ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ ରାଜ୍ୟ ବାହାରେ ଥିବା ଲୋକେ ଘରକୁ ଫେରିବାରେ ସମସ୍ୟା ଦେଖାଯାଇଛି ା ଏପରିପ୍ରେକ୍ଷୀରେ ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ୩ ଜଣ ଶ୍ରମିକ କାମ କରିବାକୁ ଯାଇ ତେଲେଙ୍ଗାନା ରାଜ୍ୟରେ ଫସି ରହିଛନ୍ତି। ଗତ ଫେବୃୟାରୀ ୨୦ରେ ସେମାନେ ତେଲେଙ୍ଗାନା ରାଜ୍ୟ ରଙ୍ଗାରେଡି ଜିଲା ନନ୍ଦିଗାମାସ୍ଥିତ ହାର୍ଭିସ୍‌ ଏଗ୍ରିଜେନିକ୍‌ ପ୍ରାଇଭେଟ୍‌ ଲିଃ. କୋଲ୍ଡ ଷ୍ଟୋରେଜ୍‌ ପାଇପ ଲାଇନ୍‌ କାମ କରିବାକୁ ଯାଇଥିଲେ। ମାର୍ଚ୍ଚ ୨୦ରେ କାମ ସରିଯାଇଥିବା ବେଳେ ଲକ୍‌ ଡାଉନ୍‌ ପାଇଁ ସେମାନେ ଘରକୁ ଆସିପାରୁ ନାହାନ୍ତି ା ଏକ ସପ୍ତାହ ହେବ ସେମାନେ ବସି ଖାଉଥିବାରୁ ପାଖରେ ଆଉ ଅର୍ଥ ନଥିବା କହିଛନ୍ତି। ସେଠାରୁ ନିଜ ଘରକୁ ଆସିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଆଇଜି, ବାଲେଶ୍ୱର, ଜିଲାପାଳ ଭଦ୍ରକଙ୍କୁ ଟୁଇଟ୍‌ର ମାଧ୍ୟମରେ ଜଣାଇଛନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ସଂପୃକ୍ତ ଶ୍ରମିକ ମାନଙ୍କୁ ଘରକୁ ଆଣିବାର ବ୍ୟବସ୍ଥା କରାଇବାକୁ ସେମାନେ ନିବେଦନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡେଲି ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି ଅମାନିଆ: ପୋଲିସ ପ୍ରଶାସନ ଉପସ୍ଥିତ ରହିବାକୁ ସାଧାରଣରେ ଦାବି

ବିଜେପୁର,୧୦।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ କଟକଣାକୁ ୩୦ଯାଏ ବଢ଼ାଇ ଦେଇଛନ୍ତି। ସାମାଜିକ...

ମହଜୁଦ୍‌ ଥାଇ ବି ଚାଷୀଙ୍କୁ ଦେଲେନି ସାର

ବୁଗୁଡ଼ା,୨୦ା୮(ଡି.ଏନ୍‌.ଏ.)- ବୁଗୁଡ଼ାର କେତେକ ସାର ଦୋକାନରେ ସାର ମହଜୁଦ ଥାଇ ମଧ୍ୟ ଚାଷୀଙ୍କୁ ଦିଆଯାଉ ନ ଥିଲା। ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ଏସ୍‌ପି ଋଷିକେଶ ଡି.ଖିଲାରୀଙ୍କ ନିକଟରେ ଆଜି ଜଣେ ନାବାଳିକା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ନାମ ଲାଛି ଖରା। ସେ ଆନ୍ଧ୍ର ଓଡ଼ିଶା...

୧୮ ଖଣ୍ଡ ଗାଁ ଲୋକଙ୍କ ମୁଖ୍ୟରାସ୍ତା ନାଗାବଳୀ

ରାୟଗଡ଼ା ଅଫିସ,୨୮ା୧୦: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ...

ବାର୍‌ହା ଶିକାର କରି ବିକୁଥିଲେ ମାଂସ

ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ...

ରାସ୍ତା ପାଲଟିଛି ଦୁର୍ଗମ: ଖମ୍ବ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ହାକାଣ୍ଡ ପୋଖରୀରୁ ମାଣିକ ସିମୁଳିଆସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ(ବିନ୍ଦୁ ଧର୍ମ)ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଦୁର୍ଗମ ହୋଇପଡିଛି।...

ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ...

ପୁଣି ନକଲି ଔଷଧ ଜବତ, ମାଲିକ ଅଟକ

କଟକ ଅଫିସ,୨୮।୨: କଟକରେ ପୁଣି ନକଲି ଔଷଧ ଜବତ ହୋଇଛି। ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ କଟକର ମଙ୍ଗଳବାର ଚୌଧୁରୀବଜାର ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଉପରେ...

Advertisement
Archives

Model This Week