Posted inଖେଳ

ତୃତୀୟ ଟି୨୦: ନ୍ୟୁଜିଲାଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ହାମିଲଟନ, ୨୯।୧(ପି.ଟି.)- ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ପାଇଁ ଭାରତ ଟି୨୦ ସିରିଜ ଜିତିବାର ସମ୍ଭାବନା ସୃଷ୍ଟି କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ଦଳ ମଧ୍ୟରେ ବୁଧବାର ତୃତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ। ଅକ୍‌ଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦୁଇଟି ମୁକାବିଲାରେ ବିଜୟୀ ହୋଇ ଭାରତ ଯଥାକ୍ରମେ ୬ ଓ ୭ ଉଇକେଟରେ ବିଜୟ ହାସଲ କରିଥିଲା। ଫଳରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଏହି ତୃତୀୟ ମୁକାବିଲା ଉଭୟ ଦଳ ପାଇଁ ବେଶ୍‌ ମହତ୍ତ୍ୱ ରଖୁଛି। ବିଜୟୀ ହେଲେ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ୩-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇବ। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ନ୍ୟୁଜିଲାଣ୍ଡ ଏବେ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି।
ପୂର୍ବରୁ ଭାରତ ଦୁଇଥର ନ୍ୟୁଜିଲାଣ୍ଡ ଗସ୍ତକରି ଟି୨୦ ସିରିଜ ଖେଳିଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୮-୦୯ରେ ୦-୨ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ସେହିପରି ଗତବର୍ଷ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୧-୨ରେ ସିରିଜ ପରାଜୟବରଣ କରିଥିଲା। ୨୦୧୯ ବିଶ୍ୱକପ୍‌ ପରେ ଭାରତ ଗତ ୫ଗୋଟି ଟି୨୦ ସିରିଜରେ ଅପରାଜେୟ ରହିଛି। ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ମଧ୍ୟ ସାମିଲ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା। ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ଧୋଇଯାଇଥିଲା।
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ଏହି ସିରିଜ ଜିତିଲେ ମଧ୍ୟ ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ବାକି ୩ଟି ମ୍ୟାଚ୍‌ ଜିତି ୫-୦ରେ କ୍ଲିପ୍‌ ସୁଇପ୍‌ କଲେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିବ। ଅପରପକ୍ଷରେ ନ୍ୟୁଜିଲାଣ୍ଡ ର଼୍ୟାଙ୍କିଙ୍ଗ୍‌ରେ ଷଷ୍ଠ ସ୍ଥାନରେ ରହିଛି। ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।
ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଥିବାରୁ ଦଳ ଗଠନ ଉପରେ ଭାରତ ଏବେ ଗୁରୁତ୍ୱ ଦେଉଛି। ଫଳରେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ବିଭିନ୍ନ ବିଭାଗରେ ପରୀକ୍ଷା ନିରୀକ୍ଷା ଚଳାଇଛି। ଲୋକେଶ ରାହୁଲ ଓ ଶ୍ରେୟାସ ଆୟାର ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନେଜମେଣ୍ଟର ଏହି ଏକ୍ସପେରିମେଣ୍ଟକୁ ବେଶ୍‌ ପରୋକ୍ଷରେ ସହଯୋଗ କରିଛନ୍ତି। ତୃତୀୟ ଟି୨୦ରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି। ମଙ୍ଗଳବାର ଆୟୋଜିତ ଏକ ଅପ୍‌ଶନାଲ ପ୍ରାକ୍ଟିସ ସେସନରେ ଅଧିନାୟକ ବିରାଟ କୋହଲି, ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା ଯୋଗ ଦେଇଥିଲେ। ସିରିଜରେ ଏପର୍ଯ୍ୟନ୍ତ ଖେଳି ନ ଥିବା ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ୍‌ମାନେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି। ଓ୍ବାଶିଂଟନ ସୁନ୍ଦରଙ୍କ ଉପରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଓ ରିଷଭ ପନ୍ତଙ୍କ ଉପରେ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ନଜର ରଖିଛନ୍ତି। ତେବେ ତୃତୀୟ ମ୍ୟାଚ୍‌ରେ ଏହି ଦୁଇ ଖେଳାଳି ବେଞ୍ଚ୍‌ରେ ବସିବା ନିଶ୍ଚିତ ମନେ ହେଉଛି। ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହେବା ଆଶା କରାଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ବାହାରେ ବସିଥିବା ରିଷ୍ଟ ସ୍ପିନର କୁଲଦୀପ ଯାଦବ ଗ୍ରାଉଣ୍ଡର ଆକାରକୁ ଦୃଷ୍ଟିରେ ରଖି ଦଳରେ ସାମିଲ ହେବା ଆଶା କରାଯାଉଛି। ଅନ୍ୟତମ ରିଷ୍ଟ ସ୍ପିନର ମଧ୍ୟ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ କୁଲଦୀପ ସମସ୍ୟାରେ ପକାଇବାରେ ସମର୍ଥ ହେବେ। ୨୦୧୯ ବିଶ୍ୱକପ୍‌ ପରେ କୁଲଦୀପ ଓ ଚହଲ ଏକାଠି ଏପର୍ଯ୍ୟନ୍ତ ଖେଳି ନାହାନ୍ତି। ତେବେ ଏହି ଦୁଇଜଣ ପୁଣି ଏହି ମ୍ୟାଚ୍‌ରେ ଏକାଠି ଖେଳିବା ସମ୍ଭାବନା ନାହିଁ।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଲରାଉଣ୍ଡର କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ପାଇଁ ଶେଷ ସୁଯୋଗ ସୃଷ୍ଟି କରିଛି। ଶେଷ ଦୁଇଟି ମ୍ୟାଚ୍‌ରେ ଗ୍ରାଣ୍ଡହୋମଙ୍କ ବଦଳରେ ବ୍ୟାଟ୍ସମ୍ୟାନ ଟମ୍‌ ବ୍ରୁସ୍‌ ଖେଳିବେ। ଜଣେ ବ୍ୟାଟ୍ସମ୍ୟାନ ଭାବେ ଖେଳିଥିଲେ ମଧ୍ୟ ଗ୍ରାଣ୍ଡହୋମ ପ୍ରଥମ ଦୁଇଟି ମ୍ୟାଚ୍‌ରେ ୦ ଓ ୩ ରନ ସଂଗ୍ରହ କରିଥିଲେ। ଭାରତୀୟ ବୋଲିଂ ଖାସି କରି ଯଶପ୍ରୀତ ବୁମ୍‌ରାଙ୍କୁ ନେଇ ନ୍ୟୁଜିଲାଣ୍ଡ ଟିମ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଏହି ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ୯ଗୋଟି ଟି୨୦ରୁ ୭ଟିରେ ବିଜୟୀ ହୋଇଛି। ରେକର୍ଡ ସପକ୍ଷରେ ରହିଥିବା ବେଳେ ଭାରତର ବିଜୟଧାରାକୁ ରୋକିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ରହିଛି। ଉଭୟଦଳ ପାଇଁ ଗୁରୁତ୍ୱବହନ କରୁଥିବାରୁ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ (ଉଇକେଟକିପର), ମନୀଷ ପାଣ୍ଡେ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୂଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ସ୍କଟ ଗୁଗେଲଜିନ, କଲିନ ମୁନରୋ, କଲିନ ଡି ଗ୍ରାଣ୍ଡହୋମ, ଟମ୍‌ ବ୍ରୁସ, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍‌ ସେଇପେର୍ଟ (ଉଇକେଟକିପର), ହାମିଶ ବେନେଟ୍ଟ, ଇଶ୍‌ ସୋଧୀ, ଟିମ୍‌ ସୌଦି ଓ ବ୍ଲେୟାର ଟିକ୍‌ନେର।
ସମୟ: ଅପରାହ୍ନ ୧୨. ୩୦
ସ୍ଥାନ: ହାମିଲଟନ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri