ତୃତୀୟ ପର୍ଯ୍ୟାୟରେ କୋହଳ

ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍‌ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍‌ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ବିଭିନ୍ନ ରାଜ୍ୟ ସରକାର ଓ ବିଶେଷଜ୍ଞମାନେ ମତ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି। ଫଳରେ ମେ’ ୩ରେ ଶେଷ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ୧୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ସମୟରେ ବିମାନ, ଟ୍ରେନ ଏବଂ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ସଂକ୍ରମଣ ଆଧାରରେ ଦେଶର ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଏଭଳି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ବିଭିନ୍ନ ଜୋନ୍‌ରେ ଥିବା ଜିଲାଗୁଡ଼ିକୁ କେତେକ ଅର୍ଥନୈତିକ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ସବୁ ଜୋନ୍‌ରେ ସମସ୍ତ
ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, ସାଂସ୍କୃତିକ ତଥା ଅନ୍ୟାନ୍ୟ ସମାବେଶ ବନ୍ଦ ରହିବ। ସେହିପରି ଆତିଥେୟତା ସେବା, ଧର୍ମସ୍ଥାନ ତଥା ଉପାସନା ପୀଠଗୁଡ଼ିକ ସର୍ବସାଧାରଣଙ୍କ ଲାଗି ବନ୍ଦ ରଖାଯିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତିକ୍ରମେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଲୋକଙ୍କ ଯାତାୟାତ ପାଇଁ ବିମାନ, ଟ୍ରେନ୍‌ ଓ ବସ୍‌ ସେବା ଉପଲବ୍ଧ ହେବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ୬ ଫୁଟ୍‌ ସାମାଜିକ ଦୂରତ୍ୱ ବଜାୟ ରଖି ମଦ, ପାନ ଓ ଗୁଟ୍‌ଖା ଦୋକାନ ଖୋଲିବାକୁ ଅନୁମତି ମିଳିଥିଲାବେଳେ ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା ସେବନକୁ ବାରଣ କରାଯାଇଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ୧୩୦ ଜିଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଅରେଞ୍ଜ ଜୋନ୍‌ ରେ ୨୮୪ ଜିଲା ରହିଥିବାବେଳେ ଗ୍ରୀନ୍‌ ଜୋନ୍‌ରେ ୩୧୯ ଜିଲା ରହିଛି। ଜାତୀୟ ରାଜଧାନୀ ଅଞ୍ଚଳର ସମସ୍ତ ଜିଲାକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଯେଉଁ ଜିଲାରେ କରୋନା ସଂକ୍ରମଣ ଆଦୌ ହୋଇନାହିଁ କିମ୍ବା ଗତ ୨୧ ଦିନ ମଧ୍ୟରେ କୌଣସି ମାମଲା ସାମ୍‌ନାକୁ ଆସିନାହିଁ, ତାହାକୁ ଗ୍ରୀନ୍‌ ଜୋନ୍‌ ବିବେଚନା କରାଯାଉଛି। ସେହିପରି ରେଡ୍‌ ଜୋନ୍‌ରେ ଥିବା ଜିଲାରେ ଯଦି ୨୧ ଦିନ ମଧ୍ୟରେ ନୂଆ ମାମଲା ସାମ୍‌ନାକୁ ଆସି ନ ଥାଏ, ତେବେ ତାହାକୁ ଅରେଞ୍ଜ୍‌ ଜୋନ୍‌ରେ ସାମିଲ କରାଯିବ। ଅରେଞ୍ଜ ଜୋନ୍‌ରେ ଥିବା ଜିଲାରେ ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ହୋଇ ନ ଥିଲେ ତାହା ଗ୍ରୀନ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇପାରିବ। ଲକ୍‌ଡାଉନ କଟକଣା, କୋଭିଡ୍‌-୧୯ ପରିଚାଳନାର ଜାତୀୟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୫୧ରୁ ୬୦, ଆଇପିସିର ଧାରା ୧୮୮ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲକ୍‌ଡାଉନ ବେଳେ କ’ଣ ବନ୍ଦ ରହିବ
ଲକ୍‌ଡାଉନ ଅବଧି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଢ଼ିଥିବାବେଳେ ଏହି ସମୟରେ ସମସ୍ତ ଜୋନ୍‌ରେ ମେଡିକାଲ ସେବା ଓ ଏୟାର ଆମ୍ବୁଲାନ୍ସ ବ୍ୟତୀତ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା ବନ୍ଦ ରହିବ। ସୁରକ୍ଷା ଉଦ୍ଦେଶ୍ୟରେ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତିରେ ବିମାନ କିମ୍ବା ଟ୍ରେନ୍‌ ଚାଲିପାରିବ। ଏହାବ୍ୟତୀତ ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିବ। ସେହିପରି ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ ରଖାଯାଇଛି। ମେଟ୍ରୋ ରେଳ ସେବା ବନ୍ଦ ରହିବ। ମେଡିକାଲ କାରଣ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଆନ୍ତଃରାଜ୍ୟ ଯାତ୍ରାକୁ ବାରଣ କରାଯାଇଛି।
ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର, କୋଚିଂ ସେଣ୍ଟର ବନ୍ଦ ରହୁଥିବାବେଳେ ଅନ୍‌ଲାଇନ ଓ ଦୂରନିରନ୍ତର ଶିକ୍ଷା ପାଇଁ ଅନୁମତି ମିଳିଛି। ସେହିପରି କ୍ୱାରାଣ୍ଟାଇନ ସେଣ୍ଟର, ଅଟକିଥିବା ଶ୍ରମିକ, ପର୍ଯ୍ୟଟକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ହସ୍ପିଟାଲିଟି ସେବା ଉପଲବ୍ଧ ହେବନାହିଁ। ସେହିପରି ସମସ୍ତ ସିନେମା ହଲ, ଶପିଂ ମଲ୍‌, ଜିମ୍‌ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ପାର୍କ, ଥିଏଟର, ବାର୍‌, ଅଡିଟୋରିୟମ, ଆସେମ୍ବ୍ଲି ହଲ୍‌ ଆଦି ବନ୍ଦ ରହିବ। ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧର୍ମୀୟ କାର୍ଯ୍ୟ ତଥା ଅନ୍ୟାନ୍ୟ ସମାବେଶ ବନ୍ଦ ରହିବ। ସମସ୍ତ ଧର୍ମସ୍ଥଳ, ଉପାସନା ପୀଠ ଜନସାଧାରଣଙ୍କ ଲାଗି ବନ୍ଦ ରହିବ।
ରାତି ୭ରୁ ସକାଳ ୭ ମଧ୍ୟରେ ଯାତାୟାତ, ସମସ୍ତ ଅଣଅତ୍ୟାବଶ୍ୟକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଧାରା ୧୪୪ ଅନୁଯାୟୀ ନିଷିଦ୍ଧାଦେଶ ଜାରି କରିବେ। ସେହିପରି ସବୁ ଜୋନ୍‌ରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଘରେ ରହିବାକୁ କୁହାଯାଇଛି। ନିଷିଦ୍ଧାଞ୍ଚଳରେ ହସ୍ପିଟାଲର ବହିର୍ବିଭାଗ ଓ ମେଡିକାଲ କ୍ଲିନିକ୍‌ ଚାଲିପାରିବ ନାହିଁ। ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ହସ୍ପିଟାଲ ବହିର୍ବିଭାଗ ଓ ମେଡିକାଲ କ୍ଲିନିକ୍‌ ଖୋଲିବାକୁ ଅନୁମତି ମିଳିଛି। ରେଡ୍‌ ଜୋନ୍‌ରେ ରିକ୍ସା, ଅଟୋରିକ୍ସା, ଟ୍ୟାକ୍ସି ଚାଲିପାରିବ ନାହିଁ। ଆନ୍ତଃଜିଲା କିମ୍ବା ଜିଲା ବାହାରକୁ ବସ୍‌ ଚାଲିବ ନାହିଁ। ସେଲୁନ୍‌, ସ୍ପା ଓ ବାରିକ ଦୋକାନ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri