Posted inଖେଳ

ଡେଭିସ୍‌ କପ୍‌ ମ୍ୟାଚ ନଭେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୩|୮ (ପି.ଟି.)- ପାକିସ୍ତାନ ବିପକ୍ଷ ଭାରତର ଡେଭିସ୍‌ କପ୍‌ ମ୍ୟାଚକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଗୁରୁବାର ଏହା ଘୋଷଣା କରିଛି। ଏହି ମୁକାବିଲା ସେପ୍ଟେମ୍ବର ୧୪-୧୫ରେ ଇସ୍‌ଲାମାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ‘ବିଶେଷ ପରିସ୍ଥିତି’ ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଖେଳର ଭେନ୍ୟୁରେ ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆଇଟିଏଫ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେପ୍ଟେମ୍ବର ୯ରେ ଆଇଟିଏଫ୍‌ ସୁରକ୍ଷା କମିଟି ବୈଠକ ବସିବ। ସେଦିନ ମ୍ୟାଚର ତାରିଖ ନିରୂପଣ କରାଯିବ। କିନ୍ତୁ ଏହି ସମୟ ମଧ୍ୟରେ ଆଇଟିଏଫ୍‌ ଏବଂ ଡେଭିସ୍‌ କପ୍‌ କମିଟି ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ଉପରେ ନିଘା ରଖିଥିବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଭାରତ ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କରେ ଅବନତି ଘଟିଛି। ସୁରକ୍ଷାଗତ କାରଣରୁ ଏହି ମ୍ୟାଚ ପାକିସ୍ତାନ ପରିବର୍ତ୍ତେ ଏକ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ବୋଲି ଏଆଇଟିଏ ପକ୍ଷରୁ ହେଉଥିବା ଦାବିକୁ ଆଇଟିଏଫ୍‌ ଦୁଇଥର ପ୍ରତ୍ୟାଖ୍ୟାନ କରିସାରିଛି। ହେଲେ ଶେଷରେ ଏହି ପ୍ରସଙ୍ଗ ନେଇ ଏଆଇଟିଏର ପ୍ରତିନିଧିଙ୍କ ସହିତ ଟେଲିକନଫରେନ୍ସ ଜରିଆରେ ଆଲୋଚନା କରିବା ଲାଗି ଆଇଟିଏଫ୍‌ ରାଜି ହୋଇଥିଲା। ମାତ୍ର ଏହା ପୂର୍ବରୁ ଆଇଟିଏଫ୍‌ର ଡେଭିସ୍‌ କପ୍‌ କମିଟି ମ୍ୟାଚକୁ ଘୁଞ୍ଚାଇ ଦେବାଲାଗି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri