ତ୍ରୁଟିପୂର୍ଣ୍ଣ ପରିଚୟପତ୍ର: ଚିନ୍ତାରେ ଭୋଟର

ସିମୁଳିଆ,୧୭।୪(ଡି.ଏନ୍‌.ଏ.)-ଭୋଟର ତାଲିକା ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ କାର୍ଯ୍ୟ ଠିକ୍‌ ଭାବେ କରା ନ ଯିବାରୁ ତଥ୍ୟଗତ ତ୍ରୁଟି ଥାଇ ବହୁ ଭୋଟରଙ୍କୁ ନୂଆ ପରିଚୟପତ୍ର ବଣ୍ଟାଯାଇଛି। ଅଭିଯୋଗକଲେ ସଫ୍ଟଓ୍ବେର ଅପ୍‌ଡେଟ୍‌ ନ ହେବା କାରଣରୁ ଏଭଳି ତ୍ରୁଟି ହୋଇଥିବା କୁହାଯାଉଛି। ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ୫ଟି ପଞ୍ଚାୟତର ୧୯୭୮ଜଣ ମତଦାତାଙ୍କୁ ତ୍ରୁଟିପୂର୍ଣ୍ଣ ଭୋଟ ପରିଚୟପତ୍ର ଦିଆଯାଇଥିବାରୁ ସେମାନେ ଏଥର କିଭଳି ଭୋଟ ଦେବେ ଚିନ୍ତାରେ ପଡିଛନ୍ତି। ତ୍ରୁଟିପୂର୍ଣ୍ଣ ପରିଚୟପତ୍ର କୌଣସି କାମରେ ଆସିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ଭୋଟର ପରିଚୟପତ୍ରରେ ତ୍ରୁଟି ସଂଶୋଧନ ସହିତ ସାବାଳକ ଯୁବତୀଯୁବକଙ୍କୁ ଭୋଟର ତାଲିକାରେ ସାମିଲ କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ତାରିଖ ଘୋଷଣା କରାଯାଇଥିଲା। ଗଣମାଧ୍ୟମରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ ସିମୁଳିଆ ଅଞ୍ଚଳର ଶିକ୍ଷୟିତ୍ରୀଶିକ୍ଷକମାନେ ଏହି କାର୍ଯ୍ୟରେ ୨୦୧୮ ଅକ୍ଟୋବରରୁ ୨୦୧୯ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ନିୟୋଜିତ ଥିଲେ। ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ ପାଇଁ ଲୋକେ ବିଭିନ୍ନ ଫର୍ମପୂରଣ କରିଦେଇଥିଲେ। ସିମୁଳିଆ ବ୍ଲକରେ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ୧୦୯ ବ୍ଲକ ଲେଭଲ ଅଫିସର ଓ ୧୧ ସୁପରଭାଇଜର ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ମାର୍କୋଣା ପଞ୍ଚାୟତର ୪୨୦ଜଣଙ୍କ ଭୋଟର ପରିଚୟପତ୍ରରେ ତଥ୍ୟଗତ ତ୍ରୁଟି ରହିଥିବା ପ୍ରଥମେ ନଜରକୁ ଆସିଥିଲା। ଠିକଣାରେ ମାର୍କୋଣା ପରିବର୍ତ୍ତେ ବାଙ୍ଗରଖଡ଼ିଗଡ଼ିଆ ପଞ୍ଚାୟତ ଉଲ୍ଲେଖ ରହିଥିଲା। ବରୀ ପଞ୍ଚାୟତର ୩୦୯ଜଣଙ୍କୁ ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାସିନ୍ଦା ଭାବେ ପରିଚୟପତ୍ର ମିଳିଛି। ଅନୁରୂପ ମଇତାପୁରର ୫୦୨ଜଣଙ୍କୁ ବଙ୍ଗାଳପୁର, ବଙ୍ଗାଳପୁରର ୯୫ଜଣଙ୍କୁ ମୁରୁଣା ଓ ସବଙ୍ଗର ୬୫୨ଜଣଙ୍କୁ ଆନନ୍ଦପୁର ପଞ୍ଚାୟତବାସୀ ରୂପେ କାର୍ଡ ପ୍ରଦାନ କରାଯାଇଛି। ମାର୍କୋଣା ପଞ୍ଚାୟତର ବୁଥ୍‌ ନଂ.୨୧୯ ଓ ୨୨୦ରେ ଅଧୀନ ମାର୍କୋଣା ଅଞ୍ଚଳର ୨୩ଜଣ ବ୍ୟକ୍ତି ଫର୍ମ ନଂ. ୮(ଏ)ରେ ପରିଚୟପତ୍ରରେ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ କରିଥିଲେ ମଧ୍ୟ ସେଥିରେ ଅନୁରୂପ ତ୍ରୁଟି ପରିଲକ୍ଷିତ ହୋଇଛି ା ଏପରି କି ମା’ବାପାଙ୍କଠାରୁ ଝିଅପୁଅଙ୍କ ବୟସ ଅଧିକ ଥିବା ସୂଚନା ମିଳିଛି ା  ମାର୍କୋଣା ନୂଆପଲ୍ଲୀ ଅଞ୍ଚଳର ୬୪ବର୍ଷୀୟ ଆଦିବାସୀ ମହିଳା ସୁକୁରୀ ସିଂ କହିଛନ୍ତି, ପୂର୍ବରୁ ଭୋଟ ପରିଚୟପତ୍ରରେ ତାଙ୍କ ପୁଅ ବୋହୂଙ୍କ ବୟସ ତାଙ୍କଠାରୁ ଅଧିକ ରହିଥିଲା ା ସେ ୩ ଥର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସଂଶୋଧିତ କାର୍ଡ ମିଳିପାରି ନାହିଁ। ସେହିପରି ତାଙ୍କ ପଞ୍ଚାୟତ ମାର୍କୋଣା ଓ ଗାଁ ନୂଆପଲ୍ଲୀ ପରିବର୍ତ୍ତେ ବାଙ୍ଗରଖଡିଗଡିଆ ପଞ୍ଚାୟତର ରିଆ ଗାଁ ଲେଖାରହିଛି। ରିଆ ଅଞ୍ଚଳର ଶ୍ରୀକାନ୍ତ ବେହେରାଙ୍କ ବୟସ ୬୭ ଉଲ୍ଲେଖ ଥିବା ବେଳେ ତାଙ୍କ ଶାଶୁ ଗୁରଙ୍କ ବୟସ ୬୩ କାର୍ଡରେ ଲେଖାଯାଇଛି ା ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ମାର୍କୋଣା ଅଞ୍ଚଳର ପ୍ରେମାନନ୍ଦ ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁକାନ୍ତିଲତା ପାଢ଼ୀଙ୍କ ଗ୍ରାମ ରିଆ ପରିବର୍ତ୍ତେ ମାର୍କୋଣା ସଂଶୋଧନ କରାଯିବା ଲାଗି ସେମାନେ ଆବେଦନ କରିଥିଲେ ମଧ୍ୟ ନୂଆ କାର୍ଡରେ ଗ୍ରାମ ରିଆ ଓ ପଞ୍ଚାୟତ ବାଙ୍ଗରଖଡିଗଡିଆ ବୋଲି ଲେଖା ରହିଥିବା ଅଭିଯୋଗ ହୋଇଛି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଡ ପାଇଥିବା ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା, ବିଦ୍ୟୁତ୍‌ ସଂଯୋଗ ନେବା ଆଦି କ୍ଷେତ୍ରରେ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥର ସେମାନେ କିଭଳି ଭୋଟ ଦେବେ ସେନେଇ ଚିନ୍ତାରେ ପଡିଛନ୍ତି। ତ୍ରୁଟିପୂର୍ଣ୍ଣ କାର୍ଡ କୌଣସି କାମରେ ଆସିବ ନାହିଁ ବୋଲି ଅଧିକାରୀମାନେ କହୁଥିଲେ ମଧ୍ୟ ଏହାର ସଂଶୋଧନ ଲାଗି ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଡ. ନରହରି ବେହେରାଙ୍କୁ ପଚାରିବାରୁ ତ୍ରୁଟିପୂର୍ଣ୍ଣ କାର୍ଡ ସମ୍ପର୍କରେ ସେ ପିଡିଙ୍କୁ ଜଣାଇଥିବା କହିଛନ୍ତି। ନୂତନ ପଞ୍ଚାୟତ ପୁନର୍ଗଠିତ ହେବା ଯୋଗୁ ଏଭଳି ଅସୁବିଧା ଉପୁଜିଥିବା ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା, ନବୀନଙ୍କୁ ପଠାଇଲେ ଇସ୍ତଫାପତ୍ର

ବାଲେଶ୍ୱର, ୧୧।୩:(ବାଞ୍ଛାନିଧି ଦେ) ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼। ଜଣଙ୍କ ପରେ ଜଣେ ଛାଡୁଛନ୍ତି ଦଳ। ଏବେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ବିଜେଡି…

ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର,୧୦।୩ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ…

ବାଇକରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଚାନକ ମାଡିବସିଲା ଅବକାରୀ ପୋଲିସ, ଜବତ ହେଲା ଏତେ ଟଙ୍କାର…

ବାଲେଶ୍ୱର, ୧୦।୩: (ବାଞ୍ଛାନିଧି ଦେ): ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା…

ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ : ଜିଲାର ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ବାଲେଶ୍ୱର,୯।୩( ବାଞ୍ଛାନିଧି ଦେ): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୋମବାର ଅପରାହ୍ନରେ ବାଲେଶ୍ୱର ଗସ୍ତରେ ଆସିଛନ୍ତି । ବାଲେଶ୍ୱର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର…

ବସ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌: ୩୫ ଆହତ, ୫ ଯାତ୍ରୀ ଗୁରୁତର

ବାହାନଗା,୮।୩(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପ ନିକଟରେ ରବିବାର ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବାଲେଶ୍ବରରୁ କୁପାରୀ ଆସୁଥିବାବେଳେ ଅଘଟଣ: ଦୋକାନ ଭିତରକୁ ମାଡିଗଲା ବସ୍‌, ତା’ପରେ…

ଖଇରା,୫।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବରରୁ ସୋର ଯାଉଥିବା ଅନନ୍ୟା ବସ୍‌ ଖଇରା ପ୍ରାଣୀ ଚିକିତ୍ସାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଜଣେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri