ତେଲିସାହି ପଡ଼ିଆ ଫାଙ୍କା ଗୁଳିଚାଳନା ଘଟଣା: ଚାଲିଛି ନାରୁଆଙ୍କ ଅପରାଧ ପୃଷ୍ଠଭୂମି ଯାଞ୍ଚ

ପୁରୀ ଅଫିସ, ୧ା୧୦: ଟାଉନ ଥାନା ଅଧୀନ ତେଲିସାହି ପଡ଼ିିଆରେ ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳି ଚାଳନା ଘଟଣାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ପୋଲିସ ଏହାକୁ ଚତୁରତାର ସହିତ ଏଡ଼ାଇ ଯାଇଥିଲା। ମାତ୍ର ପରେ ଗତ ରବିବାର ଏହି ଘଟଣାରେ ମଦ ବ୍ୟବସାୟୀ, ହୋଟେଲ ମାଲିକ ତଥା ବିଜେଡି ନେତା ନାରାୟଣ ସାହୁ ଓରଫ ନାରୁଆଙ୍କ ସମେତ ତାଙ୍କର ୩ଜଣ ଅଙ୍ଗରକ୍ଷୀ ବବୁଲ କୁମାର, ବରୁଣ କୁମାର ଏବଂ ଦେବେନ୍ଦ୍ର କୁମାରଙ୍କୁ ଗିରଫ କରିଥିଲା। ଏବେ ପୁଣି ଦୁଇଟି ଭିଡିଓ ଭାଇରାଲ ହୋଇଛି। ଏଥିରେ ଗୁଳି ଫୁଟାଉଥିବା ଯୁବକ ଦ୍ୱୟ ନାରୁଆଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସୋମବାର ରାତିରେ ପୋଲିସ ନାରୁଆଙ୍କ ହୋଟେଲରେ ଚଢାଉ କରିଥିଲା। ଏହି ସମୟରେ ନାରୁଆଙ୍କ ପୁଅ ଖସିଯାଇଥିବା ଚର୍ଚ୍ଚା ଚାଲିଛି। ତେବେ ୨ଟି ବନ୍ଧୁକ ଜବତ କରିବା ସହ ୨ଜଣଙ୍କୁ ଧରି ଥାନାକୁ ଆଣି ଅଟକ ରଖି ଅଜ୍ଞାତ ସ୍ଥାନରେ ଜେରା କରୁଛି ପୋଲିସ। ସେହିପରି ନାରୁଆଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ମଙ୍ଗଳବାର ଏ ନେଇ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ପୁଣି ଦୁଇଟି ଭିଡ଼ିଓ ଭାଇରାଲ ହୋଇଥିବା ସୋସିଆଲ ମିଡିଆରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ତଦନ୍ତ କରାଯାଉଛି। ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି ଓ ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅରେ ଫସିଲା ଆମ୍ବୁଲାନ୍ସ

ପାଟଣା, ୧।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣାବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଧୀନ ବାଲିବନ୍ଧ ଗ୍ରାମ ରାସ୍ତା ଶୋଚନୀୟ ଯୋଗୁ ରବିବାର ଏକ ଆମ୍ବୁଲାନ୍ସ କାଦୁଅରେ ଫସିି...

ଲୋକଙ୍କୁ ଚାଲାଣ, ପୋଲିସକୁ ମାଫ୍‌

ବ୍ରହ୍ମପୁର ଅଫିସ୍‌,୧।୩: ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇ ଟ୍ରିପଲ୍‌ ରାଇଡିଂ ଓ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଏଥିସହ...

ବସ୍ତାରୁ ମଣିଷ ଖପୁରି, ହାଡ଼ ମିଳିବା ଘଟଣା: ତଦନ୍ତ କଲା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା/ରେମୁଣା, ୧୯।୭(ଡି.ଏନ.ଏ.)-ରେମୁଣା ବ୍ଲକ ଗାଞ୍ଜିଆ ମଙ୍ଗଳା ଛକ ନିକଟରେ ଗତ ଗୁରୁବାର ଅପରାହ୍ନରେ ଏକ ପରିତ୍ୟକ୍ତ ଅମରିବୁଦା ସ୍ଥାନରୁ ଏକ ଛିଣ୍ଡା ବସ୍ତାରୁ ମଣିଷର ଖପୁରୀ...

ଦେହଜୀବୀଙ୍କୁ ତୁରନ୍ତ ମାଗଣା ରାଶନ ସାମଗ୍ରୀ ଦିଅ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ତୁରନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଓଡ଼ିଶା ସମେତ...

ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ...

ଡ୍ରାଇଭରଙ୍କୁ ମାଡ଼ ମାରିି ଟାଟା ମ୍ୟାଜିକ୍‌ ଲୁଟ୍‌ ଘଟଣା: ୧୪ ମାସ ପରେ ଗାଡ଼ି ଜବତ, ୨ ଗିରଫ

ବାଲିଅନ୍ତା,୨୯ା୬(ଡି.ଏନ୍‌.ଏ.): ୧୪ମାସ ତଳେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଅନନ୍ତପୁରସ୍ଥିତ ଏକ ମଦ ଦୋକାନ ସମ୍ମୁଖରୁ ଜଣେ ଡ୍ରାଇଭରଙ୍କୁ ଲୁହାରଡରେ ମାଡ଼ମାରି ଟାଟା ମ୍ୟାଜିକ...

ଏହି ଜିଲାର ଚାଷୀ ପାଇବେ କାଳିଆ ସହାୟତା

ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀଙ୍କ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କାଳିଆ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଚାଷୀ...

ଗରିବଙ୍କୁ ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଏଣିକି ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା ଯୋଗାଇ ଦିଆଯିବ। ରାଶନକାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଏହି ଚିକିତ୍ସା...

Advertisement
Archives

Model This Week