ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ (ଯାହାକି ବିଭିନ୍ନ ଶିରା ଦ୍ୱାରା ସଂଗୃହୀତ ହୋଇଥାଏ), ଏହିଠାରେ ଅମ୍ଳଜାନ ସଂଯୁକ୍ତ ହୋଇ ପରିଷ୍କାର ହୋଇଥାଏ ଓ ଅଙ୍ଗାରକାମ୍ଳ ଗ୍ୟାସ୍‌ ଅଣସଂଯୁକ୍ତ ହୋଇ ପ୍ରଶ୍ୱାସରେ ବାହାରିଯାଏ। ଅମ୍ଳଜାନ ବ୍ୟତୀରେକେ ଶରୀରର ଅନେକ ରାସାୟନିକ ପ୍ରକ୍ରିୟା ଓ ମୁଖ୍ୟତଃ ‘ଶକ୍ତି’ ଉତ୍ପନ୍ନକାରୀ ‘କ୍ରେବ୍‌ସ ସାଇକେଲ’ ସଂଗଠିତ ହୋଇପାରିବ ନାହିଁ। ଆମେ ସାଧାରଣତଃ ଜନ୍ମ ହେବା ମୁହୂର୍ତ୍ତରୁ ଶେଷନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସମୟକୁ ଜୀବନ କହିଥାଉଁ ଓ ‘ଶେଷନିଃଶ୍ୱାସ’କୁ ମୃତ୍ୟୁ ବୋଲି ମାନିଥାଉ।
ତମାଖୁ ହେଉଛି ଏପରି ଏକ ପଦାର୍ଥ, ଯାହା ସାଧାରଣତଃ ଲୋକମାନେ ଅଭ୍ୟାସଗତ ଭାବେ ବ୍ୟବହାର କରିଥାଆନ୍ତି କିଛି ଉତ୍ତେଜନା, କିଛି ଭଲ ଲାଗିବା ଓ କିଛି ଅଭ୍ୟାସରେ ପଡ଼ି। ସାଧାରଣତଃ ଧୂଆଁଯୁକ୍ତ ଓ ଧୂଆଁବିହୀନ ଏପରି ଦୁଇ ପ୍ରକାରର ତମାଖୁ ଥାଏ। ଧୂଆଁଯୁକ୍ତ ତମାଖୁ ଯଥା- ବିଡ଼ି, ସିଗାରେଟ୍‌, ହୁକା, ପିକା ଇତ୍ୟାଦି ନିଆଁ ଧରାଇ ଟଣାଯାଏ ଓ ଧୂଆଁକୁ ଦେହ ଭିତରକୁ (ଅର୍ଥାତ ଫୁସ୍‌ଫୁସ୍‌ ମଧ୍ୟକୁ) ନେଇ ପୁଣି ଛଡ଼ାଯାଇଥାଏ।

ଧୂଆଁହୀନ ତମାଖୁ- ଗୁଟ୍‌କା, ଖଇନି, ଦୋକତା, ଧୂଆଁପତ୍ର ଇତ୍ୟାଦିକୁ ପାଟିରେ ଦୀର୍ଘ ସମୟ ଧରି ରଖାଯାଇଥାଏ ଓ ବେଳେବେଳେ ମଧ୍ୟ ରାତିସାରା ତାହା ପାଟିରେ ଥାଏ। ଦ୍ୱିତୀୟ ପ୍ରକାର ତମାଖୁଟି ପ୍ରଥମ ଅପେକ୍ଷା ଅଧିକ କ୍ଷତିକାରକ। ଧୂଆଁଯୁକ୍ତ ତମାଖୁର ଧୂଆଁ। ପ୍ରଥମ ପ୍ରକାରର ହେଉଛି ଯାହା ବ୍ୟବହାର ସମୟରେ ଦେହକୁ ଯାଇଥାଏ। ଦ୍ୱିତୀୟ ପ୍ରକାରର ଯାହା ପାଟି ଓ ନାକରୁ ବାହାରିଥାଏ ଓ ଅଧାଜଳା ସିଗାରେଟ୍‌ ଓ ବିଡ଼ିରୁ ବାହାରିଥାଏ ଓ ଏହା ଯେଉଁମାନେ ପାଖରେ ଥାଆନ୍ତି ନିଃଶ୍ୱାସରେ ସେମାନଙ୍କ ଶରୀରକୁ ପ୍ରବେଶ କରେ। ଯଦିଓ ସେମାନେ ଧୂମପାନ କରି ନ ଥାନ୍ତି। ତୃତୀୟ ପ୍ରକାରର ଧୂଆଁହେଉଛି ଗର୍ଭବତୀ ମା’ ଖାଉଥିବା ସିଗାରେଟ୍‌ ବା ବିଡ଼ିର ଧୂଆଁ ଓ ଦ୍ୱିତୀୟ ପ୍ରକାରର ଧୂଆଁ ଯାହା ତା’ ଶରୀରରେ ପ୍ରବେଶ କରି ଗର୍ଭସ୍ଥ ଶିଶୁର ରକ୍ତକୁ ଯାଇଥାଏ। ଫଳରେ ବଢ଼ନ୍ତା ଶିଶୁଟିର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଥାଏ। ପ୍ରଥମଠାରୁ ଦ୍ୱିତୀୟ ଓ ଦ୍ୱିତୀୟଠାରୁ ତୃତୀୟ ଅଧିକ କ୍ଷତିକାରକ ମନେହୁଏ। ତମାଖୁ ହେଉଛି କ୍ୟାନ୍‌ସରର ପ୍ରମୁଖ କାରଣ।
ଚଳିତ ବର୍ଷର ‘ବିଶ୍ୱ ତମାଖୁ ବର୍ଜନ ଦିବସ’ର ସ୍ଲୋଗାନ ହେଉଛି ”ତମାଖୁ ଓ ଫୁସ୍‌ଫୁସ୍‌ର ସ୍ବାସ୍ଥ୍ୟ“। ସମଗ୍ର ବିଶ୍ୱର ମାନବ ଜାତି ଦୃଷ୍ଟି ଆକର୍ଷଣ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୧୯୮୭ ମସିହାରେ ପ୍ରଥମେ ଏହି ଦିବସ ପାଳନ କରିଥିଲା। ତମାଖୁ ବ୍ୟବହାର ଦ୍ୱାରା ଅନେକ ସ୍ଥାନରେ କ୍ୟାନ୍‌ସର ହୋଇଥାଏ- ଧୂମବିହୀନ ତମାଖୁର ପ୍ରବଳ ବ୍ୟବହାର ଦ୍ୱାରା ‘ମୁଖଗହ୍ବର କର୍କଟ’ ହୋଇଥାଏ। କେବଳ ତମାଖୁ ବ୍ୟବହାର ବନ୍ଦ ଦ୍ୱାରା ଏହି ରୋଗକୁ ୭୦% କମାଇ ଦିଆଯାଇପାରିବ। ପାଟି ପରିଷ୍କାର ରଖିଲେ ଆଉ ୩୦% ହେବନାହିଁ।
ଦୁଇତୃତୀୟାଂଶ ଫୁସ୍‌ଫୁସ୍‌ କ୍ୟାନ୍‌ସରର ସମସ୍ତ କାରଣ ମଧ୍ୟରେ ତମାଖୁ ଅର୍ଥାତ୍‌ ଧୂମପାନ ହେଉଛି ଏକ ନମ୍ବର। ଦ୍ୱିତୀୟ ପ୍ରକାରର ଧୂଆଁମଧ୍ୟ ଯେଉଁମାନେ ଧୂମପାନ କରନ୍ତି ନାହିଁ ସେମାନଙ୍କର ଫୁସ୍‌ଫୁସ୍‌ କ୍ୟାନ୍‌ସରର କାରଣ। ଆମ ରାଜ୍ୟରେ ଦିନକୁ ଦିନ ଏହି ରୋଗ ବୃଦ୍ଧି ପାଇବାରେ ଲାଗିଛି। ଯଦି ଆମେ ଧୂମପାନ ଓ ତମାଖୁ ବ୍ୟବହାର ବନ୍ଦ କରିଦେବା ତା’ହେଲେ କ୍ୟାନ୍‌ସର ହେବାର ପଚାଶ ପ୍ରତିଶତ ଆଶଙ୍କା କମିଯିବ ଓ ଦଶବର୍ଷ ମଧ୍ୟରେ କ୍ୟାନ୍‌ସର ହେବାର ଆଶଙ୍କା ଆଉ ରହିବ ନାହିଁ।

ସିଓପିଡି ପରି ଆଉ ଏକ ଶ୍ୱାସକାଶଯୁକ୍ତ ରୋଗ, ଯାହା ଧୂମପାନ ବା ତମାଖୁ ଦ୍ୱାରା ହୋଇଥାଏ। ତାହାକୁ ମଧ୍ୟ ତମାଖୁ ବନ୍ଦ ଦ୍ୱାରା ନିୟନ୍ତ୍ରଣକୁ ଆଣିହେବ। ସିଓପିଡିରେ କାଶ, କଫ ସହିତ ଶ୍ୱାସ ମଧ୍ୟ ଥାଏ ଓ ରୋଗୀକୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହି ରୋଗ ବାରମ୍ବାର ହୋଇଥାଏ ଓ ଧୂଆଁ ସଂକ୍ରମଣକୁ ଅଧିକ ବଢ଼ାଇଥାଏ।
କ୍ରନିକ୍‌ ବ୍ରୋଙ୍କାଇଟିସ୍‌ ବା ଫୁସ୍‌ଫୁସ୍‌ ସଂକ୍ରମଣ ମଧ୍ୟ ଧୂମପାନ ଯୋଗୁ ହୋଇଥାଏ। ଏମ୍ପାଇସିମା, ଲଙ୍ଗସ୍‌ ଆବ୍‌ସେସ୍‌ ମଧ୍ୟ ଏହାର କାରଣ।
ଛୋଟ ପିଲାମାନଙ୍କର ଦ୍ୱିତୀୟ ପ୍ରକାର ଧୂଅଁା ଯୋଗୁ ଫୁସ୍‌ଫୁସ୍‌ ସଂକ୍ରମଣ, ବ୍ରୋଙ୍କାଇଟିସ୍‌, ଶ୍ୱାସ ଓ ନିମୋନିଆ ମଧ୍ୟ ହୋଇଥାଏ। ଯକ୍ଷ୍ମା ରୋଗର ମଧ୍ୟ ଧୂମପାନ ସହିତ ନିବିଡ଼ ସମ୍ପର୍କ ରହିଛି। ଧୂମପାନ ଯୋଗୁ ଉଚ୍ଚ ରକ୍ତଚାପ ଓ ହାର୍ଟଆଟାକ୍‌ ମଧ୍ୟ ହୋଇଥାଏ। ସାରା ପୃଥିବୀରେ ୧,୬୫,୦୦୦ ଶିଶୁ ଫୁସ୍‌ଫୁସ୍‌ ସଂକ୍ରମଣ ଓ ତଜ୍ଜନିତ ରୋଗରେ ମୃତ୍ୟୁମୁଖରେ ପଡ଼ିଥାଆନ୍ତି।
ଫୁସ୍‌ଫୁସ୍‌ର ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ତମାଖୁର ବ୍ୟବହାର କମ୍‌ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। ଏଥିସହିତ ଦ୍ୱିତୀୟ ପ୍ରକାର ଧୂଆଁଠାରୁ ଦୂରରେ ରହିବା ଆବଶ୍ୟକ। କିନ୍ତୁ ପରିତାପର ବିଷୟ ଅଧିକାଂଶ ଜନସାଧାରଣ ଓ ଧୂମପାନକାରୀଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚିପାରୁନାହିଁ। ତମାଖୁ ଯେ ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟର ଅଶେଷ କ୍ଷତି ସାଧନ କରେ ତାହାର ବଳିଷ୍ଠ ପ୍ରମାଣ ରହିଛି।
ଚଳିତ ବର୍ଷ ଏହି ଦିବସ ପାଳନ ଅବସରରେ ନିମ୍ନୋକ୍ତ ବିଷୟ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଧିକ ଗୁରୁତ୍ୱ ଦେବାକୁ ସ୍ଥିର କରିଛି।
– ଧୂମପାନ ଓ ଦ୍ୱିତୀୟ ପ୍ରକାର ଧୂଆଁର ବିପଦ।
– ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତମାଖୁ ବ୍ୟବହାର ନ କରିବା ପାଇଁ ସଚେତନତା।
– ସାରା ବିଶ୍ୱରେ ଏହାଦ୍ୱାରା ମୃତ୍ୟୁମୁଖରେ ପଡ଼ୁଥିବା ବହୁ ସଂଖ୍ୟକ ବ୍ୟକ୍ତିବିଶେଷଙ୍କର ଜୀବନ ରକ୍ଷା।
– ଯକ୍ଷ୍ମା ଓ ଧୂମପାନ ମଧ୍ୟରେ ଥିବା ସମ୍ପର୍କ।
– ଦ୍ୱିତୀୟ ପ୍ରକାର ଧୂଆଁ ଦ୍ୱାରା ଫୁସ୍‌ଫୁସୀୟ ରୋଗର ଅଧିକ ଆଶଙ୍କା।
– ସୁସ୍ଥ ରହିବା ପାଇଁ ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟ ଅପରିହାର୍ଯ୍ୟ ଓ ଏହିସବୁ କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ଚାପ ଓ ଜନସାଧାରଣଙ୍କୁ ସଚେତନ କରାଇବା ଅପରିହାର୍ଯ୍ୟ।

ଡା. ରାମଚନ୍ଦ୍ର ରାଉତ
-ଅତିରିକ୍ତ ସ୍ବାସ୍ଥ୍ୟସେବା
ନିର୍ଦ୍ଦେଶକ, ଭୁବନେଶ୍ୱର
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri