ଦ୍ର ସଂଘ ପକ୍ଷରୁ ସହାୟତା

ବାହାନଗା, ୨୩ା୪(ଡି.ଏନ.ଏ.)-କରୋନା ମୁକାବିଲା ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅନୁକୂଳଚନ୍ଦ୍ର ସତ୍‌ସଙ୍ଗ କେନ୍ଦ୍ର ତରଫରୁ ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡକୁ ୨୦ ହଜାର...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଲିଭିଗଲା ୩ ଜଣଙ୍କ ଜୀବନଦୀପ

ବାଲିଆପାଳ,୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ...

Coronavirus Update

Archives

Model This Week

Why Dharitri