ଥମୁନି ହାତୀ ଆତଙ୍କ , ପୁଣି ଜଣଙ୍କ ଜୀବନ ଗଲା

ରାସଗୋବିନ୍ଦପୁର,୪।୯ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ହାତୀପଲଙ୍କ ଉପଦ୍ରବ ଥମିିବାର ନାଁ ଧରୁନି। ୧୩ଟି ହାତୀ ମାସେରୁ ଅଧିକ ସମୟ ହେଲା ରାସଗୋବିନ୍ଦପୁର ବ୍ଲକର ସାରୁମଳା, ଅମରଦା, ଝାଟିଅଡା, ନାକିଚୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ ଉପଦ୍ରବ କରିବା ସହିତ ଧନଜୀବନ ହାନୀ କରୁଛନ୍ତି। ବନବିଭାଗ ପକ୍ଷରୁ ସେମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ସଫଳ ହୋଇ ପାରୁ ନାହାନ୍ତି। ଅଗଷ୍ଟ ମାସରେ ହାତୀ ଆକ୍ରମଣ ଯୋଗୁଁ ଅମରଦା ପଞ୍ଚାୟତର ଧୋବାକୁଣ୍ଡିଆ ଓ ଝାଟିଅଡା ପଞ୍ଚାୟତର ବିଶ୍ୱନାଥପୁର ଗ୍ରାମର ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ଅମରଦା ପଞ୍ଚାୟତ ଦଳେଇଡିହ ଗ୍ରାମର ରାମ ହେମ୍ବ୍ରମ (୬୩) ହାତୀ ଆକ୍ରମଣ ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସୋମବାର ଧୋବାକୁଣ୍ଡିଆ ଜଙ୍ଗଲରେ ଥିବା ହାତୀପଲ ସନ୍ଧ୍ୟାରେ ଧୋବାକୁଣ୍ଡିଆ, ବାଉଁଶୁଳୀ ଗ୍ରାମ ଦେଇ ଦଳେଇଡିହ ଅଭିମୁଖେ ଅଗ୍ରସର ହୋଇଥିଲେ। ଉପରୋକ୍ତ ଗ୍ରାମର ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ଭୋର ସମୟରେ ହାତୀପଲ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଦଳେଇଡିହ ଗ୍ରାମର ରାମ ହେମ୍ବ୍ରମଙ୍କ ଘର ଉପରେ ଆକ୍ରମଣ କରିଥିଲେ। ହାତୀ ଘର ଅଭିମୁଖେ ଆସୁଥିବା ଜାଣିପାରି ପ୍ରାଣବିକଳରେ ପରିବାର ଲୋକମାନେ ଦୌଡି ପଳାଇ ଯାଇଥିବା ବେଳେ ଘର ପିଣ୍ଡାରେ ଶୋଇଥିବା ୬୩ ବର୍ଷର ବୃଦ୍ଧ ରାମ ହେମ୍ବ୍ରମଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ମାରି ଦେଇଥିଲା। ପରେ ହାତୀପଲ ଜଙ୍ଗଲ ଅଭିମୁଖେ ଚାଲିଯିବାରୁ ପରିବାର ଲୋକେ ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ରେଣୁବାଳା ସାହୁ, ଏସିଏଫ ଦିଲ୍ଲୀପ କୁମାର ବାରିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ରାମଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଶବ ସତ୍କାର ପାଇଁ ତାଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା।...

ସୀମା ମୁକୁଳା, ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୧୦।୧: ମୁକୁଳା ପଡ଼ିଛି ବିସ୍ତୀର୍ଣ୍ଣ ଜଙ୍ଗଲ ସୀମା। କୋର୍‌ ଏରିଆ ଉପରେ ନଜର ରଖିବାକୁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଗୋଟିଏ ପଟେ ଚଢ଼ାଉ କରିବା...

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଲୋକପାଇଲଟଙ୍କ ଚାଲିଛି ଚିକିତ୍ସା   

ଖୋର୍ଦ୍ଧା ଅଫିସ,୪।୬: ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭୁବନେଶ୍ୱରସ୍ଥିତ ଏକ୍ଷ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ...

ସେଲ୍‌ଫି ନିଶା ନେଲା ୨ ଯୁବକଙ୍କ ଜୀବନ

ରାଜଗାଙ୍ଗପୁର,୬।୬: ସେଲ୍‌ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍‌ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...

ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ

ମହାକାଳପଡ଼ା,୧୮ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମର ଛାତ୍ରୀଛାତ୍ରମାନେ ପାଠ...

ପଞ୍ଚଭୂତରେ ବିଲୀନ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର,୨୦।୬(ଡି.ଏନ.ଏ.)-ପଞ୍ଚଭୂତରେ ବିଲୀନ ହୋଇଛି ଶହୀଦ ଅଜିତ ସାହୁଙ୍କ ମରଶରୀର। ଶୋକାକୂଳ ପରିବେଶ ମଧ୍ୟରେ କାମାକ୍ଷାନଗର ବଡ଼ସୁଆଁଳ ଗ୍ରାମ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଞ୍ଚଳବାସୀ, ପରିବାର...

ଆବାସ ଯୋଜନା କାହା ଲାଗି : ଏସ୍‌ଇସିସି ତାଲିକାକୁ ନେଇ ସନ୍ଦେହ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ...

ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ...

Advertisement
Archives

Model This Week