Posted inଖେଳ

ଡୋପିଂ ଅପବାଦ

ଡୋପିଂ କ୍ରୀଡ଼ା ପାଇଁ କ୍ୟାନସର ସଦୃଶ ହୋଇଛି। ବିଭିନ୍ନ ଇଭେଣ୍ଟରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ କ୍ରୀଡ଼ାବିତ୍‌ମାନେ ଶକ୍ତିବର୍ଦ୍ଧକ ଔଷଧ ସେବନ କରି ଏଭଳି କଳଙ୍କକୁ ଆଗକୁ ନେଉଛନ୍ତି। ଏଭଳି ଅସତ୍‌ ଉପାୟକୁ ରୋକିବା ପାଇଁ ଆଇଏଏଏଫ୍‌, ଆଇଓସି, ୱାଡା, ନାଡ଼ା ଏବଂ କାସ୍‌ ମିଳିତ ଭାବେ ଉଦ୍ୟମ କରୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ।

ଡ଼ାରେ ଅସାଧୁ ଉପାୟର ସ୍ଥାନ ନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସମଗ୍ର ବିଶ୍ୱର ବିଭିନ୍ନ ଦେଶର ଖେଳାଳି ବେଳେବେଳେ ଅସାଧୁ ଉପାୟ ଅବଲମ୍ବନ କରିବାର ଦେଖାଯାଉଛି, ଯାହାକି କ୍ରୀଡ଼ାଜଗତ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ସହିତ ନିଜ ଦେଶର ଗରିମାକୁ କଳଙ୍କିତ କରୁଛି। ଅନେକ ପ୍ରତିଭାବାନ୍‌ ଯୁବ ଖେଳାଳି ବିଭିନ୍ନ ଇଭେଣ୍ଟରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ ସୁଯୋଗ ପାଇପାରୁନାହାନ୍ତି। ସେମାନଙ୍କ ଖେଳାଳି କ୍ୟାରିୟରର ଅନ୍ତଃ ଘଟିବା ସହିତ ଅସତ୍‌ ଉପାୟ ଅବଲମ୍ବନ କରିଥିବା ଖେଳାଳି ସୁଯୋଗ ନେଇ ପରବର୍ତ୍ତୀ ଅବସ୍ଥାରେ ଡୋପିଂ ଟେଷ୍ଟରେ ଧରାପଡିବା କିଛି ନୂଆ କଥା ନୁହେଁ।
ଆଗକୁ ରହିଛି ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଟୋକିଓ ୨୦୨୦ ଅଲିମ୍ପିକ୍ସ। ଏଥିରେ ଭାଗନେବା ସମସ୍ତ ଖେଳାଳିଙ୍କ ଲକ୍ଷ୍ୟ ଏବଂ ସ୍ବପ୍ନ ମଧ୍ୟ। ବର୍ତ୍ତମାନ ବିଶ୍ୱର ସମସ୍ତ ଦେଶର ଖେଳାଳି ସେମାନଙ୍କ କ୍ୱାଲିଫାୟର ରାଉଣ୍ଡ ପାଇଁ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ପ୍ରତିଯୋଗିତାମାନ ଆୟୋଜନ କରୁଛନ୍ତି। ଯଦିଓ ଖେଳାଳି ଚୟନରେ ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍ସ କମିଟି (ଆଇଓସି) ହସ୍ତକ୍ଷେପ କରେନାହିଁ ମାତ୍ର ସଂପୃକ୍ତ ଦେଶର ଖେଳାଳିମାନଙ୍କ ଉପରେ କଡ଼ା ନଜର ରଖିଥାଏ। ଆମ ଦେଶରେ ପ୍ରତ୍ୟେକ ଖେଳ ପାଇଁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ବା ଜାତୀୟ ନିଶା ନିବାରଣ ସଂସ୍ଥା ବିଭିନ୍ନ କ୍ରୀଡ଼ାରେ ଖେଳାଳିଙ୍କ ଉପରେ ସତର୍କ ଦୃଷ୍ଟି ରଖିଥାଏ। ଏପରି କି ଦଳଗତ ଖେଳ କ୍ରିକେଟ୍‌ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। କ୍ରିକେଟରେ ଏହାର ସଦ୍ୟତମ ଶିକାର ହୋଇଛନ୍ତି ଯୁବ କ୍ରିକେଟ ଖେଳାଳି ପୃଥି ଶ’। ୨୦୧୯ ଫେବୃୟାରୀରେ ଇନ୍ଦୋରଠାରେ ବିସିସିଆଇର ଆଣ୍ଟି ଡୋପିଂ ଟେଷ୍ଟ ସମୟରେ ପୃଥି ଶ’ଙ୍କ ରକ୍ତ ନମୁନାରୁ ଟରବୁଟାଲାଇନ୍‌ ନାମକ ନିଷିଦ୍ଧ ରାସାୟନିକ ପଦାର୍ଥ, ଯାହାକି କଫ୍‌ ସିରପ୍‌ଗୁଡିକରେ ବ୍ୟବହାର ହୋଇଥାଏ ତାହା ଅତିରିକ୍ତ ମାତ୍ରାରେ ଜଣାପଡିବା ପରେ ତାଙ୍କୁ ୮ ମାସ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଛି। ଅନ୍ୟତମ ଖେଳାଳି ୟୁସୁଫ୍‌ ପଠାନ ମଧ୍ୟ ଭାରତର ଘରୋଇ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିରେ ୨୦୧୭ ମସିହାରେ ଦିଲ୍ଲୀଠାରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୫ ମାସ ପର୍ଯ୍ୟନ୍ତ ବ୍ୟାନ୍‌ ହୋଇଥିଲେ।
ଅନ୍ୟ ଆଥ୍‌ଲେଟମାନଙ୍କ ମଧ୍ୟରେ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ରେ ସାନାମାଚା ଚାନୁ ଭାରତର ଷ୍ଟାର ଭାରୋତ୍ତୋଳନକାରୀ ଦ୍ୱିତୀୟ ଥର ପାଇଁ ଡୋପିଂ ଟେଷ୍ଟରେ ବିଫଳ ହୋଇ ୨୦୦୪ ଏଥେନ୍‌ସ ଅଲିମ୍ପିକ୍ସ ପୂର୍ବରୁ ବ୍ୟାନ୍‌ ହୋଇଥିଲେ। ୨୦୦୮ ମସିହାରେ ମୋନିକା ଦେବୀ ମଧ୍ୟ ୨୦୦୮ ମସିହା ବେଜିଂ ଅଲିମ୍ପିକ୍ସ ପୂର୍ବ ଡୋପିଂ ଟେଷ୍ଟରେ ବିଫଳ ହୋଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ନରସିଂହ ଯାଦବ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାର ଏକ ଦିନ ପୂର୍ବରୁ ଏହି ଫ୍ରିଷ୍ଟାଇଲ ରେସ୍‌ଲର ଡୋପିଂ ଟେଷ୍ଟରେ ବିଫଳ ହୋଇ ବ୍ୟାନ୍‌ ହେବା ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଚକିତ କରିଥିଲା। ସେହିପରି ଆଥ୍‌ଲେଟିକ୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) କେରଳର ଷ୍ଟାର ଆଥଲେଟ ଟ୍ରିପଲ ଜମ୍ପର ରଣଜିତ ମାହେଶ୍ୱରୀଙ୍କୁ ୨୦୦୮ ମସିହାରେ ୩ ମାସ ପାଇଁ ବ୍ୟାନ୍‌ କରିବା ଚର୍ଚ୍ଚାର ବିଷୟ ଥିଲା। ଡିସ୍‌କସ୍‌ ଥ୍ରୋ ପାଇଁ ଜଣାଶୁଣା ସୀମା ପୁନିଆ ୨୦୦୦ ମସିହାରେ ଦୁଇ ଦୁଇଥର ପଜିଟିଭ୍‌ ପାଇବା ପରେ ତାଙ୍କୁ ବହୁମୂଲ୍ୟ ଦେବାକୁ ହୋଇଥିଲା। ଏପରି କି ସେ ହାସଲ କରିଥିବା ଗୋଲ୍ଡ ମେଡାଲ ମଧ୍ୟ ତାଙ୍କୁ ଫେରାଇବାକୁ ହୋଇଥିଲା। କୌଣସି ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକ ପାଇଁ ୱାଡା (ୱାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍‌ସିଜ୍‌) ମଧ୍ୟ କାର୍ଯ୍ୟ କରୁଛି। ଏହା ୧୯୯୯ ମସିହାଠାରୁ କାର୍ଯ୍ୟ କରିଆସୁଛି। ଆଣ୍ଟି ଡୋପିଂ କୋଡ୍‌ ମାଧ୍ୟମରେ ବ୍ଲଡ ଏବଂ ୟୁରିନ୍‌ ଟେଷ୍ଟରେ କୌଣସି ଆଥଲେଟ୍‌ ଫେଲ୍‌ ହେଲେ କିମ୍ବା ସେମାନଙ୍କର ବ୍ଲଡ କିମ୍ବା ୟୁରିନ୍‌ରେ ମାତ୍ରାଧିକ ନିଷିଧ (ରାସାୟନିକ ପଦାର୍ଥ)ର କଣିକା ମିଳିଲେ ସେମାନଙ୍କୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବାଦ୍‌ ଦିଆଯାଇଥାଏ।
ଓଡ଼ିଆ ଭାରୋତ୍ତୋଳନକାରୀ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେ. ରବି କୁମାରଙ୍କୁ ମଧ୍ୟ ନାଡା ପକ୍ଷରୁ ୪ ବର୍ଷ ବାସନ୍ଦ କରାଯାଇଛି। ଫଳରେ ରବିଙ୍କ ୨୦୨୦ ଟୋକିଓ ଅଲିମ୍ପିକ୍ସ ସ୍ବପ୍ନ ଧୂଳିସାତ୍‌ ହୋଇଛି। ଅଜାଣତରେ ହୋଇଥିବା ତାଙ୍କର ଏହି ଭୁଲକୁ ସ୍ବୀକାର କରିଥିଲେ ମଧ୍ୟ ନାଡା ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ୟୁରିନ୍‌ ଟେଷ୍ଟରେ ’ସେରମନ୍‌’ ନାମକ ନିଷିଦ୍ଧ ଔଷଧ ମିଳିବା ଦ୍ୱାରା ସେ ନମୁନା ଟେଷ୍ଟ ନ ଦେଇ ଅନୁଷ୍ଠିତ କ୍ୟାମ୍ପ୍‌ରୁ ଚାଲିଆସିଥିଲେ। ଶକ୍ତିବର୍ଦ୍ଧକ ରୂପେ ସେରମ୍‌ ବ୍ୟବହାର କରୁଥିବା ସେ ସ୍ବୀକାର କରୁଥିଲେ ମଧ୍ୟ ଗତ ବର୍ଷଠାରୁ ନାଡା ପକ୍ଷରୁ ଏହାକୁ ନିଷିଦ୍ଧ ଘୋଷଣା କରାଯାଇଛି।
ଅଧିକାଂଶ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଡୋପିଂ
ଟେଷ୍ଟରେ ବିଫଳ ହୋଇଥିବାର ପ୍ରମାଣ ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସେନ୍‌ ଓ୍ବର୍ନ, ସୋଏବ୍‌ ଅଖତର, ବେନ୍‌ ଜନସନ୍‌, ଲାନ୍ସ ଆର୍ମଷ୍ଟ୍ରଙ୍ଗ, ଡିଏଗୋ ମାରାଡୋନା, ମାରିଅନ ଜୋନ୍‌ସ, ଟିମ୍‌ ମଣ୍ଟେଗାସେଲି। ୨୦୧୮ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ୭୭ଜଣ ରୁଷିଆ ଆଥ୍‌ଲେଟ୍‌ ଡୋପିଂ ଟେଷ୍ଟରେ ବିଫଳ ହୋଇ ୪୩ଟି ଅଲିମ୍ପିକ୍ସ ପଦକ ହରାଇବା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ସୁଇଜରଲାଣ୍ଡର କାସ୍‌ (କୋର୍ଟ ଅଫ୍‌ ଆର୍ବିଟ୍ରେଶନ୍‌ ଫର ସ୍ପୋର୍ଟସ୍‌)ରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ୱାଡା ଏଥିରେ ମଧ୍ୟ ହସ୍ତକ୍ଷେପ କରି ରୁଷିଆର ଆଥଲେଟ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଆଗକୁ ଡୋପିଂ ଟେଷ୍ଟରେ ଅନେକ ଖେଳାଳି ବାସନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ଏହା କେତେଦୂର ସମ୍ଭବ ହେଉଛି ତାହା କହିବା କଷ୍ଟକର। ଏଥିପାଇଁ ଆଇଏଏଏଫ୍‌, ଆଇଓସି, ୱାଡା ଏବଂ କାସ୍‌ର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ମାତ୍ର ଏପରି ନିନ୍ଦିତ କାର୍ଯ୍ୟରୁ ଆଥ୍‌ଲେଟ୍‌ମାନେ ଦୂରେଇ ରହିବା ନିହାତି ଆବଶ୍ୟକ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri