ତ୍ୱରାନ୍ବିତ ହେଲା ମିଶନ ‘ବିୟୁଟି ସିଟି’

ବାଲେଶ୍ୱର ଅଫିସ,୨୩।୯-ବାଲେଶ୍ୱର ସହରକୁ ‘ବିୟୁଟି ସିଟି’ରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିବା ମିଶନ କିଛିଦିନ ସ୍ଥଗିତ ହେବା ପରେ ସୋମବାର ପୁଣି ତ୍ୱରାନ୍ବିତ କରାଯାଇଛି। ସହରର ସମସ୍ତ ଜବରଦଖଲ ଶେଷ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଟ୍ରାଫିକ୍‌ ଜାମ୍‌ରୁ ମୁକ୍ତ ଏବଂ ସୁନ୍ଦର କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ କରାଯାଇଥିବା ଜବରଦଖଲ ଏବଂ ହୋଡିଂକୁ ଉଚ୍ଛେଦ କରାଯାଇଛି। ମାଜିଷ୍ଟ୍ରେଟ ଭାବେ ରେମୁଣା ତହସିଲଦାର ସଞ୍ଜୟ ରାଉତ ପହଞ୍ଚିଥିବା ବେଳେ ତାଙ୍କ ସହିତ ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ, ଶିଳ୍ପାଞ୍ଚଳ ଥାନା ଆଇଆଇସି ଜୟନ୍ତ ବେହେରା, ସହଦେବଖୁଣ୍ଟା ମଡ଼େଲ ଥାନା ଆଇଆଇସି ପରେଶ ରାଉତ, ସଦର ଥାନା ଆଇଆଇସି ମମତା ସାହୁଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ଏହାସହିତ ବିବାଦୀୟ ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଭାଙ୍ଗିବାକୁ ନେଇ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତହସିଲଦାରଙ୍କୁ ଭାଙ୍ଗିବାର ସରକାରୀ ନିର୍ଦ୍ଦେଶନାମା ମାଗିଥିଲେ ମଧ୍ୟ ଏହାକୁ ଭ୍ରୁକ୍ଷେପ ନ କରି ପ୍ରଶାସନ ଉଚ୍ଛେଦ କାର୍ଯ୍ୟ କରିଥିଲା। ରାସ୍ତା ଓ ଡ୍ରେନ୍‌ ପାଇଁ ଆବଶ୍ୟକ ଥିବା ଜବରଦଖଲକୁ ବାହାର କରିବା ପାଇଁ ମନ୍ଦିରର ନାଟମଣ୍ଡପ ପର୍ଯ୍ୟନ୍ତ ଭଙ୍ଗାଯିବା ଲାଗି ସ୍ଥିର ହୋଇଛି। ପାର୍ଶ୍ୱ ମନ୍ଦିର ଭଙ୍ଗାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ବିରୋଧୀ ଯେଉଁ ଅପଚେଷ୍ଟା କରୁଛନ୍ତି ସେଥିରେ ବିଫଳ ହେବେ: ମନମୋହନ

ଭୁବନେଶ୍ୱର,୨୦।୨ (ସୁନିତ୍‌ ମିଶ୍ର): ଧାନର ଅଭାବୀ ବିକ୍ରି ନ ହେବା ଏବଂ ଚାଷୀ ତା’ର ଉଚିତ ମୂଲ୍ୟ ପାଇବା ପାଇଁ ଭାଜପା ସବୁବେଳେ ପ୍ରୟାସ କରୁଛି। ଧାନ…

ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ…

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri