ତଥାପି ମଉଳିନି ଆଶା: କଠିନ ପରିଶ୍ରମ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇବନ୍ଧୁ

ଭୋଗରାଇ, ୧୪।୬(ଡି.ଏନ.ଏ.)-ଚାକିରି ପଛରେ ନ ଧାଇଁ ଆମତ୍ନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖିଥିଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିପୁର ଗ୍ରାମର ପ୍ରଶାନ୍ତ ତ୍ରିପାଠୀ ଓ ବାଟଗ୍ରାମ ଗ୍ରାମର ଆଲୋକ ସାହୁ। ସେମାନେ ଦୁଇ ବନ୍ଧୁ। ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସାଙ୍ଗ ହୋଇ ବିଏ ପଢୁଥିଲେ। ପାଠ ପଢିବା ବେଳରୁ ୨ଜଣ ସଫଳ ଚାଷୀ ହେବା ଲାଗି ମନୋବଳ ଦୃଢ଼ କରିଥିଲେ। ବିଏ ପାସ୍‌ କରିବା ପରେ ଉନ୍ନତ ପ୍ରଣାଳୀରେ ଅମୃତଭଣ୍ଡା ଚାଷ କରି ଆମତ୍ନିର୍ଭରଶୀଳ ହେବା ସହ ବାଲେଶ୍ୱର ଜିଲାରେ ଭଲ ଚାଷୀ ହେବାକୁ ଲକ୍ଷ୍ୟ ରଖିଥିଲେ। ସେହି ଅନୁସାରେ କାମ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଅମ୍ପାନ ବାତ୍ୟା ସେମାନଙ୍କ ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା। ତଥାପି ଯୁବକଦ୍ୱୟ ଆଶା ଛାଡ଼ିନାହାନ୍ତି। ସେମାନେ କୁହନ୍ତି ବିକଳ୍ପ ଚାଷ କରିବୁ। କଠିନ ପରିଶ୍ରମ କରିବୁ। ଆଗକୁ ବଢ଼ିବୁ।
ପ୍ରଶାନ୍ତ ଓ ଆଲୋକ ପ୍ରଥମେ କୁକୁଡ଼ିଆ ଗ୍ରାମର ବଳରାମ କରଙ୍କ ବଗିଚାକୁ ବର୍ଷକୁ ୨୦ହଜାର ଟଙ୍କାରେ ଲିଜ୍‌ ସୂତ୍ରରେ ନେଇଥିଲେ। ଭୁବନେଶ୍ୱର ଏକ ନର୍ସରୀରୁ ଉନ୍ନତ କିସମର ଅମୃତଭଣ୍ଡା ଚାରା ଗୋଟାକୁ ୨୫ଟଙ୍କା ଦାମ୍‌ରେ କିଣି ୧ ଏକର ଚାଷ କରିଥିଲେ। ଗୋଟିଏ ଗଛରେ ଏକ କୁଇଣ୍ଟାଲ ଫଳ ଅମଳ ହେବାର ନର୍ସରୀ ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେବା ପରେ ଦୁଇବନ୍ଧୁଙ୍କ ଆଶା ଉଜ୍ଜୀବିତ ହୋଇଥିଲା। ୯ଶହ ଚାରାରୋପଣରେ ତାଙ୍କର ୧ଲକ୍ଷ ୩୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ତିନିମାସରେ ଭଲ ଗଛ ହୋଇ ଫଳ ଧରିବା ଆରମ୍ଭ କରିଥିଲା। କିନ୍ତୁ ‘ଅମ୍ଫାନ’ ବାତ୍ୟା ଯୁବକଦ୍ୱୟଙ୍କ ଆଶାକୁ ଧୂଳିସାତ୍‌ କରିଦେଲା। ଅମୃତଭଣ୍ଡା ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ହଠାତ୍‌ ପତ୍ରପୋଡ଼ାଜନିତ ରୋଗ ହୋଇ ଫଳନ୍ତି ଗଛଗୁଡ଼ିକ ଝାଉଁଳି ମରିଯାଉଛି। ସେମାନେ ନର୍ସରୀ ଓ ଉଦ୍ୟାନ ବିଭାଗର ପରାମର୍ଶ ଓ ପରୀକ୍ଷା ପାଇଁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଭୋଗରାଇ ଉଦ୍ୟାନ କୃଷି ବିଭାଗକୁ ଦୁଇ ଯୁବକ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ କରି ନୟାନ୍ତ ହୋଇପଡିଲେଣି। ଏହି ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ମୃତ୍ତିକା ପରୀକ୍ଷା କିମ୍ବା କେଉଁ ରୋଗ କାରଣରୁ ଏପରି ହେଉଛି ତାହା ସ୍ପଷ୍ଟ ଜାଣିବାକୁ ଚାହିଁବାରୁ ବିଭାଗୀୟ କର୍ମଚାରୀ କିଛି କହିପାରିବେନି ବୋଲି କହିଛନ୍ତି। ଏନେଇ ଦୁଇ ଯୁବକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri