ତ୍ରିଶୂଳୀ ନଦୀକୁ ଖସିଲା ବସ୍‌ ୩ ମୃତ ୨୩ ନିଖୋଜ

କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍‌ ଖସି ପଡିବା ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ନିଖୋଜ ଥିବା ଜଣାପଡିଛି। ଏଥିରେ ଅନ୍ୟ ୧୬ ଆହତ ମଧ୍ୟ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସରଲାହି ଜିଲାର ମାଳଙ୍ଗାଓ୍ବାରୁ କାଠମାଣ୍ଡୁ ଯାଉଥିବା ଏହି ବସ୍‌ଟି ଭୋର ସମୟରେ ନଦୀ ମଧ୍ୟକୁ ଖସି ପଡିଥିଲା। ନଦୀର ଗଭିରତା ରାସ୍ତାଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ। ଉକ୍ତ ବସ୍‌ରେ ପାଖାପାଖି ୫୦ ଜଣ ଯାତ୍ରୀଥିବା ଅନୁମାନ କରିଛି ପୋଲିସ। ତେବେ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶକୁ ଉପଗ୍ରହ ପ୍ରେରଣ କରିବ ନେପାଳ

କାଠମାଣ୍ଡୁ, ୩୧।୧:: ଏବେ ନେପାଳ ମହାକାଶ ଦୌଡ଼ରେ ସାମିଲ୍‌ ହେବାକୁ ଯାଉଛି। ୩୭ ବର୍ଷ ପରେ ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘ (ଆଇଟିୟୁ) ପକ୍ଷରୁ ମହାକାଶରେ ପୃଥିବୀ...

କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ

ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ...

ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ଇସଲାମାବାଦ,୧୫।୩: ଭାରତ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ନିମନ୍ତ୍ରଣ...

କରୋନା ସଙ୍କଟରେ ପୃଥିବୀ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ ରୁଷ୍‌ର ପ୍ରସ୍ତୁତି ଆରମ୍ଭ

ମସ୍କୋ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ...

ଲଣ୍ଡନ ବ୍ରିଜ୍‌ରେ ଛୁରାମାଡ଼

ଲଣ୍ଡନ,୩୦ା୧୧: ଲଣ୍ଡନ ବ୍ରିଜ୍‌ରେ ଜଣେ ଛୁରାଧାରୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସମ୍ପୃକ୍ତ ଆକ୍ରମଣକାରୀ ନିହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ...

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ମୋର ଧର୍ମ: ସୁନକ

ଲଣ୍ଡନ,୪ ।୨: ମୂଳ ଭାରତୀୟ ବାସିନ୍ଦା ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଗତ ବର୍ଷ ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୦ କାଉଣ୍ଟିଂ ଷ୍ଟ୍ରିଟରେ...

କିଛି ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ଟ୍ରମ୍ପ

ଓ୍ବାଶିଂଟନ୍‌,୨୩।୧୦:ଚୁ ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ପାଇଁ ଦ୍ୱିତୀୟ ତଥା ଶେଷ ବିତର୍କ ଶୁକ୍ରବାର ଦିନ...

୨୪ ଘଣ୍ଟାରେ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ସିରିଆ ବିଦ୍ରୋହୀ: ରୁଷିଆ

ମସ୍କୋ,୧୭।୮: ଗତ ୨୪ ଘଣ୍ଟା ମଧ୍ୟରେ ସିରିଆ ବିଦ୍ରୋହୀ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏନେଇ ଶନିବାର ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ସୂଚନା...

Advertisement
Archives

Model This Week