ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ ନିୟୋଜିତ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଛି। ଫଳରେ ସେମାନେ ନିଜ କର୍ମକ୍ଷେତ୍ର ଛାଡ଼ି ଭିଟାମାଟି ଅଭିମୁଖେ ଗଣପଳାୟନ କରିବାରେ ଲାଗିଛନ୍ତି। ଶନିବାର ରାତିରେ ଗାଜିଆବାଦରେ ହଜାର ହଜାର ଗାଁମୁହଁ। ଶ୍ରମିକ ଯେପରି ଭାବେ ଏକତ୍ରିତ ହୋଇଥିଲେ ସେଥିରୁ ସମସ୍ୟା ଜଟିଳ ହେବା ଜଳଜଳ ହୋଇ ଦିଶୁଛି। ରବିବାର ମଧ୍ୟ କେରଳ, ଦିଲ୍ଲୀ, ବିହାର ଓ ଉତ୍ତରପ୍ରଦେଶରେ ସମାନ ଅବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତ୍ୱ ଅପରିହାର୍ଯ୍ୟ ହୋଇଥିବାବେଳେ ପ୍ରାଣ ବିକଳରେ ବସ୍‌କୁ ଅପେକ୍ଷା କରିଥିବା ଶ୍ରମିକମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସହରରୁ ଗାଁକୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଦୃଢ଼ୀଭୂତ ହୋଇଛି।

ଲକ୍‌ଡାଉନ ନିୟମ କଡ଼ାକଡ଼ି ପାଳନ କରିବା ସହ ରାଜ୍ୟ ଓ ଜିଲା ସୀମାକୁ ସିଲ୍‌ କରିଦେବାକୁ କେନ୍ଦ୍ର ସରକାର ରବିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ ବେଳେ ଦାଦନ ଶ୍ରମିକଙ୍କୁ ସୀମାରେ ଅଟାଇବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଓ ଡିଜିପିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ ସଚିବ ରାଜୀବ ଗୌବା ଓ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଉପରୋକ୍ତ ପରାମର୍ଶ ଦେଇଛନ୍ତି। ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥରେ ଲୋକଙ୍କ ଯାତାୟାତ ବନ୍ଦ କରିବା ଲାଗି ମଧ୍ୟ କୁହାଯାଇଛି। ଦେଶର ବିଭିନ୍ନ ଭାଗରୁ ଦାଦନମାନେ ସେମାନଙ୍କ ରାଜ୍ୟକୁ ଫେରୁଥିବା ଦେଖାଯାଇଛି। ତେଣୁ ରାଜ୍ୟ ଓ ଜିଲା ସୀମାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାନ୍ତ ଜିଲାର ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଦାୟିତ୍ୱ ଦିଆଯାଇଛି। ଦାଦନ ଶ୍ରମିକଙ୍କ ସମେତ ଅନ୍ୟ ଅଭାବୀ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ଆଶ୍ରୟ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ବାହାର ରାଜ୍ୟରୁ ଫେରୁଥିବା ଦାଦନମାନଙ୍କୁ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖି ସେମାନେ କରୋନା ସଂକ୍ରମିତ ନୁହନ୍ତି ବୋଲି ନିଶ୍ଚିତ ହେବା ପରେ ଘରକୁ ଛାଡ଼ିବାକୁ କୁହାଯାଇଛି। ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଦାଦନ ଶ୍ରମିକ ଓ ଦିନମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଧିକାଂଶ ରାଜ୍ୟରୁ ହଜାର ହଜାର ଦାଦନ ଚାଲିଚାଲି ଫେରୁଥିବାବେଳେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ, ଗାଜିଆବାଦ ଓ ନୋଏଡ଼ା ସୀମାରେ ଅଟକି ରହିଥିବା ଲକ୍ଷାଧିକ ଦାଦନ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଶନିବାର ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟରେ ଉତ୍ତରପ୍ରଦେଶ ପରିବହନ ବିଭାଗର ୧୦୦୦ ବସ୍‌ ସାଙ୍ଗକୁ ୨୦୦୦ ଘରୋଇ ବସ୍‌, ଟ୍ରକ, ଟ୍ରଲି, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନକୁ ନିୟୋଜିତ କରାଯାଇଥିଲା। ଲକ୍‌ଡାଉନ ଯୋଗୁ ନିଜ ରାଜ୍ୟକୁ ଫେରି ନ ପାରି ଅଟକି ରହିବା ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଗହଳି ହଟାଇବା ଲାଗି ସେମାନଙ୍କୁ ଘରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯାଇଥିଲା। ଦିଲ୍ଲୀ ସରକାର ମଧ୍ୟ ୧୦୦ ଡିଟିଏଚ୍‌ ବସ୍‌କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ତେବେ ଦିଲ୍ଲୀରେ ଥିବା ଦାଦନ ଶ୍ରମିକ ଫେରି ନ ଯିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିବେଦନ କରିଛନ୍ତି। ଦିଲ୍ଲୀ ସରକାର ଶ୍ରମିକମାନଙ୍କ ପାଇଁ ଆଶ୍ରୟସ୍ଥଳ ଯୋଗାଇଦେବା ସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri