ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅବ୍ୟବସ୍ଥାରେ ପରୀକ୍ଷା ଦେଇଛନ୍ତି। ଶ୍ରେଣୀ ଗୃହ ଅଭାବ, ଡେସ୍କ ବେଞ୍ଚର ଅଭାବ ଯୋଗୁ ଶ୍ରେଣୀ ଗୃହରେ ଦରି ପକାଇ ପରୀକ୍ଷା କରାଯାଉଥିବା ଯୋଗୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅଭିଭାବକଙ୍କ କହିବାନୁଯାୟୀ ଏତେ ଛାତ୍ରୀଛାତ୍ରଙ୍କ ପାଇଁ ୨ଟି କେନ୍ଦ୍ର କରିଥିଲେ ଭଲ ହୋଇଥାନ୍ତା। ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ କ୍ଷୀରୋଦ କୁମାରୀ ମହାନ୍ତଙ୍କୁ ପଚାରିବାରୁ ଆଉ ଏଭଳି ଅବ୍ୟବସ୍ଥା ହେବ ନାହିଁ। ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ନେଇ ଅଧିକ କେନ୍ଦ୍ର ଆଗାମୀ ଦିନରେ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମଗିରିରେ ସେସୁର ବିଦ୍ୟୁତ୍‌ କାଟ୍‌ ଆରମ୍ଭ: ୧୦ଜଣଙ୍କ ଲାଇନ୍‌ କଟିଲା

ବ୍ରହ୍ମଗିରି,୧୮ା୧(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରି ନ ଥିବା ଗ୍ରାହକଙ୍କର ବିଦ୍ୟୁତ୍‌ କାଟ୍‌ ଶୁକ୍ରବାରଠାରୁ ଆରମ୍ଭ କରିଛି ସେସୁ। ପ୍ରଥମେ ବ୍ୟବସାୟିକ...

ଫନୀ: ଘରଭଙ୍ଗା ସହାୟତା ୭ କୋଟି ୫୮ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୪।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ପୁରୀ ଜିଲାରେ ଘର ହରାଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସହାୟତା ରାଶି ଘୋଷଣା କରିଛନ୍ତି।...

ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ...

ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ମନା

ପୁରୀ ଅଫିସ/ସାକ୍ଷୀଗୋପାଳ,୧୧।୧୧ (ସ୍ବ.ପ୍ର/ଡି.ଏନ୍‌.ଏ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ରାଧାପାଦ...

ଭୁବନେଶ୍ୱରରେ ଆଉ ୩ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତମାନେ ଭୀମପୁର, ଭରତପୁର, ଡୁମ୍‌ଡୁମା ଏଚ୍‌ବି କଲୋନୀ ଅଞ୍ଚଳର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଶନିବାର ଭୁବନେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ଜଣେ ଆକ୍ରାନ୍ତ ଲୋକାଲ୍‌...

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ହୋଇ ପଡ଼ିଛି। ଏପଟେ ଟମାଟୋ ମୂଲ୍ୟ କିଲୋ ପିଛା...

ରାଜ୍ୟର ୧୪ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୫୫କୁ ବୃଦ୍ଧି

ଭୁବନେଶ୍ୱର,୧ା୫(ବ୍ୟୁରୋ): ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି।...

୫ ଲକ୍ଷର ପକ୍କା ରାସ୍ତା ୫ମାସରେ ନଷ୍ଟ

ବାରିପଦା ଅଫିସ,୧୨।୫: ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରର ୱାର୍ଡନଂ.୨୭ରେ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ପକ୍କା ରାସ୍ତା ୫ମାସ ମଧ୍ୟରେ ନଷ୍ଟ ହୋଇଯିବାରୁ...

Advertisement
Archives

Model This Week