ଡ୍ରାଇଭିଂ ସମୟରେ ଅଧିକାଂଶ ଭାରତୀୟ ମୋବାଇଲ ବ୍ୟବହାର କରନ୍ତି

ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବାର କୁପରିଣତି ଜାଣିବା ପରେ ମଧ୍ୟ ଭାରତରେ ପାଖାପାଖି ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି। ଏପରି ଅଭ୍ୟାସ ଦ୍ୱାରା ଏମାନେ ନିଜେ ଅସୁବିଧାରେ ପଡିବା ସହ ଅନ୍ୟମାନଙ୍କ ଜୀବନପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଲୋକଙ୍କୁ ଟ୍ରାଫିକ ପୋଲିସ ଧରୁଛନ୍ତି। ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ୫ ଜଣରେ ୩ ଜଣ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି। ଏହି କ୍ଷେତ୍ରରେ ଉତ୍ତର ଭାରତୀୟମାନେ ସବୁଠାରୁ ଆଗରେ ଅଛନ୍ତି। ଯେତେବେଳେ ଦକ୍ଷିଣ ଭାରତରେ ଡ୍ରାଇଭିଂ ସମୟରେ ୫୨ ପ୍ରତିଶତ ଲୋକ ମୋବାଇଲ ବ୍ୟବହାର କରିଥାନ୍ତି ସେତେବେଳେ ଉତ୍ତର ଭାରତରେ ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରନ୍ତି। ଖୋଲାଖୋଲି ଭାବେ ଆଇନର ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣରୁ ମାତ୍ର ଜଣେ ଏମିତି ଭୁଲ୍‌ ସ୍ବୀକାର କରୁଥିବା ବେଳେ ଅନ୍ୟମାନେ ଏହାକୁ ଅସ୍ବୀକାର କରନ୍ତି। ମୋବାଇଲ ବ୍ୟବହାର ସହ ଡ୍ରାଇଭିଂର ସ୍ପିଡ ମଧ୍ୟ ଅନେକ ସମୟରେ ଆମକୁ ଅସୁବିଧାରେ ପକାଉଥିବା ସର୍ବେକ୍ଷଣରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ୬୩, ହରିୟାଣାରେ ୬୫% ମତଦାନ

ମୁମ୍ବାଇ/ଚଣ୍ଡିଗଡ଼,୨୨ା୧୦(ପି.ଟି.): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ଲାଗି ମତଦାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। କାଁଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ଭୋଟଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା।...

ଷ୍ଟେଶନରେ ଭୁଲି ଯାଇଥିଲି ଟଙ୍କା ଭର୍ତ୍ତି ବ୍ୟାଗ, ଫେରିପାଇବାର ଆଶା ନ ଥିଲା

ନୂଆଦିଲ୍ଲୀ,୪।୭: ପୂର୍ବ ଦିଲ୍ଲୀରେ ରହୁଥିବା ବିଜୟ କୁମାର ନାମକ ଜଣେ ଶ୍ରମିକ ଜୀବନର ସମସ୍ତ ଜମାପୁଞ୍ଜି ଧରି ନିଜ ଗାଁ ଉତ୍ତର ପ୍ରଦେଶର ଖୁରଜାକୁ ଯାଉଥିଲେ।...

ଗଣବଳାତ୍କାର ପୀଡ଼ିତାଙ୍କୁ ଥାନାରେ ବଳାତ୍କାର

ଲକ୍ଷ୍ନୌ,୫ା୫: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବାବେଳେ କଳଙ୍କିତ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛନ୍ତି ଜଣେ ପୋଲିସ ବାବୁ। ଗଣବଳାତ୍କାରର ଶିକାର ହୋଇଥିବା...

ସେନା ପ୍ରତ୍ୟାହାର ଚାହାନ୍ତି ଯୁବପିଢ଼ି

ଦୋହା,୧୬।୩: ଜମ୍ମୁ-କଶ୍ମୀରରୁ ଭାରତୀୟ ସେନା ହଟିଯାଉ ବୋଲି ସେଠାକାର ଯୁବପିଢ଼ି ଚାହାନ୍ତି। କଶ୍ମୀରର ୯୦%ରୁ ଊର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଉପତ୍ୟକାରୁ ସମ୍ପୂର୍ଣ୍ଣ ସେନା...

ଦକ୍ଷିଣ ରାଜ୍ୟ ଆଗରେ ମୁଣ୍ଡ ନୋଇଲେ କେନ୍ଦ୍ର ସରକାର: ଶିକ୍ଷା ନୀତି ଡ୍ରାଫ୍ଟ୍‌ରେ ପରିବର୍ତ୍ତନ; ଏବେ ହିନ୍ଦୀ ନୁହେଁ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ଥଥରେ କ୍ଷମତାକୁ ଆସିବାରେ ପରେ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ଏକ ଡ୍ରାଫ୍ଟ୍‌ ପ୍ରସ୍ତୁତ କରିଥିଲେ। ଏଥିରେ ହିନ୍ଦୀ...

ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍‌ ଚିହ୍ନଟ …

ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି।...

କୋର୍ଟରେ ଜଜ୍‌ଙ୍କୁ ପିଟିଲେ ପୋଲିସ ଅଧିକାରୀ

ମଧୁବନି(ବିହାର),୧୮।୧୧: କୋର୍ଟ ମଧ୍ୟରେ ଜଜ୍‌ଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଦୁଇ ଜଣ ପୋଲିସ କର୍ମୀ। ବିହାରର ମଧୁବନି ଜିଲାରେ ବୁଧବାର ଘଟିଛି ଏହି...

ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

Advertisement
Archives

Model This Week