ତାମିଲନାଡ଼ୁରୁ ୨ଟି ଟ୍ରେନ୍‌ରେ ଫେରିବେ ପ୍ରବାସୀ

ବାରିପଦା ଅଫିସ,୨୫ା୫- ଲକ୍‌ଡାଉନ ଯୋଗୁ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମଙ୍ଗଳବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ବାରିପଦାକୁ ଫେରିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଟ୍ରେନ୍‌ ୨ଟି ବାରିପଦାର ଭଞ୍ଜପୁର ଷ୍ଟେଶନଠାରେ ଅଟକିବ। ଏଥିପାଇଁ ସୋମବାର ଭଞ୍ଜପୁର ଷ୍ଟେଶନଠାରେ ରେଳ ଟ୍ରାକ୍‌ରେ ଏକ ଇଞ୍ଜିନ ଚଲାଇ ପରୀକ୍ଷଣ କରାଯାଇଥିଲ। ୨ ମାସ ହେଲାଣି ଟ୍ରାକରେ କୌଣସି ଟ୍ରେନ୍‌ ଚାଲି ନ ଥିବାରୁ ଏପରି ପରୀକ୍ଷଣ କରାଯାଇଥିଲା। ଶ୍ରମିକମାନେ ଆସିବାଠାରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ଯିବା ପର୍ଯ୍ୟନ୍ତ ଭଞ୍ଜପୁର ଷ୍ଟେଶନଠାରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଙ୍ଗଳବାର ସକାଳ ୮ଟାରୁ ଭଞ୍ଜପୁର ରେଲେୱ ଷ୍ଟେଶନର ୫୦୦ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯିବା ସହିତ ଏହାକୁ ଜିଲାପାଳ ବିନୀତ ଭରଦ୍ୱାଜ ନିଷେଧାଞ୍ଚଳ ଘୋଷଣା କରିଛନ୍ତି। ଗୋଟିଏ ଟ୍ରେନ୍‌ ଅପରାହ୍ନ ୧୧ଟା ୩୦ ସମୟରେ ଓ ଅନ୍ୟଟି ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବ। ଏଥିରେ ପ୍ରାୟ ୧୦୦୦ ଶ୍ରମିକ ଆସିବେ ବୋଲି ସୂଚନା ମିଳିଛି। ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ଷ୍ଟେଶନଠାରେ ୨୭ଟି କାଉଣ୍ଟର ଖୋଲାଯାଇଛି। ଶ୍ରମିକମାନେ ଓହ୍ଲାଇବା ପରେ ସେମାନଙ୍କୁ ଷ୍ଟେଶନଠାରେ ହୋଇଥିବା ଅସ୍ଥାୟୀ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହା ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ। ଉଲ୍ଲେଖଯୋଗ୍ୟ ଯେ, ଜିଲାରେ କରୋନା ସନ୍ଦେହରେ ସୋମବାର ସୁଦ୍ଧା ୩୭୦୩ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥି ମଧ୍ୟରୁ ୩୬୦୩ ଜଣଙ୍କ ରିପୋର୍ଟ ଆସିଛି। ବାକି ୧୦୦ ଜଣଙ୍କ ରିପୋର୍ଟ ଅପେକ୍ଷାରେ ରହିଛି। ୩୬୦୩ ରିପୋର୍ଟରୁ ୧୫ଜଣଙ୍କ ରିପୋର୍ଟ ପଜିଟିଭ ଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଆକ୍ରାନ୍ତ ୧୫ ଜଣଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୬ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତ୍ୟୁ ନେଇ ସନ୍ଦେହ

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଠର୍ଲି ଗ୍ରାମ ନିକଟ ମୁଣ୍ଡେର-ଡୁମ୍ବେରଚୁଅଁା ସଂରକ୍ଷିତ ଜଙ୍ଗଲ ଶାଗୁଆନ ବଣରେ ବନ୍ୟପ୍ରାଣୀକୁ ମାରି ପୋତି ଦେଇଥିବା ନେଇ...

ବିଦ୍ୟୁତ୍‌ ତାର ଲାଗି ଶ୍ରମିକଙ୍କ ମୃତ୍ୟୁ, ରାସ୍ତାରୋକୋ

ଚିକିଟି,୨୮ା୭(ଡି.ଏନ.ଏ.) -କେ.ନୂଆଗାଁ ଥାନା ଚିକିଟିପେଣ୍ଠ ବ୍ରହ୍ମାନଗର ସାହିରେ ଶନିବାର ମଧ୍ୟାହ୍ନରେ ଘରକାମ ଚାଲିଥିବାବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟିପେଣ୍ଠ...

‘ହିତାଧିକାରୀଙ୍କୁ ବ୍ୟାଙ୍କ ତୁରନ୍ତ ଋଣ ଦେଉ’

ଜଗତ୍‌ସିଂହପୁର ଅଫିସ,୯ା୪: ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡିକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ। ନୂଆ ଆର୍ଥିକ ବର୍ଷ...

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୭ା୧୦-ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। ସରକାରୀ ରେଳପଥ ପୋଲିସ...

ଟ୍ରକ୍‌ ଧକ୍କାରେ ଛାତ୍ରୀ ମୃତ: ଘଟଣାସ୍ଥଳରେ ଉତ୍ତେଜନା

ରସୁଲପୁର, ୧୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଖଣ୍ଡାସ ଛକରେ ସୋମବାର ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ୪ର୍ଥ...

ମାଲବନ୍ଧ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ପାଣି

ତେନ୍ତୁଳିଖୁଣ୍ଟି, ୨୩।୨(ଡି.ଏନ୍‌.ଏ.): ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତର ଡଙ୍ଗାସିଲ ରାଜସ୍ବ ଗ୍ରାମର ମାଲବନ୍ଧ ଗ୍ରାମବାସୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଗ୍ରାମଠାରୁ ଅଧା କି.ମି. ଦୂରରେ...

ଲକ୍‌ଡାଉନ୍‌ ପ୍ରଭାବ: ଖୋର୍ଦ୍ଧା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନାକାବନ୍ଦୀ

ଖୋର୍ଦ୍ଧା ଅଫିସ,୨୫।୩: କରୋନା(କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ...

କନ୍ୟାଭ୍ରୁଣ ହତ୍ୟା, ବାଲ୍ୟ ବିବାହ ବିରୋଧରେ ମାନବ ଶୃଙ୍ଖଳ

ନୟାଗଡ଼ ଅଫିସ,୨୫ା୧୨: ନୟାଗଡ଼ ଜିଲା ମହୋତ୍ସବ ପାଳନ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। କନ୍ୟା ଭ୍ରୂଣ...

Advertisement
Archives

Model This Week