ଚନ୍ଦାହାଣ୍ଡି,୩୦।୪(ଡି.ଏନ.ଏ): ବର୍ଦ୍ଧିତ ତାପମାତ୍ରା ଯୋଗୁ ରାଜ୍ୟରେ ଏପ୍ରିଲ ୧୮ରୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ପିଲା ପାଠ ପଢୁଥିବା ବେଳେ ଏହି କୋମଳମତି ଶିଶୁମାନଙ୍କ ପାଇଁ କୌଣସି ଛୁଟି ଘୋଷଣା କରାଯାଇ ନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ପହଞ୍ଚିଛି। ଫଳରେ ସକାଳ ୯ଟାରୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। କିନ୍ତୁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ସକାଳ ୬ଟାରୁ ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହୁଛି। କୁନି କୁନି ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସି ଖରାରେ ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ଅଙ୍ଗନଓ୍ବାଡି କର୍ମୀଙ୍କୁ ଗ୍ରୀଷ୍ମ ଛୁଟି ୧୫ ଦିନ ଘୋଷଣା କରିଥିବା ବେଳେ ତାହା ଘୋଷଣାରେ ରହିଯାଇଛି। ଚନ୍ଦାହାଣ୍ଡି ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ଛୁଟି ଘୋଷଣା ପାଇଁ ବାରମ୍ବାର ଦାବି କରାଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ଚନ୍ଦାହାଣ୍ଡି ଶିଶୁ ବିକାଶ ଅଧିକାରୀ ମୁର୍ମୟୀ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସରକାର ଅଙ୍ଗନଓ୍ବାଡି କର୍ମୀଙ୍କ ବିଭିନ୍ନ ଦାବିଗୁଡିକ ପୂରଣ କଲେ କିନ୍ତୁ ଗ୍ରୀଷ୍ମ ଛୁଟି ଘୋଷଣା କରି ନାହାନ୍ତି। ସେଥିପାଇଁ ଆମେ କିଛି କରିପାରିବୁ ନାହିଁ ।
ଏମ୍ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍ରେ ବସିବ…
ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...
୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…
ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...
ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି, ଚାଲିଛି ଗଣତି
ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ...
କାର ଦୁର୍ଘଟଣାରେ ଆଖିବୁଜିଲେ ବନ ବିଭାଗ ଅଧିକାରୀ
କଲ୍ୟାଣସିଂହପୁର,୧୬।୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବନ ବିଭାଗ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ଶୁକ୍ରବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ କଲ୍ୟାଣସିଂହପୁରରୁ ରାୟଗଡା...
ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ବିଧାୟକ କହିଲେ କମ୍ପାନୀ ଅଛି…
ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ...
ପରଲୋକରେ ସମାଜସେବୀ ସକଳାବାତ୍ତୁଳା ଲକ୍ଷ୍ମଣ ମୂର୍ତ୍ତି, ଝୁରି ହେଉଛନ୍ତି ଅଞ୍ଚଳବାସୀ
ଗୁଣୁପୁର, ୧୫।୧(ସଂକେତ ପାତ୍ର): ଗୁଣୁପୁର ଅଞ୍ଚଳର ପ୍ରସିଦ୍ଧ ଜମିନ୍ଦାର ତଥା ବ୍ୟବସାୟୀ ଏବଂ ସାମାଜିକ କ୍ଷେତ୍ରରେ ପରିଚିତ ବ୍ୟକ୍ତିତ୍ୱ ସକଳାବାତ୍ତୁଳା ଲକ୍ଷ୍ମଣ ମୂର୍ତ୍ତିଙ୍କର ଗୁରୁବାର ଅପରାହ୍ନ...
ବିଜୟ ଶୋଭାଯାତ୍ରା ସମୟରେ ଅଘଟଣ: ବାଣ ଫୁଟାଇବା ବେଳେ କନଷ୍ଟେବଳ ଗୁରୁତର
ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା) – ଆଜିକୁ ଦୁଇ ଦିନ ତଳେ ପୋଲିସ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ...
ଭୋଗୀ ନିଆଁରେ ବାଣ ପକାଇଦେଲେ ଦୁର୍ବୃତ୍ତ: ଭୟଙ୍କର ବିସ୍ଫୋରଣରେ…
ରାୟଗଡ଼ା,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ତେଲୁଗୁ ସମ୍ପ୍ରଦାୟର ମକର ସଂକ୍ରାନ୍ତି ପୂର୍ବରୁ ଭୋଗୀ ମାଣ୍ଟା ଅର୍ଥାତ ନିଆଁ ଲଗାଇ ପୁଜା ପାଠ...
Archives

