ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗିପଡିଛନ୍ତି। ଏହି ପୂଜା ଦୌଡରେ ନିଜକୁ ସାମିଲ କରିଛି ମାଲଗୋଦାମ ପୂଜା କମିଟି। କିଛିବର୍ଷ ପୂର୍ବେ ଲାଲକିଲ୍ଲା ଆକୃତିର ତୋରଣ ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ଏହି ପୂଜା କମିଟି ଚଳିତବର୍ଷ ଷ୍ଟାଚ୍ୟୁ ଅଫ ଲିବର୍ଟି ଆକୃତିର ତୋରଣ ନିର୍ମାଣ କରୁଛି। ଏହି ତୋରଣକୁ ନିର୍ମାଣ କରିବା ପାଇଁ କଲିକତାରୁ କାରିଗର ଆସିଛନ୍ତି। ଫାଇବରର ଷ୍ଟାଚ୍ୟୁ ଏବଂ ପ୍ଲାଏ ବ୍ୟବହାର କରି କଲିକତାର କାରିଗରମାନେ ଏହି ତୋରଣ ନିର୍ମାଣ କାମ ଜାରି ରଖିଛନ୍ତି। ଏହାର ଉଚ୍ଚତା ୬୫ ଫୁଟ ଓ ଚଉଡା ୨୪ ଫୁଟ ରହିଛି। ଏହି ତୋରଣ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପୂଜା କମିଟି କର୍ମକର୍ତ୍ତମାନେ ଆଶା ରଖିଛନ୍ତି।
୧୯୫୨ ଠାରୁ ଏହି କମିଟି ପୂଜା ପାଳନ କରିଆସୁଛି। ପ୍ରଥମେ ଏକ ଚାଳଘରେ ହରପାର୍ବତୀଙ୍କ ପ୍ରତିମା ପୂଜା କରାଯାଉଥିଲା। ୧୯୮୩ରେ କମିଟିର ଏକ ସ୍ଥାୟୀ ପୂଜା ମଣ୍ଡପ ଏଠାରେ ନିର୍ମାଣ କରାଯାଇଥିଲା। ୧୯୯୬ରେ ମାଲଗୋଦାମ ପୂଜା ମଣ୍ଡପକୁ ସଲଗ୍ନ ଥିବା ଖାଲି ସ୍ଥାନରେ ହନୁମାନ ମନ୍ଦିର ନିର୍ମାଣ କରାଯାଇଥିଲା। ପରେ ହନୁମାନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା କରାଗଲା। ଏହି ମଣ୍ଡପରେ ହରପାର୍ବତୀଙ୍କ ପ୍ରତିମା ସହିତ ଗଣେଶ, ଗଜଲକ୍ଷ୍ମୀ ଏବଂ କାର୍ତ୍ତିକେଶ୍ୱରଙ୍କୁ ମଧ୍ୟ ପୂଜା କରାଯାଏ। ହରପାର୍ବତୀଙ୍କ ପାଖରେ ସ୍ବତନ୍ତ୍ର ଭାବେ ଲଡୁ ଭୋଗ କରାଯାଏ। ମୂର୍ତ୍ତି ଓ ମେଢ ନିର୍ମାଣ ପାଇଁ ବିଡାନାସୀର ସୁବାସ ଚନ୍ଦ୍ର ପରିଡା ଏବଂ ରାମଚନ୍ଦ୍ର ରଣା ଦାୟିତ୍ୱ ନେଇଛନ୍ତି। ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୫ ଫୁଟ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଆକର୍ଷଣୀୟ ଆଲୋକ ସଜାଯିବା ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି। ମାଲଗୋଦାମ ଅଞ୍ଚଳ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ଦିଗରେ ଧ୍ୟାନ ଦିଆଯିବ। ଶ୍ରଦ୍ଧାଳୁମାନେ ଧାଡିରେ ଆସି ମା’ଙ୍କୁ ଦର୍ଶନ କରିପାରିବେ। ମହାସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭସାଣି ପାଇଁ କମିଟି ପକ୍ଷରୁ ପ୍ରଚେଷ୍ଟା କରାଯିବ।
-କୈଳାସ ଚନ୍ଦ୍ର ପାତ୍ର,
ପୂଜା କମିଟି ସଭାପତି
ଚଳିତବର୍ଷ ପାଇଁ ବଜେଟ ପ୍ରାୟ ୧୭ ଲକ୍ଷ ଟଙ୍କା ରହିଛି। ମୋଟ୍‌ ୬ଟି ଗେଟ୍‌ର ବ୍ୟବସ୍ଥା ରହିଛି। ସୁନ୍ଦର ସାଜସଜ୍ଜା ଆମର ମୁଖ୍ୟ ଲକ୍ଷ୍ୟ।
– ସୟଦ ନିଜାମୁଦ୍ଦିନ ଅହମ୍ମଦ,
ପୂଜା କମିଟି ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

୨୫% ସିଟ୍‌ରେ ମାଗଣା ନାମ ଲେଖାଯାଉନି

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ୨୦୦୯-ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ନିୟମାନୁସାରେ ରାଜ୍ୟରେ...

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି...

ମନ୍ଦିରରୁ ତାଡ଼ିନେଲେ ଦାନ ବାକ୍ସ

ଚୌଦାର,୨୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦାର ବ୍ୟାଘ୍ର ବାହିନୀ ମନ୍ଦିରର ଗେଟ୍‌ ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋର ଦାନ ବାକ୍ସ ଭାଙ୍ଗି...

ବିପଦରେ ହାତୀବଂଶ

ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ...

କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କହିଲେ ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମୀକ୍ଷା କରିଛନ୍ତି।...

ଅଳପୁଆ-ଦାମୋଦରପାଟଣା ରାସ୍ତା ଶୋଚନୀୟ

ପଟ୍ଟାମୁଣ୍ଡାଇ,୨୫ା୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ-ଦାମୋଦରପାଟଣା ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ରାସ୍ତାରେ ଆଣ୍ଢୁଏ ଲେଖାଏ ଗାତ ସୃଷ୍ଟି ହୋଇଛି। ଏହି...

ପିଲାଙ୍କୁ ଆସୁନି ୩ କ ପଣିକିଆ: ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୬: ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଉତ୍ତମ ଶୈକ୍ଷିକ ବାତାବରଣ ଏବଂ ଶିକ୍ଷା ପ୍ରଦାନ ପାଇଁ ସ୍କୁଲକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ...

ବଜ୍ରପାତରେ ୨୭ ଗୋରୁ, ୯ ମେଣ୍ଢା ମୃତ

ଦିଗପହଣ୍ଡି/ପାତ୍ରପୁର,୯ା୬ (ଡି.ଏନ.ଏ.) -ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତରେ ୨୭ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର...

Advertisement
Archives

Model This Week