ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍‌ ସଂଗ୍ରହ କରିଥିବାବେଳେ ସି ଟାଇଗର୍ସ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୧୦୭ ରନ୍‌ କରି ପରାସ୍ତ ହୋଇଛି। ଫଳରେ ଡେକାନ ୱାରିୟର୍ସ ଚାମ୍ପିୟନ ଓ ସି ଟାଇଗର୍ସ ରନର୍ସଅପ୍‌ ହୋଇଥିଲା।
ମ୍ୟାଚ୍‌ରେ ଡେକାନ ୱାରିୟର୍ସ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୨୦ ରନ୍‌ କରିଥିଲା। ଦଳ ତରଫରୁ ରୋନାଲ୍ଡ ଦାସ ୨୬ ରନ୍‌, ପ୍ରଦୀପ୍ତ ଦାସ ୪୪ ରନ୍‌ କରିଥିବାବେଳେ ସି ଟାଇଗର୍ସ ତରଫରୁ ଆଇଏସ୍‌ ଗିରି ସର୍ବାଧିକ ୪ଟି ଓ ଚନ୍ଦନ ସାହୁ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ସି-ଟାଇଗର୍ସ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ମଧ୍ୟ ୯ଟି ଉଇକେଟ୍‌ ହରାଇ ୧୦୭ ରନ୍‌ କରିବାକୁ ସମର୍ଥନ ହୋଇ ୧୩ ରନ୍‌ରେ ପରାଜୟ ବରଣ କରିଛି। ଦଳ ତରଫରୁ ଏମ୍‌ଡ଼ି ଆକ୍ରାମ ୨୦ ରନ୍‌, ଚନ୍ଦନ ସାହୁ ୨୯ ରନ୍‌ କରିଥିବାବେଳେ ଡେକାନ ତରପରୁ ଲେଲିନ କୁମାର ବଳ ଓ ନିର୍ବିଶଙ୍କର ବାରିକ ୩ଟି ଲେଖାଏଁ ଓ ପ୍ରଦୀପ୍ତ ଦାସ ୨ଟି ଉଇକେଟ୍‌ ନେଇଥିଲେ। ପ୍ରଦୀପ୍ତ ଦାସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ଅମିତ ଅମିତାଭ ମହାକୁଡ଼, ଅଶ୍ୱିନୀ ସାମଲ ଓ ପ୍ରୀତିରଞ୍ଜନ ବିଜୟ ସିଂ ମ୍ୟାଚ ପରିଚାଳନା କରିଥିବାବେଳେ ସୌମେନ୍ଦ୍ର ସାହୁ ଓ ରାହୁଲ ସିଂ ସ୍କୋରର ଦାୟିତ୍ୱରେ ଥିଲେ। ମ୍ୟାଚ୍‌ ପରେ ସଂଗଠନ ତରଫରୁ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ସମ୍ମାନନୀୟ ଅତିଥି ଭାବେ କଳିଙ୍ଗ ଗ୍ରୁପ୍‌ ଅଫ୍‌ ପ୍ରୋପଟିସ୍‌ଜ ଅଧ୍ୟକ୍ଷ ମନୋଜ କୁମାର ଜେନା, ଅର୍ବାନ କୋ. ବ୍ୟାଙ୍କର ଶାଖା ପରିଚାଳକ ଘଡ଼ାଇ ଏବଂ ପଲ୍ଲଭି ଗ୍ରୁପ୍‌ର ପରିଚାଳକ ପ୍ରକାଶ ନାୟକ ଉପସ୍ଥିତ ରହି ଚାମ୍ପିୟନ ଦଳକୁ ୫୫,୫୫୫ ଓ ରନର୍ସଅପ୍‌ ଦଳକୁ ୪୪,୪୪୪ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ୍‌, ନିର୍ବିଶଙ୍କର ବାରିକଙ୍କୁ ବେଷ୍ଟ ବୋଲର, ମ୍ୟାନ୍‌ ଅଫ୍‌ ଦି ଲିଗ୍‌ ପାଇଁ ନରୋତ୍ତମ ଭଞ୍ଜଙ୍କୁ ପୁରସ୍କୃତ କରାଯାଇ ଥିଲା। ୧୬ ବର୍ଷରୁ କମ୍‌ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଭବିଷ୍ୟ ବେହେରା ଏବଂ ୧୬ ବର୍ଷରୁ କମ୍‌ ମହିଳା ଦଳ ଓଡ଼ିଶାରେ ସ୍ଥାନ ପାଇଥିବାଅଙ୍କିତା ଗିରି, ରାଷ୍ଟୀୟ କବାଡ଼ି ଦଳରେ ସ୍ଥାନ ପାଇଥିବା ଲକ୍ଷ୍ମୀଧର ଜେନାଙ୍କୁ ସମ୍ମାନୀତ କରାଯାଇଥିଲା। ସିଦ୍ଧେଶ୍ୱର ଟୁଡୁ, ସତ୍ୟଜିତ ସିଂ, ସବିଲା ଖାତୁନ, ଜଗନ୍ନାଥ ମୁର୍ମୁଙ୍କୁ ଜାତୀୟ ଖୋଖୋ ଦଳକୁ ମନୋନୀତ ହୋଇଥିବାରୁ ସମ୍ମାନୀତ କରାଯାଇଥିଲା। ଶେଷରେ ସଂଗଠନର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅଭ୍ୟୁଦୟ ଦାସ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri