ଥମୁନି ଟ୍ରାଫିକ କଡ଼ା ନିୟମ ବିବାଦ

ଭୁବନେଶ୍ୱର,୯ା୯(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଗତ ୧ତାରିଖରୁ କଡ଼ାକଡ଼ି ଭାବେ ରାଜ୍ୟରେ ଲାଗୁ ହୋଇଛି। ପୋଲିସ ଓ ଆରଟିଓ ଯାଞ୍ଚକୁ କଡ଼ାକଡ଼ି କରିବା ସହିତ ୧୦ଗୁଣା ଜରିମାନା ଆଦାୟ କରୁଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ପରିଣାମ ଶନିବାର ରାଜମହଲ ଛକଠାରେ ହୋଇଥିବା ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦେଖାଦେଇଥିବା ଖଣ୍ଡ ଯୁଦ୍ଧରୁ ସ୍ପଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ କଲେଣି। କେବଳ ବିରୋଧୀ ନୁହନ୍ତି ଶାସକ ଦଳ ନେତା ଓ ମନ୍ତ୍ରୀ ମଧ୍ୟ ଏହି ଆଇନ ବିରୋଧରେ ମତ ଦେଉଛନ୍ତି। ଅନ୍ୟପଟେ ଅତିମାତ୍ରାରେ ଜରିମାନା ଆଦାୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ବଢିବାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ଉପରେ ବିଚାର କରାଯାଉଛି ବୋଲି ରବିବାର କହିଛନ୍ତି। ମନ୍ତ୍ରୀ ବେହେରା କହିଛନ୍ତି ଯେ, ଯେଉଁ ନୂଆ ଜରିମାନା ରାଶି ସ୍ଥିରିକୃତ କରାଯାଇଛି ତାଉପରେ ପୁର୍ନବିଚାର କରାଯିବ। କେନ୍ଦ୍ର ପକ୍ଷରୁ ସ୍ଥିର କରାଯାଇଥିବା ଜରିମାନା ରାଶି ପରିମାଣକୁ ରାଜ୍ୟ ସରକାର ଚାହିଁଲେ ବଦଳାଇ ପାରିବେ ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡ଼ିଶାରେ ନୂଆ ମୋଟର ଯାନ ଆଇନକୁ ତରବରିଆ ଭାବେ ଲାଗୁ କରାଯାଇଛି। ଓଡ଼ିଶା ପୋଲିସର ୯୦ପ୍ରତିଶତ ଗାଡ଼ିର ଲାଇସେନ୍ସ ନ ଥିବାବେଳେ ବହୁ ନେତାଙ୍କ ଗାଡ଼ିର ମଧ୍ୟ କାଗଜପତ୍ର ଠିକ୍‌ ନ ଥିବା ସେ କହିଛନ୍ତି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଏହା କେନ୍ଦ୍ରୀୟ ଆଇନ ଅନୁଯାୟୀ କରାଯାଉଛି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରୁ ନାହାନ୍ତି ସେମାନେ ଆଗକୁ କରିବେ। ଆଇନ ଲାଗୁ କରାଯିବାପରେ ଯାହାସବୁ ଅସୁବିଧା ହେଉଛି ତାହା ସୁଧୁରାଯିବ। ତ୍ରୁଟି ସୁଧାରିବା ସମ୍ପର୍କରେ କେନ୍ଦ୍ର ନିକଟକୁ ସଂଶୋଧନ କରିବା ଲାଗି ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏହି ଆଇନ ଲାଗୁ କରିବା ଆଗରୁ ଆହୁରି ତର୍ଜମା କରିବାର ଆବଶ୍ୟକତା ଥିଲା। ଶୃଙ୍ଖଳିତ ଉଦ୍ୟମ ବାହାନା ଦେଖାଇ ଲୋକମାନଙ୍କୁ ହଇରାଣ କରିବା ଠିକ୍‌ ନୁହେଁ ବୋଲି ପୃଥ୍ବୀରାଜ କହିଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ଫାଇନ ଆଦାୟ ଘଟଣାକୁ ବିରୋଧ କରିଥିଲେ। ଛୋଟ ଗାଡ଼ି ଚଳାଉଥିବା ଆରୋହୀଙ୍କଠାରୁ ଏତେ ମାତ୍ରାରେ ଫାଇନ ଆଦାୟ କରି ସେମାନଙ୍କୁ ଗାଡ଼ି ନ ଚଳାଇବାକୁ ବାଧ୍ୟ କରାଯାଉଛି ବୋଲି ସେ କହିଥିଲେ। ଅନ୍ୟପଟେ ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ମୋଟର ଯାନ ଆଇନରେ ସେପରି କିଛି ରାଜ୍ୟ ସରକାର ଚାହିଁଲେ ପରିବର୍ତ୍ତନ କରିପାରିବେ ନାହିଁ। ନିର୍ଦ୍ଦିଷ୍ଟ କେତୋଟି ନିୟମରେ ଫାଇନ ଅର୍ଥ ହ୍ରାସ କରିହେବ। ସର୍ବନିମ୍ନ ୨ ହଜାର ଏବଂ ସର୍ବାଧିକ ୧୦ହଜାର ଟଙ୍କା ଜରିମାନା ରାଶି ବାବଦରେ ଅର୍ଥ ରାଶି କମାଯାଇ ପାରିବ। ୪ଟି ଫାଇନ ବାବଦରେ ଆଦାୟ କରାଯିବାକୁ ଥିବା ଜରିମାନା ରାଶି ପରିମାଣ କମାଇବା ଉପରେ ବିଚାର କରାଯାଉଥିବା ନେଇ ଅଧିକାରୀଙ୍କ ଠାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri