ଡିଜିଟାଲ ଲାଇଫ୍‌

ଓ୍ବାର୍କିଂ ଲାଇଫ୍‌ ହେଉ ଅବା ପର୍ସନାଲ୍‌ ଲାଇଫ୍‌, ସବୁକିଛି ସମୟ ସହ ପାଦ ଦେଇ ବଦଳିବାରେ ଲାଗିଛି। ଡିଜିଟାଲ ଲାଇଫ୍‌ ଦିନକୁ ଦିନ ଆଡ୍‌ଭାନ୍ସ ହେବା ଦ୍ୱାରା ପ୍ରତିଦିନ ନୂଆ ନୂଆ ଆପ୍ସରୁ ଆମକୁ କିଛିନା କିଛି ଶିଖିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଦୁନିଆରେ ଆମର ରହିଛି ଡିଜିଟାଲ ଆଇଡି, ଯାହାଦ୍ୱାରା ହ୍ବାଟ୍‌ସ ଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟୁଇଟର ଭଳି ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଆମେ ଆକ୍ସେସ୍‌ କରିପାରିଛେ। ତେବେ ଆସନ୍ତୁ ନୂଆବର୍ଷରେ ଆମ ଲାଇଫ୍‌ରେ କିଛି ଫ୍ରେସ୍‌ନେସ୍‌ ଭରିଦେବା।
ଅପ୍‌ଲୋଡ୍‌ କରନ୍ତୁ ଫ୍ରେଶ୍‌ନେସ୍‌:
ଏବେ ସମସ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମରେ ବ୍ୟସ୍ତ। କେହି ବନ୍ଧୁ ଆପଣଙ୍କୁ ହ୍ବାଟ୍‌ସ ଆପ୍‌ରେ ମନେପକାଇଲେ, ଫେସ୍‌ବୁକ୍‌ରେ କମେଣ୍ଟ ଦେଲେ, ଷ୍ଟାଟସ୍‌ର ପ୍ରଶଂସା କଲେ କିମ୍ବା ବହୁ ପୁରୁଣା ଫଟୋ ଶେୟାର କରିଥିବେ, ଯେଉଁଥିରେ ଆପଣ ଥିବେ। ମୁହଁରେ ହସ ଆସିବାଟା ସ୍ବାଭାବିକ।
ତେବେ ନୂଆବର୍ଷରେ ଆପଣ ଫେସ୍‌ବୁକ୍‌ରେ ପିଲାଦିନର ସ୍କୁଲ ସାଙ୍ଗଙ୍କୁ ଖୋଜନ୍ତୁ। ପୁରୁଣା ସାଙ୍ଗଙ୍କୁ ଏଥିରେ ଆଡ୍‌ କରି ନୂଆବର୍ଷରେ ଫ୍ରେସ୍‌ନେସ୍‌ ଭରି ଦିଅନ୍ତୁ। କିଛି ଷ୍ଟାଟସ୍‌ ଛାଡ଼ନ୍ତୁ। କୌଣସି କଥା ବା ଫଟୋ ଆପଣଙ୍କୁ ଖୁବ୍‌ ଭଲ ଲାଗୁଥିଲେ ତାହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ। ଦେଖିବେ ସେମାନଙ୍କ ପ୍ରତିକ୍ରିୟା ଆପଣଙ୍କୁ ନିଶ୍ଚୟ ଖୁସି ଆଣିଦେବ। ନୂଆ ନୂଆ କମ୍ୟୁନିଟିଜ୍‌ ସହ ମିଶନ୍ତୁ, ଯେଉଁଠୁ ଆପଣ କିଛି ନୂଆ କଥା ଜାଣିବାକୁ ପାଇବେ। ଆପଣଙ୍କ ହବି ସହ ଖାପ ଖାଉଥିବା ପେଜ୍‌କୁ ଲାଇକ୍‌ ଏବଂ ଫଲୋ କରନ୍ତୁ, ଯାହାଦ୍ୱାରା ସବୁଦିନ ଏହାସହ ଟଚ୍‌ରେ ରହିପାରିବେ। ଯଦି ଆପଣଙ୍କୁ ଲାଗୁଛି କିଛିବର୍ଷ ହେବ ଆପଣଙ୍କର ଗୋଟିଏ ପାସ୍‌ଓ୍ବାର୍ଡ ରହିଛି, ଯାହାକୁ ଅନ୍ୟ କେହି ଜାଣିଛନ୍ତି ତେବେ ଏହି ନୂଆବର୍ଷରେ କିଛି ନୂଆ ପାସ୍‌ଓ୍ବାର୍ଡ ଦିଅନ୍ତୁ। ଡିଜିଟାଲ ସେଫ୍ଟି ପାଇଁ ଏହା ଜରୁରୀ।
ଡିଜିଟାଲ ଅଳିଆ ସଫା କରନ୍ତୁ:ଯେଉଁ ବନ୍ଧୁଙ୍କ ପୋଷ୍ଟ ଆପଣଙ୍କୁ ପସନ୍ଦ ଆସୁନି ସେପରି ବନ୍ଧୁଙ୍କୁ ବ୍ଲକ୍‌ କରନ୍ତୁ। ହ୍ବାଟ୍‌ସଆପ୍‌ ଭଳି ମେସେଜିଙ୍ଗ୍‌ ଆପ୍ସରେ ବେଳେବେଳେ ଭିନ୍ନ ଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଆସିଥାଏ। ତେଣୁ ଆପ୍ସକୁ ଯାଇ ଅଟୋ ଡାଉନ୍‌ଲୋଡ୍‌ ବନ୍ଦ କରନ୍ତୁ।
ଷ୍ଟାଇଲ୍‌ ଏବଂ ଟ୍ରେଣ୍ଡ୍‌କୁ କରନ୍ତୁ ଅପ୍‌ଡେଟ୍‌
ପୁରୁଣା ଏବଂ ବୋରିଂ ଲାଇଫ୍‌କୁ ବିଦାୟ ଦେଇ ନୂଆବର୍ଷରେ ଆପଣଙ୍କ ଡିଜିଟାଲ ଲାଇଫ୍‌କୁ ନୂଆ ମୋଡ଼ ଦିଅନ୍ତୁ। ଡିଜିଟାଲ ଲାଇଫ୍‌ର ପ୍ରୋଫାଇଲ୍‌ରୁ ଆରମ୍ଭ କରି ପର୍ସନାଲ୍‌ ପ୍ରୋଫାଇଲ ପର୍ଯ୍ୟନ୍ତ କିଛି ନୂଆ କରନ୍ତୁ। ନୂଆ ନୂଆ ଗ୍ୟାଜେଟ୍‌ସକୁ ଆପଣାନ୍ତୁ।
ରିଚାର୍ଜ କରନ୍ତୁ ପର୍ସନାଲ ଲାଇଫ୍‌: ଡିଜିଟାଲ ଲାଇଫ୍‌ କେବଳ ସୋସିଆଲ ମିଡିଆରେ ସୀମିତ ନାହିଁ। ଏହାର ପର୍ସନାଲ ଏବଂ ଓ୍ବାକିର୍ଂ ଲାଇଫ୍‌ ସହ ବି ରହିଛି ସଂଯୋଗ।
– ହେଲ୍‌ଥ ଏବଂ ଫିଟ୍‌ନେସ୍‌ ସବୁଠାରୁ ଜରୁରୀ। ଯୋଗ ଏବଂ ଏକ୍ସରସାଇଜ୍‌ ଆପଣଙ୍କ ସ୍ବାସ୍ଥ୍ୟକୁ ଠିକ୍‌ ରଖିଥାଏ। ଏଥିପାଇଁ ଭଲ ଫିଟ୍‌ନେସ୍‌ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
– ସମ୍ପର୍କ ଯୋଡ଼ିବା ପାଇଁ ହ୍ବାଟ୍‌ସଆପ୍‌ ବେଷ୍ଟ ଅପ୍ସନ। ଏହାଦ୍ୱାରା ଆପଣ ସମ୍ପର୍କୀୟଙ୍କ ସହ ୨୪ ଘଣ୍ଟା କଣ୍ଟାକ୍ଟରେ ରହି ବି କଥାବାର୍ତ୍ତା ଶେୟାର କରିପାରିବେ।
– ପ୍ରତିଦିନ କିଛି ନୂଆ କଥା ଶିଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଆପ୍ସ ବି ଡାଉନ୍‌ଲୋଡ୍‌ କରିପାରିବେ। ଏହାର ନୋଟିଫିକେଶନ୍‌ରୁ ଆପଣ ପ୍ରତିଦିନ କିଛି ନା କିଛି ଶିଖିବାକୁ ପାଇବେ। ୟୁଟ୍ୟୁବ୍‌ରୁ ବି ଆପଣ ନୂଆ ତଥ୍ୟ ପାଇପାରିବେ।
– ଗେମ୍‌ସ ଆପଣଙ୍କର କ୍ରିଏଟିଭିଟି ଏବଂ ଫ୍ଲେକ୍ସିବିଲିଟିକୁ ବଢ଼ାଇଥାଏ। ନୂଆବର୍ଷରେ କିଛି ଡିଜିଟାଲ ଏବଂ ଆଉଟ୍‌ଡୋର ଗେମ୍‌ସକୁ ଆପଣଙ୍କ ଲାଇଫ୍‌ରେ ସାମିଲ କରନ୍ତୁ, ଯାହାକି ମସ୍ତିଷ୍କକୁ ଫ୍ରି ଏବଂ ଶାର୍ପ ରଖିବ।
– ଡାଏଟିଂ କରୁଥିଲେ ଏପରି ଆପ୍ସ ଡାଉନ୍‌ଲୋଡ୍‌ କରନ୍ତୁ, ଯେଉଁଥିରୁ କେତେ କ୍ୟାଲୋରୀର ଖାଦ୍ୟ ଖାଇବେ ସେ ବିଷୟରେ ଉପଯୁକ୍ତ ନୋଟିଫିକେଶନ୍‌ ପାଇବା ସହ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିପାରିବେ।
– ପଢ଼ିବାର ସଉକ ଥିଲେ ବହିର ଅନେକ ଆପ୍ସ ରହିଛି, ତାହାକୁ ଡାଉନ୍‌ଲୋଡ୍‌ କରନ୍ତୁ। ଯେଉଁଥିରୁ ଆପଣ ମନପସନ୍ଦର କାହାଣୀ ଏବଂ ଉପନ୍ୟାସ ପଢ଼ିପାରିବେ।
– ମ୍ୟୁଜିକ୍‌ ଯଦି ଆପଣଙ୍କର ପସନ୍ଦ, ତେବେ ନୂଆବର୍ଷରେ ମ୍ୟୁଜିକ୍‌ ଆପ୍ସ ଡାଉନ୍‌ଲୋଡ୍‌ କରି ନୂଆ ନୂଆ ମ୍ୟୁଜିକ୍‌ ଶୁଣିବାର ମଜା ନିଅନ୍ତୁ।
ଅପ୍‌ଗ୍ରେଡ୍‌ କରନ୍ତୁ ଓ୍ବାର୍କିଂ ଲାଇଫ୍‌: ବିଜ୍‌ନେସ୍‌ ପ୍ଲାନ୍‌ କରିବାକୁ ଚାହୁଁଥିଲେ ଲାଟେଷ୍ଟ୍‌ ଆଇଡିଆ ଆବଶ୍ୟକ। ଡିଜିଟାଲ ଓ୍ବାଲର୍‌ଡରେ ଏହାକୁ ଖୁବ୍‌ କମ୍‌ ସେକେଣ୍ଡରେ ଆପଣ ପାଇପାରିବେ। ଅଫିସ କାମକୁ ମ୍ୟାନେଜ୍‌ କରିବା ପାଇଁ ଆପଣଙ୍କ ସ୍ମାର୍ଟଫୋନ୍‌ ଖୁବ୍‌ କାମରେ ଆସିପାରିବ। ଆପଣଙ୍କ ଫିଲ୍‌ଡ୍‌ ସମ୍ବନ୍ଧିତ ଜରୁରୀ ଆପ୍ସ ଡାଉନ୍‌ଲୋଡ୍‌ କରି ବି ଆପଣଙ୍କ ଓ୍ବାର୍କ ଲାଇଫ୍‌କୁ ଅପ୍‌ଗ୍ରେଡ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri